ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା, ଟେକା ପଥର ମାଡ଼ ସହ ପୋଡ଼ାଜଳା ପରିସ୍ଥିତି

Madhusudan Das Picture
Published On

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ । ବାଘମାରି ଥାନା ଅନ୍ତର୍ଗତ କୋଟପଲା ଏବଂ ଓସ୍ତପୁର ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଉଭୟ ଗ୍ରାମର ଗ୍ରାମବାସୀ  ପରସ୍ପର ଉପରେ କାଚ ବୋତଲ, ଟେକା ପଥର ଫୋପାଡି ଆକ୍ରମଣ କରୁଥିବା ଜଣାପଡିଛି । ଓସ୍ତପୁର ବଜାରରେ ଉତ୍ତ୍ୟକ୍ତ ଲୋକ ଦୋକାନ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଛନ୍ତି । ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଏହାକୁ ନେଇ କିଛି ଲୋକ ରାସ୍ତାରୋକ କରିଥିବା ମଧ୍ୟ ଦେଖିବାକୁ ମିଳିଛି । 

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଉଲ୍ଲେଖଯୋଗ୍ୟ କି, କୋଟପଲା ଏବଂ ଓସ୍ତପୁର ଗାଁର ନାମ ଫଳକ ଲଗାଇବାକୁ ନେଇ ୩ ମାସ ହେଲା ବିବାଦ ଚାଲିଛି। ଅଗଷ୍ଟ ମାସରୁ ଏହି ଗଣ୍ଡଗୋଳ ଲାଗି ରହିଛି। ପ୍ରଶାସନ ୧୬୩ ଧାରା ଲଗାଇଥିଲା। ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ପରେ ଶାନ୍ତି ଫେରୁଥିଲା । କିନ୍ତୁ ଆଜି ପୁଣି ଥରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ୫ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

05 Nov 2025 By Madhusudan Das

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା, ଟେକା ପଥର ମାଡ଼ ସହ ପୋଡ଼ାଜଳା ପରିସ୍ଥିତି

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ । ବାଘମାରି ଥାନା ଅନ୍ତର୍ଗତ କୋଟପଲା ଏବଂ ଓସ୍ତପୁର ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଉଭୟ ଗ୍ରାମର ଗ୍ରାମବାସୀ  ପରସ୍ପର ଉପରେ କାଚ ବୋତଲ, ଟେକା ପଥର ଫୋପାଡି ଆକ୍ରମଣ କରୁଥିବା ଜଣାପଡିଛି । ଓସ୍ତପୁର ବଜାରରେ ଉତ୍ତ୍ୟକ୍ତ ଲୋକ ଦୋକାନ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଛନ୍ତି । ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଏହାକୁ ନେଇ କିଛି ଲୋକ ରାସ୍ତାରୋକ କରିଥିବା ମଧ୍ୟ ଦେଖିବାକୁ ମିଳିଛି । 

ଉଲ୍ଲେଖଯୋଗ୍ୟ କି, କୋଟପଲା ଏବଂ ଓସ୍ତପୁର ଗାଁର ନାମ ଫଳକ ଲଗାଇବାକୁ ନେଇ ୩ ମାସ ହେଲା ବିବାଦ ଚାଲିଛି। ଅଗଷ୍ଟ ମାସରୁ ଏହି ଗଣ୍ଡଗୋଳ ଲାଗି ରହିଛି। ପ୍ରଶାସନ ୧୬୩ ଧାରା ଲଗାଇଥିଲା। ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ପରେ ଶାନ୍ତି ଫେରୁଥିଲା । କିନ୍ତୁ ଆଜି ପୁଣି ଥରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ୫ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି।

https://www.thesakala.in/latest-odisha-news/intense-tension-between-two-villages-over-border-dispute-in-khordha/article-42974
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର