ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ

Madhusudan Das Picture
Published On

ରାଞ୍ଚି: ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ରଙ୍କୁ ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ପୁଲିସ ଡିଜି ପଦରେ ନିଯୁକ୍ତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ । ଡିଜି ପଦରୁ ଅନୁରାଗ ଗୁପ୍ତା ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ଶ୍ରୀମତୀ ମିଶ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଗତକାଲି ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ସେ ନୂଆ ଦାୟିତ୍ବ ଗ୍ରହଣ କରିବେ । 

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ମିଳିଥିବା ସୂଚନା ଅନୁଯାୟୀ ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଅସ୍ଥାୟୀ ରୂପେ ଏହି ଦାୟିତ୍ବ ତୁଲାଇବେ । ଏବେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଥିବା ତଦାଶା ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ । ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ନେବା ପୂର୍ବରୁ ସେ ରେଳବାଇର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ । ଏହାସହିତ ରାଜ୍ୟ ପୁଲିସ ବିଭାଗରେ ସେ  ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ମଧ୍ୟ ରହିଥିଲେ । ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ତଦାଶା ମିଶ୍ର ୧୯୯୪ରେ ଆଇପିଏସ୍ ବିହାର କ୍ୟାଡର୍‌ରେ ଯୋଗ ଦେଇଥିଲେ  । ତେବେ ୨୦୦୦ରେ ବିହାର ବିଭାଜନ ପରେ ତାଙ୍କୁ ଝାଡ଼ଖଣ୍ଡ କ୍ୟାଡର ମିଳିଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

07 Nov 2025 By Madhusudan Das

ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ

ରାଞ୍ଚି: ଓଡ଼ିଆ ଝିଅ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ରଙ୍କୁ ଝାଡ଼ଖଣ୍ଡର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ପୁଲିସ ଡିଜି ପଦରେ ନିଯୁକ୍ତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ । ଡିଜି ପଦରୁ ଅନୁରାଗ ଗୁପ୍ତା ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ଶ୍ରୀମତୀ ମିଶ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଗତକାଲି ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଏସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ସେ ନୂଆ ଦାୟିତ୍ବ ଗ୍ରହଣ କରିବେ । 

ମିଳିଥିବା ସୂଚନା ଅନୁଯାୟୀ ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଅସ୍ଥାୟୀ ରୂପେ ଏହି ଦାୟିତ୍ବ ତୁଲାଇବେ । ଏବେ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଥିବା ତଦାଶା ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିବେ । ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ନେବା ପୂର୍ବରୁ ସେ ରେଳବାଇର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ । ଏହାସହିତ ରାଜ୍ୟ ପୁଲିସ ବିଭାଗରେ ସେ  ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ମଧ୍ୟ ରହିଥିଲେ । ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ତଦାଶା ମିଶ୍ର ୧୯୯୪ରେ ଆଇପିଏସ୍ ବିହାର କ୍ୟାଡର୍‌ରେ ଯୋଗ ଦେଇଥିଲେ  । ତେବେ ୨୦୦୦ରେ ବିହାର ବିଭାଜନ ପରେ ତାଙ୍କୁ ଝାଡ଼ଖଣ୍ଡ କ୍ୟାଡର ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର