ହିଞ୍ଜିଳିରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା; ବିକାଶମୂଳକ କାର୍ଯ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ କର୍ମୀ

ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ କର୍ମ

Deviprasad Mohanty Picture
Published On

ଭୁବନେଶ୍ୱର: ଆଜି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକର ଗୋଠଗାଁ ପଞ୍ଚାୟତରୁ ଠୁରୁବୁରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୩ କିମି ଧରି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଠୁରୁବୁରି ଠାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେପି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ବିଜୁ ଜନତା ଦଳ ସରକାରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ପ୍ରତ୍ୟେକ କ୍ଷେତ୍ରରେ ହୋଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ଲାଗି ବିଜେଡି ନେତୃମଣ୍ଡଳୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଦୀର୍ଘ ୨୪ ବର୍ଷ ଧରି ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ ବିଜେଡି ସରକାରର ବିକାଶର ସଫଳତା ଓ ରାଜ୍ୟ ବିଜେପି ସରକାର ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଆଗାମୀ ଦିନରେ ବିଜେପିକୁ ଜବାବ ଦେବାକୁ ଉପସ୍ଥିତ ବିଜେଡି କର୍ମୀ ଶପଥ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରାରେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ଶେରଗଡ଼ ବ୍ଲକ ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ନାୟକ, ମାନ୍ୟବର ବିରୋଧୀ ଦଳ ନେତାଙ୍କ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ, ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀ, ହୀନ ବେହେରା, ହିଞ୍ଜିଳି ବ୍ଲକ ସଭାପତି ଦୁର୍ଗା ମାଧବ ମହାନ୍ତି, ହିଞ୍ଜିଳି ବ୍ଲକ ପ୍ରତିନିଧି ଏ. ସୁଦର୍ଶନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଦଳର କର୍ମୀ ସାମିଲ ହୋଇଥିଲେ 

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

08 Nov 2025 By Deviprasad Mohanty

ହିଞ୍ଜିଳିରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା; ବିକାଶମୂଳକ କାର୍ଯ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ କର୍ମୀ

ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ପାଇଁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ କର୍ମ

ଭୁବନେଶ୍ୱର: ଆଜି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକର ଗୋଠଗାଁ ପଞ୍ଚାୟତରୁ ଠୁରୁବୁରି ପଞ୍ଚାୟତ ପର୍ଯ୍ୟନ୍ତ ପ୍ରାୟ ୩ କିମି ଧରି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଠୁରୁବୁରି ଠାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେପି ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ବିଜୁ ଜନତା ଦଳ ସରକାରରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ପ୍ରତ୍ୟେକ କ୍ଷେତ୍ରରେ ହୋଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ଲାଗି ବିଜେଡି ନେତୃମଣ୍ଡଳୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଦୀର୍ଘ ୨୪ ବର୍ଷ ଧରି ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ ବିଜେଡି ସରକାରର ବିକାଶର ସଫଳତା ଓ ରାଜ୍ୟ ବିଜେପି ସରକାର ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଆଗାମୀ ଦିନରେ ବିଜେପିକୁ ଜବାବ ଦେବାକୁ ଉପସ୍ଥିତ ବିଜେଡି କର୍ମୀ ଶପଥ ନେଇଥିଲେ ।

ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରାରେ ମାନ୍ୟବର ବିରୋଧୀ ଦଳ ନେତାଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ଶେରଗଡ଼ ବ୍ଲକ ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ନାୟକ, ମାନ୍ୟବର ବିରୋଧୀ ଦଳ ନେତାଙ୍କ ବ୍ଲକ ପ୍ରତିନିଧି ଦିଗାମ୍ବର ନାହାକ, ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀ, ହୀନ ବେହେରା, ହିଞ୍ଜିଳି ବ୍ଲକ ସଭାପତି ଦୁର୍ଗା ମାଧବ ମହାନ୍ତି, ହିଞ୍ଜିଳି ବ୍ଲକ ପ୍ରତିନିଧି ଏ. ସୁଦର୍ଶନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଦଳର କର୍ମୀ ସାମିଲ ହୋଇଥିଲେ 

https://www.thesakala.in/latest-odisha-news/bjd-massive-public-outreach-padayatra-in-hinjili-expressed-gratitude-to-naveen-patnaik-for-the-developmental-work/article-43043
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର