ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Deviprasad Mohanty Picture
Published On

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଭାରତ ଆସିପାରନ୍ତି। ଟ୍ରମ୍ପ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଭଲଭାବେ କଥାବାର୍ତ୍ତା ଚାଲୁ ରହିଛି ଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଚର୍ଚ୍ଚା ଗଠନମୂଳକ ଭାବେ ଆଗକୁ ବଢ଼଼ଛି ବୋଲି ସେ କହିଛନ୍ତି। ହ୍ୱାଇଟ ହାଉସ୍‌‌ର ଓଭାଲ କାର୍ଯ୍ୟାଳୟରେ ଗଣମଧ୍ୟମଗୁଡିକ ସହ କଥା ହେବା ବେଳେ ସେ ପୁଣି ଥରେ ମୋଦୀଙ୍କୁ ନିଜର ଏକ ଭଲ ବନ୍ଧୁ ଓ ଉତ୍ତମ ବ୍ୟକ୍ତି ବୋଲି ଅଭିହିତ କରିଥିଲେ। ଆମ ମଧ୍ୟରେ ପ୍ରାୟ କଥାବାର୍ତ୍ତା ଚାଲିଛି। ସେ ରୁଷଠାରୁ ତୈଳ କ୍ରୟର ପରିମାଣକୁ କମାଇଛନ୍ତି। ଭାରତ ଆସିବାକୁ ସେ ମୋତେ ନିମନ୍ତ୍ରଣ ଦେଇଛନ୍ତି ଓ ଭାରତ ଯିବାକୁ ଚାହୁଁଛି ବୋଲି ଟ୍ରମ୍ପ କହିଛନ୍ତି। ଏକ ପ୍ରଶ୍ନ ଉତ୍ତର ଦେଇ ସେ ଆସନ୍ତାବର୍ଷ ହିଁ ଭାରତ ଆସିପାରିନ୍ତି ବୋଲି କହିଛନ୍ତି। 

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିବା ନେଇ ସେ ତାଙ୍କର ପୁରୁଣା ଦାବିକୁ ପୁଣି ଥରେ ଦୋହରାଇଛନ୍ତି। ବିଶ୍ୱରେ ୮ଟି ଯୁଦ୍ଧରୁ ୫ରୁ ୬ଟିକୁ ଟାରିଫ୍‌‌ ସହାୟତା ବନ୍ଦ କରିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ କ୍ୱାଡ୍‌‌ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେ ନାହିଁ ବୋଲି ଟ୍ରମ୍ପ ନିଷ୍ପତ୍ତି ନେଇଥିଲେ। 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ


 

ଆହୁରି ପଢ଼ନ୍ତୁ: ଇସ୍ରାଏଲ ନିର୍ବାଚନ: ବେଞ୍ଜାମିନ ନେତାନ୍ୟାହୁଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ସମର୍ଥନ, କହିଲେ 'ବିବି'ଙ୍କୁ ଭୋଟ୍ ଦିଅନ୍ତୁ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର