ତେଲକୋଇ ଆକୁଳରେ ଅଘଟଣ: ପୋଖରୀରେ ଗାଧୋଇବାବେଳେ ବୁଡିଯାଇ ଯୁବକଙ୍କ ମୃତ୍ଯୁ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଠାରେ ଆଜି ମଧ୍ୟାହ୍ନରେ ଏକ ଅଘଟଣ ଘଟି ଯାଇଛି। ଜଣେ ଯୁବକ ପୋଖରୀରେ ଗାଧୋଇବାବେଳେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସୂଚନା ଅନୁଯାଯୀ, ଆକୁଳ ଗ୍ରାମର ଚନ୍ଦ୍ରମଣୀ ନାଏକଙ୍କର ବଡ଼ ପୁଅ ଲକ୍ଷ୍ମୀଧର ନାଏକ (୨୫) ଗାଁର ହାଟସାହି ନିକଟସ୍ଥ ଗୋଳିଆବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ଅସାବଧାନତାରୁ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ସେ ଗଭୀର […]

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ଠାରେ ଆଜି ମଧ୍ୟାହ୍ନରେ ଏକ ଅଘଟଣ ଘଟି ଯାଇଛି। ଜଣେ ଯୁବକ ପୋଖରୀରେ ଗାଧୋଇବାବେଳେ ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ଅନୁଯାଯୀ, ଆକୁଳ ଗ୍ରାମର ଚନ୍ଦ୍ରମଣୀ ନାଏକଙ୍କର ବଡ଼ ପୁଅ ଲକ୍ଷ୍ମୀଧର ନାଏକ (୨୫) ଗାଁର ହାଟସାହି ନିକଟସ୍ଥ ଗୋଳିଆବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ଅସାବଧାନତାରୁ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ସେ ଗଭୀର ପାଣିରେ ବୁଡି ଯାଇଥିଲେ। ପୋଖରୀରେ ସେତେବେଳେ ଅନ୍ୟଲୋକ ମାନେ ମଧ୍ୟ ଗାଧୋଉଥିଲେ ହେଁ ସେମାନେ ଜାଣିବା ବେଳକୁ ବିଳମ୍ବ ହୋଇଥିଲା। ଲୋକେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ପୋଖରୀରେ ବୁଡି ଯାଇଥିବା ଲକ୍ଷ୍ମୀଧରକୁ ଉଧାର କରି ତେଲକୋଇ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଖବର ପାଇ ତେଲକୋଇ ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର