ବର୍ଷା ଯୋଗୁଁ ଅଧାରୁ ବାତିଲ ହେଲା ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍, ୨-୧ ରେ ସିରିଜ୍ କବ୍ଜା କଲା ଭାରତ...
ବ୍ରିସବେନ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ମ ତଥା ଅନ୍ତିମ ଟି-୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି। ଏହି ମ୍ୟାଚ କେବଳ ମାତ୍ର ୪.୫ ଓଭର ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ୫୨ ରନ୍ କରିଥିଲା । ବର୍ଷା ଛାଡିବା ପରେ ମ୍ୟାଚ୍ ହୋଇଥାନ୍ତା ହେଲେ ବର୍ଷା ଯୋଗୁଁ ହୋଇପାରିଲା ନାହିଁ । ବର୍ଷା ଯୋଗୁଁ ମ୍ୟାଚ୍ ଅଧାରି ବାତିଲ ହୋଇଛି । ଏହା ସହିତ ଭାରତୀୟ ଟିମ୍ ୫ଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଛି ।
ଆହୁରି ପଢ଼ନ୍ତୁ: ଟଙ୍କା ମୂଲ୍ୟ ହ୍ରାସର ପ୍ରଭାବ: ସବୁ ହେବ ମହଙ୍ଗା; ବଢ଼ିବ ସ୍ମାର୍ଟଫୋନ୍, ପେଟ୍ରୋଲ ଓ ଲାପ୍ଟପ୍ ଦାମ୍...
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଟିମ୍ ଇଣ୍ଡିଆ ବ୍ୟାଟିଂ କରି ୪.୫ ଓଭରରେ ୫୨ ରନ୍ କରିଥିଲା । ଶୁବମନ ଗିଲ୍ ୨୯ ରନ କରିଥିବା ବେଳେ ଅଭିଷେକ ଶର୍ମା ୨୩ ରନ କରିଥିଲେ।





