ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ' ପାଇଁ ରାସ୍ତାରେ ବିଜେପିର ଷ୍ଟେଜ କରାଯିବା ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେଡି

Deviprasad Mohanty Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ ପାଇଁ ରାସ୍ତାରେ ବିଜେପିର ଷ୍ଟେଜ କରାଯିବା ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେଡି। ଗତକାଲି ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ଼ ଶୋ, ହଜାର ହଜାର ସଂଖ୍ୟାରେ ଓଲ୍ହାଇଲେ ଏହାକୁ ଦେଖି ଭୟଭୀତ ହୋଇ ତରବରିଆ ଭାବେ ଯେଉଁ ରୋଡ଼ ଶୋ କରୁଛନ୍ତି। ଶାସନ ପ୍ରଶାସନର ସହାୟତାରେ ରାସ୍ତା ମଝିରେ ଷ୍ଟେଜ କରିଛନ୍ତି। ୯୦ ଭାଗ ରାସ୍ତା ବନ୍ଦ କରି ଷ୍ଟେଜ କରିଛନ୍ତି। ୱାର୍କିଂ ଡେ ରେ ଏଭଳି କରିବା ଦ୍ୱାରା ଲୋକେ ବହୁ ହଇରାଣ ହେଉଛନ୍ତି। ପ୍ରଶାସନକୁ ଜଣାଇବା ପରେ ବି ସେମାନେ ଶୁଣିବାକୁ ନାରାଜ। ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିବା ପରେ ବି ସେ ଫୋନ ଉଠାଉନାହାନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ମାନେ ମଧ୍ୟ ଫୋନ ରିସିଭ କରୁ ନାହାନ୍ତି। ଯଦି ପ୍ରତିନିଧିଙ୍କୁ ନ ଭେଟିବେ ତାହେଲେ କାହିଁକି ଅଛନ୍ତି ପର୍ଯ୍ୟବେକ୍ଷକ ବୋଲି ପ୍ରଶ୍ନ କଲା ଦଳ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ବେଆଇନ କାମ କରିକି ରାସ୍ତାକୁ ବନ୍ଦ କରି ମିଟିଂ କରୁଛନ୍ତି। ଜିଲ୍ଲାପାଳ ଏସପି ଶାସକ ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି। ଏଭଳି ପରିସ୍ଥିତି କେବେ ଦେଖାଯାଇ ନ ଥିଲା। ଅଭିଯୋଗ ନ ଶୁଣିବା କେବେ ଦେଖିବାକୁ ମିଳି ନ ଥିଲା। ଏକତରଫା ନିର୍ବାଚନ କରିବାକୁ ଉଦ୍ୟମ ହେଉଛି। ଭୟର ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି। ବିଜେଡି ପୋଷ୍ଟର ବ୍ୟାନର ହଟାଯାଇ ବିଜେପି ପୋଷ୍ଟର ଲଗାଯାଉଛି। ପ୍ରଶାସନ ବ୍ୟାନର ପୋଷ୍ଟର ଲଗାଉଛି। ଯାହାକୁ କଡା ନିନ୍ଦା କଲା ବିଜେଡି। କାଲି ଯେଭଳି ଜନସମର୍ଥନ ରହିଲା ଓ ଜନସମୁଦ୍ର ପାଲଟିଲା ଏଥିରେ ବିଜେପି ଭୟଭୀତ। ସେମାନେ ଜାଣିସରିଲେଣି ସେମାନଙ୍କ ଲୋକପ୍ରିୟତା ନାହିଁ। ମୋହନ ମାଝୀଙ୍କ ସଭାରେ ଲୋକ ହେଉ ନାହାଁନ୍ତ। ରାସ୍ତା ବ୍ଲକ କରି ଭିଡ଼ ଦେଖାଇବାକୁ ଉଦ୍ୟମ। ବିଜେପିର ଲୋକପ୍ରିୟତା ନାହିଁ। ବିଜେପି ନେତା ମନ୍ତ୍ରୀଙ୍କୁ ଲୋକେ ଚିହ୍ନୁ ନାହାନ୍ତି। ସେଥିପାଇଁ ଜବରଦସ୍ତି ଅନ୍ୟ ଜିଲ୍ଲାରୁ ପ୍ରଶାସନକୁ ଲଗାଇ ଲୋକଙ୍କୁ ଅଣାଯାଉଛି। ଜବରଦସ୍ତି ଲୋକପ୍ରିୟତା ଆସେନାହିଁ ବୋଲି କହିଲା ବିଜେଡି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର