ମନୋରଞ୍ଜନ
ଓଡ଼ିଶା
ଆକ୍ସନ ମୋଡରେ ଖାଦ୍ୟ ସୁରକ୍ଷା ୟୁନିଟ୍, କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍
କଟକ: ଆକ୍ସନ ମୋଡରେ ଖାଦ୍ୟ ସୁରକ୍ଷା ୟୁନିଟ୍ । କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍ । ରେଡ୍ ବେଳେ ଷ୍ଟଲରେ ଥିବା ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍ ମଧ୍ୟ କଟାଯାଇଛି । କଟକ ବାଲିଯାତ୍ରା ତଳ ପଡ଼ିଆରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରିଛି । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ମାନ ଖରାପ ଥିବା ଖାଦ୍ୟକୁ ନଷ୍ଟ କରୁଛି ଟିମ ।
ଆହୁରି ପଢ଼ନ୍ତୁ: ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ
କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରସିଦ୍ଧ ଯାତ୍ରା ବୁଲିବା ସହ ଅନେକ କିଣାକିଣି ମଧ୍ୟ କରୁଛନ୍ତି । ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସିଏମ୍ ସି ଖାଦ୍ୟ ସୁରକ୍ଷା ୟୁନିଟ୍ ।





