ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ପ୍ରବଳ ଉତ୍ତେଜନା, ଟେକା ପଥର ମାଡ଼ ସହ ପୋଡ଼ାଜଳା ପରିସ୍ଥିତି

Madhusudan Das Picture
Published On

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ । ବାଘମାରି ଥାନା ଅନ୍ତର୍ଗତ କୋଟପଲା ଏବଂ ଓସ୍ତପୁର ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଉଭୟ ଗ୍ରାମର ଗ୍ରାମବାସୀ  ପରସ୍ପର ଉପରେ କାଚ ବୋତଲ, ଟେକା ପଥର ଫୋପାଡି ଆକ୍ରମଣ କରୁଥିବା ଜଣାପଡିଛି । ଓସ୍ତପୁର ବଜାରରେ ଉତ୍ତ୍ୟକ୍ତ ଲୋକ ଦୋକାନ ଭଙ୍ଗାରୁଜା କରିବା ସହ ପଥରମାଡ଼ କରିଛନ୍ତି । ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି । ଏହାକୁ ନେଇ କିଛି ଲୋକ ରାସ୍ତାରୋକ କରିଥିବା ମଧ୍ୟ ଦେଖିବାକୁ ମିଳିଛି । 

ଆହୁରି ପଢ଼ନ୍ତୁ: ବାତ୍ୟା ‘ମୋନ୍ଥା’ ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି

ଉଲ୍ଲେଖଯୋଗ୍ୟ କି, କୋଟପଲା ଏବଂ ଓସ୍ତପୁର ଗାଁର ନାମ ଫଳକ ଲଗାଇବାକୁ ନେଇ ୩ ମାସ ହେଲା ବିବାଦ ଚାଲିଛି। ଅଗଷ୍ଟ ମାସରୁ ଏହି ଗଣ୍ଡଗୋଳ ଲାଗି ରହିଛି। ପ୍ରଶାସନ ୧୬୩ ଧାରା ଲଗାଇଥିଲା। ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା ପରେ ଶାନ୍ତି ଫେରୁଥିଲା । କିନ୍ତୁ ଆଜି ପୁଣି ଥରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଓ ୫ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ରାଫେଲ୍ ଯୁଦ୍ଧ ବିମାନରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ...

Join Us @ WhatsApp

About The Author

Google News
Join Us @ WhatsApp