ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦: ଆଜି ସିରିଜ୍‌ ନିର୍ଣ୍ଣାୟକ ଲଢ଼େଇ, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ...

Deviprasad Mohanty Picture
Published On

ବ୍ରିସବେନ: ଭ୍ରମଣକାରୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଟି-୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ୫ମ ମୁକାବିଲା ଶନିବାର ବ୍ରିସବେନରେ ଖେଳାଯିବ। ଉଭୟ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱବହନ କରୁଛି। ୨-୧ରେ ଅଗ୍ରଣୀ ଥିବା ଭାରତ ଏହି ମ୍ୟାଚ୍‌ ଜିତି ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ମିଚେଲ ମାର୍ଶଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ସିରିଜରେ ପଛୁଆ ଥିବା କଙ୍ଗାରୁ ଦଳ ଏଠାରେ ବିଜୟୀ ହୋଇ ଡ୍ର ରଖିବା ଲକ୍ଷ୍ୟରେ ରହିଛି। ଯଦି ଅଷ୍ଟ୍ରେଲିଆ ପରାସ୍ତ ହୁଏ ତେବେ ସିରିଜ ମଧ୍ୟ ହାତଛଡ଼ା କରିବ। ତେଣୁ ଭାରତ ଅପେକ୍ଷା ଅଷ୍ଟ୍ରେଲିଆ ନିଶ୍ଚିତ ଭାବେ ଏହି ମ୍ୟାଚରେ ଚାପରେ ରହିବ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ପୂର୍ବରୁ ସିରିଜର କାନବେରାରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଲାଗି ବାତିଲ ହୋଇଥିଲା। ଏହାପରେ ମେଲବୋର୍ଣ୍ଣ ମୁକାବିଲାକୁ ୪ ୱିକେଟରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ଲାଭ କରିଥିଲା। କିନ୍ତୁ ଭ୍ରମଣକାରୀ ଭାରତ ୩ୟ ଓ ୪ର୍ଥ ମୁକାବିଲାରେ ଦମ୍‌ଦାର ପ୍ରଦର୍ଶନ କରି ଯଥାକ୍ରମେ ୫ ୱିକେଟ୍‌ ଓ ୪୮ ରନରେ ବିଜୟୀ ହୋଇଥିଲା। ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଆସନ୍ତାକାଲି ମଧ୍ୟ ଟିମ୍‌ ଇଣ୍ଡିଆ ଏହି ବିଜୟଧାରାକୁ ବଜାୟ ରଖିବା ସହ ଦୁଇଟି ଉପଲବ୍ଧି ହାସଲ କରିବା ଲକ୍ଷ୍ୟରେ ରହିଛି। ପ୍ରଥମତଃ ଅଷ୍ଟ୍ରେଲିଆ ମାଟିରେ ଦୀର୍ଘ ୧୭ ବର୍ଷ ହେଲା ଟି-୨୦ ସିରିଜ ପରାସ୍ତ ନ ହେବାର ରେକର୍ଡ ବଜାୟ ରଖିବ। ଦ୍ୱିତୀୟରେ ଗତ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ମଧ୍ୟ ଟି-୨୦ରେ ନେବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି। ତେଣୁ ସୂର୍ଯ୍ୟକୁମାର ଓ ତାଙ୍କ ଦଳ ଟି-୨୦ ସିରିଜକୁ ଦମ୍‌ଦାର ଭାବେ ଫିନିଶ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

08 Nov 2025 By Deviprasad Mohanty

ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦: ଆଜି ସିରିଜ୍‌ ନିର୍ଣ୍ଣାୟକ ଲଢ଼େଇ, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ...

ବ୍ରିସବେନ: ଭ୍ରମଣକାରୀ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଟି-୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ୫ମ ମୁକାବିଲା ଶନିବାର ବ୍ରିସବେନରେ ଖେଳାଯିବ। ଉଭୟ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱବହନ କରୁଛି। ୨-୧ରେ ଅଗ୍ରଣୀ ଥିବା ଭାରତ ଏହି ମ୍ୟାଚ୍‌ ଜିତି ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ମିଚେଲ ମାର୍ଶଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ସିରିଜରେ ପଛୁଆ ଥିବା କଙ୍ଗାରୁ ଦଳ ଏଠାରେ ବିଜୟୀ ହୋଇ ଡ୍ର ରଖିବା ଲକ୍ଷ୍ୟରେ ରହିଛି। ଯଦି ଅଷ୍ଟ୍ରେଲିଆ ପରାସ୍ତ ହୁଏ ତେବେ ସିରିଜ ମଧ୍ୟ ହାତଛଡ଼ା କରିବ। ତେଣୁ ଭାରତ ଅପେକ୍ଷା ଅଷ୍ଟ୍ରେଲିଆ ନିଶ୍ଚିତ ଭାବେ ଏହି ମ୍ୟାଚରେ ଚାପରେ ରହିବ।

ପୂର୍ବରୁ ସିରିଜର କାନବେରାରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଲାଗି ବାତିଲ ହୋଇଥିଲା। ଏହାପରେ ମେଲବୋର୍ଣ୍ଣ ମୁକାବିଲାକୁ ୪ ୱିକେଟରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ଲାଭ କରିଥିଲା। କିନ୍ତୁ ଭ୍ରମଣକାରୀ ଭାରତ ୩ୟ ଓ ୪ର୍ଥ ମୁକାବିଲାରେ ଦମ୍‌ଦାର ପ୍ରଦର୍ଶନ କରି ଯଥାକ୍ରମେ ୫ ୱିକେଟ୍‌ ଓ ୪୮ ରନରେ ବିଜୟୀ ହୋଇଥିଲା। ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଆସନ୍ତାକାଲି ମଧ୍ୟ ଟିମ୍‌ ଇଣ୍ଡିଆ ଏହି ବିଜୟଧାରାକୁ ବଜାୟ ରଖିବା ସହ ଦୁଇଟି ଉପଲବ୍ଧି ହାସଲ କରିବା ଲକ୍ଷ୍ୟରେ ରହିଛି। ପ୍ରଥମତଃ ଅଷ୍ଟ୍ରେଲିଆ ମାଟିରେ ଦୀର୍ଘ ୧୭ ବର୍ଷ ହେଲା ଟି-୨୦ ସିରିଜ ପରାସ୍ତ ନ ହେବାର ରେକର୍ଡ ବଜାୟ ରଖିବ। ଦ୍ୱିତୀୟରେ ଗତ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ମଧ୍ୟ ଟି-୨୦ରେ ନେବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି। ତେଣୁ ସୂର୍ଯ୍ୟକୁମାର ଓ ତାଙ୍କ ଦଳ ଟି-୨୦ ସିରିଜକୁ ଦମ୍‌ଦାର ଭାବେ ଫିନିଶ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର