ଆଜିଠୁ ଭୁବନେଶ୍ୱରରେ ୮୪ତମ ଇଣ୍ଡିଆନ ରୋଡ୍‌ସ କଂଗ୍ରେସ, ଉଦ୍‌ଘାଟନ କରିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ

Madhusudan Das Picture
Published On

ଭୁବନେଶ୍ୱର: ଆଜିଠୁ ୮୪ତମ ଇଣ୍ଡିଆନ ରୋଡ କଂଗ୍ରେସ(ଆଇଆରସି)କୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଉଦ୍‌ଘାଟନ କରିବେ। ୨୦୧୫ ପରେ ପୁଣି ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଆଇଆର୍‌ସି ଆୟୋଜନ କରିବାକୁ ଯାଉଛି। ସଡ଼କ ଭିତ୍ତିଭୂମିକୁ ନେଇଏହି ବୃହତ୍‌ ସମ୍ମିଳନୀ  ବିଶେଷଜ୍ଞ ଓ ଯନ୍ତ୍ରୀଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନର ସେତୁ ପାଲଟିବ ବୋଲି ଗୁରୁବାର ଜନତା ମଇଦାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ । ସାଢେ ୩ ହଜାରରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଗେଷ୍ଟ ହାଉସ ଭିତରେ ପଶି ଖେଳିଲେ ରକ୍ତର ହୋଲି

ଆଇଆ୍‌ସି ସଂପର୍କରେ ବିସ୍ତୁତ ସୂଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ। ସମଗ୍ର ଭାରତରେ ସଡ଼କ ଭିତ୍ତିଭୂମିର ବିକାଶ ତଥା ଏ ନେଇ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ଆଇଆର୍‌ସି ଭଳି ଜାତୀୟ ସମ୍ମିଳନୀ ଆୟୋଜନ ହେଉଛି। ଏହି ସମ୍ମିଳନୀ ଇଞ୍ଜିନିୟର, ନୀତି ନିର୍ଦ୍ଧାରକ, ଗବେଷକ, ଶିଳ୍ପ ବୃତ୍ତିଗତ ଏବଂ ଶିକ୍ଷାବିତ୍‌ଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ। ସମ୍ମିଳନୀରେ ହେବାକୁ ଥିବା ଅଧିବେଶନଗୁଡ଼ିକର ବିଷୟବସ୍ତୁ ରହିଛି ‘ରାଜରାସ୍ତା ପ୍ରଯୁକ୍ତି ବିଦ୍ୟା ଏବଂ ନୀତିରେ ପ୍ରମୁଖ ଉନ୍ନତି’। ଆଇଆର୍‌ସି ଦେଶର ସଡକ ଇଞ୍ଜିନିୟର ଏବଂ ଯୋଜନାକାରୀଙ୍କ ପାଇଁ ଏକ ବୃତ୍ତିଗତ ସଂଗଠନ ଭାବେ କାର୍ଯ୍ୟ କରୁଛି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ଏଥିରେ ସଶ୍ଳିଷ୍ଟ ଅଛନ୍ତି। ସମଗ୍ର ଦେଶରେ ସଡ଼କ, ସେତୁ ଏବଂ ସୁଡଙ୍ଗ ନିର୍ମାଣର ଯୋଜନା, ଡିଜାଇନ୍‌, ପରିଚାଳନା ଓ ରକ୍ଷଣାବେକ୍ଷଣରେ ନୂତନ କୌଶଳକୁ ପ୍ରେତ୍ସାହିତ କରିବା ଏହି ସଂଗଠନର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଥିଲେ।   

ଆହୁରି ପଢ଼ନ୍ତୁ: କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

ଉଦ୍‌ଘାଟନୀ ସମାରୋହ ପରେ ଆଇଆର୍‌ସିର ୨୩୫ତମ କାଉନସିଲ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଆଇଆଇଟି, ଏନ୍‌ଆଇଟି, ଇଂଜିନିୟରିଂ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ନେଇ ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ। ବୈଜ୍ଞାନିକ ଏବଂ ରିସର୍ଚ୍ଚ ଓ ଡେଭଲପମେଣ୍ଟ ସଂଗଠନର ଅଧିକାରୀଙ୍କୁ ନେଇ ଏକ ଅଧିବେଶନ ଅନୁଷ୍ଠିତ ହେବ। ଠିକାଦାର, ପରାମର୍ଶଦାତା ଓ ସ୍ୱେଚ୍ଛାସେବୀଙ୍କୁ ନେଇ ଅନ୍ୟ ଗୋଟିଏ ବୈଷୟିକ ଅଧିବେଶନ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: 'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp