ମନୋରଞ୍ଜନ
ଓଡ଼ିଶା
ପରଲୋକରେ ବଲିଉଡର ବର୍ଷୀୟାନ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ
ମୁମ୍ବାଇ: ଆରପାରିରେ ବଲିଉଡର ବର୍ଷୀୟାନ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସୁଲକ୍ଷଣା ପଣ୍ଡିତଙ୍କ ବିୟୋଗରେ ବଲିଉଡ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଆହୁରି ପଢ଼ନ୍ତୁ: ‘ଭୁଲଭୁଲୈୟା ୪’ରେ ମଞ୍ଜୁଲିକା ହେବେ ଅନନ୍ୟା !
ସୁଲକ୍ଷଣା କେବଳ ଜଣେ ଅଭିନେତ୍ରୀ ନ ଥିଲେ, ତାଙ୍କର କଣ୍ଠର ଯାଦୁ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ୭୦- ୮୦ ଦଶକରେ ଚଳଚ୍ଚିତ୍ର ଉଲଝନ, ସଂକୋଚ, ଅପନାପନ, ହେରାଫେରି ସିନେମାରେ ଅଭିନୟ କରିଥିଲେ । ରାଜେଶ ଖାନ୍ନା, ସଞ୍ଜୀବ କୁମାର, ବିନୋଦ୍ ଖାନ୍ନା, ଶଶି କପୁର ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି କିମ୍ବଦନ୍ତି ଅଭିନେତାଙ୍କ ସହ ସେ ଅଭିନୟ କରିଛନ୍ତି ।
ଆହୁରି ପଢ଼ନ୍ତୁ: ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ





