ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Deviprasad Mohanty Picture
Published On

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଭାରତ ଆସିପାରନ୍ତି। ଟ୍ରମ୍ପ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ଭଲଭାବେ କଥାବାର୍ତ୍ତା ଚାଲୁ ରହିଛି ଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଚର୍ଚ୍ଚା ଗଠନମୂଳକ ଭାବେ ଆଗକୁ ବଢ଼଼ଛି ବୋଲି ସେ କହିଛନ୍ତି। ହ୍ୱାଇଟ ହାଉସ୍‌‌ର ଓଭାଲ କାର୍ଯ୍ୟାଳୟରେ ଗଣମଧ୍ୟମଗୁଡିକ ସହ କଥା ହେବା ବେଳେ ସେ ପୁଣି ଥରେ ମୋଦୀଙ୍କୁ ନିଜର ଏକ ଭଲ ବନ୍ଧୁ ଓ ଉତ୍ତମ ବ୍ୟକ୍ତି ବୋଲି ଅଭିହିତ କରିଥିଲେ। ଆମ ମଧ୍ୟରେ ପ୍ରାୟ କଥାବାର୍ତ୍ତା ଚାଲିଛି। ସେ ରୁଷଠାରୁ ତୈଳ କ୍ରୟର ପରିମାଣକୁ କମାଇଛନ୍ତି। ଭାରତ ଆସିବାକୁ ସେ ମୋତେ ନିମନ୍ତ୍ରଣ ଦେଇଛନ୍ତି ଓ ଭାରତ ଯିବାକୁ ଚାହୁଁଛି ବୋଲି ଟ୍ରମ୍ପ କହିଛନ୍ତି। ଏକ ପ୍ରଶ୍ନ ଉତ୍ତର ଦେଇ ସେ ଆସନ୍ତାବର୍ଷ ହିଁ ଭାରତ ଆସିପାରିନ୍ତି ବୋଲି କହିଛନ୍ତି। 

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିବା ନେଇ ସେ ତାଙ୍କର ପୁରୁଣା ଦାବିକୁ ପୁଣି ଥରେ ଦୋହରାଇଛନ୍ତି। ବିଶ୍ୱରେ ୮ଟି ଯୁଦ୍ଧରୁ ୫ରୁ ୬ଟିକୁ ଟାରିଫ୍‌‌ ସହାୟତା ବନ୍ଦ କରିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ କ୍ୱାଡ୍‌‌ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେ ନାହିଁ ବୋଲି ଟ୍ରମ୍ପ ନିଷ୍ପତ୍ତି ନେଇଥିଲେ। 

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ


 

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର