ଭକ୍ତଙ୍କ ପାଇଁ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ୫ ଦିନ ବନ୍ଦ

The Sakala Picture
Published On

ଘଟଗାଁ: କେନ୍ଦୁଝର ଜିଲ୍ଲା ସ୍ଥିତ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି ଅଧିକରୁ ଅଧିକ ହେବା ଯୋଗୁ ମନ୍ଦିର ୫ ଦିନ ବନ୍ଦ ରହିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଛି। ଆଗକୁ ମା’ ତାରିଣୀ ମନ୍ଦିରକୁ ବହୁ ଦୂର ଦୂରାନ୍ତରୁ ମା’ଙ୍କ ଦର୍ଶନ ନିମନ୍ତେ ଗହଳି ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିସେମ୍ବର ମାସର ୨୫ ତାରିଖ ଶନିବାର ୨୬ ତାରିଖ ରବିବାର ୩୧ ତାରିଖ ଶୁକ୍ରବାର ବନ୍ଦ […]

ଘଟଗାଁ: କେନ୍ଦୁଝର ଜିଲ୍ଲା ସ୍ଥିତ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି ଅଧିକରୁ ଅଧିକ ହେବା ଯୋଗୁ ମନ୍ଦିର ୫ ଦିନ ବନ୍ଦ ରହିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଛି। ଆଗକୁ ମା’ ତାରିଣୀ ମନ୍ଦିରକୁ ବହୁ ଦୂର ଦୂରାନ୍ତରୁ ମା’ଙ୍କ ଦର୍ଶନ ନିମନ୍ତେ ଗହଳି ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିସେମ୍ବର ମାସର ୨୫ ତାରିଖ ଶନିବାର ୨୬ ତାରିଖ ରବିବାର ୩୧ ତାରିଖ ଶୁକ୍ରବାର ବନ୍ଦ ରହିବ । ସେହିପରି ନବ ବର୍ଷ ଶନିବାର ଓ ୨ ତାରିଖ ରବିବାର ଦିନ ଭକ୍ତଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏ ସଂକ୍ରାନ୍ତରେ ମନ୍ଦିର ପରିଚାଳନା ବୋର୍ଡ଼ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ମନ୍ଦିର କାର୍ଯ୍ଯନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ ମହାନ୍ତ। ଦୟାନିଧି ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଦିନ ଗୁଡିକରେ ମନ୍ଦିର ପରିସରରେ ଭିତରକୁ କୌଣସି ଭକ୍ତ ପ୍ରବେଶ କରି ପାରିବେ ନାହିଁ । ମାତ୍ର ପୂର୍ବରୁ ଯେପରି ଭାବେ ମା’ଙ୍କ ବେଶ ନୀତିକାନ୍ତି ସକାଳ ଆଳତୀ ସନ୍ଧ୍ୟା ଆଳତୀ ଓ ପହଡ଼ ସମ୍ପାଦନ ହେବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର