ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଅନିଲ: ବଞ୍ଚିବାର ଆଶା ଦେଖାଇଲା ବିଏସକେୱାଇ

The Sakala Picture
Published On

ଭବାନୀପାଟଣା: ଦୀର୍ଘ ୬ ବର୍ଷ ହେବ ଏକ ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ହାଡ଼ ଭାଙ୍ଗିଯିବାରୁ ଦୁର୍ବିସହ ଜୀବନ ବିତାଉଥିଲେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ଅନିଲ ଶିଖା(୩୦)। ଶାରୀରିକ କଷ୍ଟ, ପରିବାରର ଦାରିଦ୍ର୍ୟତା ଏବଂ ମାନସିକ ଦୁଶ୍ଚିନ୍ତା ଯୋଗୁଁ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଅନିଲ। ତେବେ ଅନିଲଙ୍କ ଏଭଳି ଦଶା ଜଣାପଡ଼ିବା ପରେ କଳାହାଣ୍ଡି ସିଡିଏମ୍‍ଓ ଅଫିସ୍‍ରୁ କର୍ମଚାରୀ ଯାଇ ଅନିଲଙ୍କ ନିକଟରେ ପହଞ୍ଚିଥିଲେ। ଦୀର୍ଘ ୬ବର୍ଷର ଚିକିତ୍ସା ଜନିତ ସମସ୍ତ ରିପୋର୍ଟକୁ ଆଧାର […]

ଭବାନୀପାଟଣା: ଦୀର୍ଘ ୬ ବର୍ଷ ହେବ ଏକ ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ହାଡ଼ ଭାଙ୍ଗିଯିବାରୁ ଦୁର୍ବିସହ ଜୀବନ ବିତାଉଥିଲେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ଅନିଲ ଶିଖା(୩୦)। ଶାରୀରିକ କଷ୍ଟ, ପରିବାରର ଦାରିଦ୍ର୍ୟତା ଏବଂ ମାନସିକ ଦୁଶ୍ଚିନ୍ତା ଯୋଗୁଁ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଅନିଲ। ତେବେ ଅନିଲଙ୍କ ଏଭଳି ଦଶା ଜଣାପଡ଼ିବା ପରେ କଳାହାଣ୍ଡି ସିଡିଏମ୍‍ଓ ଅଫିସ୍‍ରୁ କର୍ମଚାରୀ ଯାଇ ଅନିଲଙ୍କ ନିକଟରେ ପହଞ୍ଚିଥିଲେ। ଦୀର୍ଘ ୬ବର୍ଷର ଚିକିତ୍ସା ଜନିତ ସମସ୍ତ ରିପୋର୍ଟକୁ ଆଧାର କରି ବିଏସକେୱାଇ ଜରିଆରେ ଚିକିତ୍ସା ସେବା ଯୋଗାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାର୍ଟ ହେଲ୍‍ଥ କାର୍ଡ ଦ୍ୱାରା ଜିଲ୍ଲା ତଥା ରାଜ୍ୟ ବାହାରେ ଅନିଲଙ୍କ ଚିକିତ୍ସା ସୁବିଧା ଏକ ପ୍ରକାରର ନୂଆ ଆଶାର କିରଣ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତାପ କୁମାର ବେହେରା ଅନିଲଙ୍କ ସୁସ୍ଥହେବା ଦାୟିତ୍ୱ ନିଆଯିବ ଏବଂ ତାଙ୍କ ପାଇଁ ସମସ୍ତ ପ୍ରକାରର ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି।

ପ୍ରକାଶ ଯେ, ୨୦୧୫ ମସିହା ଅକ୍ଟୋବର ୧୦ତାରିଖରେ ଭବାନୀପାଟଣାରେ ଅନିଲ ଶିଖା ଏକ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ତାଙ୍କର ଚେତା ନ ଥିଲା। ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିବା ଯୋଗୁଁ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ପୁର୍ନବାର ଅକ୍ଟୋବର ୧୫ରେ ବୁର୍ଲାରୁ ଏସ୍‍ସିବି କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତା’ପରେ ଆୟୁସ ହସ୍ପିଟାଲ ଓ ଓଲଟପୁର ଠାରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ। ସାଙ୍ଗରେ ଥିଲେ ବଡ଼ଭାଇ ରାଜ ଶିଖା। ଅନିଲଙ୍କ ଚିକିତ୍ସା ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଥିବାରୁ ରାଜଶିଖାଙ୍କ ସ୍ଥିତି ଅସମ୍ଭାଳ ହେବା ଯୋଗୁଁ ନିଜେ ସେ ଭାରସାମ୍ୟ ହରାଇ ବସିଲେ। ଫଳରେ ତାଙ୍କର ସ୍ନାୟୁବିକ ରୋଗ ଆରମ୍ଭ ହେଲା। ସବୁଚେଷ୍ଟା ସତ୍ତ୍ବେ ଅନିଲ ସୁସ୍ଥ ନ ହେବାରୁ ୨୦୧୬ ଜାନୁଆରୀରେ ନିଜ ଗ୍ରାମକୁ ଫେରିବାକୁ ବାଧ୍ୟ ହୋଇଥିଲେ। ପରିବାର ସମ୍ଭାଳୁଥିବା ବାପା ଯଦୁବନ ଶିଖା ଓ ମା’ କୌଶଲ୍ୟା ଶିଖା ମଧ୍ୟ ଭାଙ୍ଗି ପଡ଼ିଥିଲେ। ସମସ୍ତ ଜମି ବନ୍ଧକ ରଖିବା ସହ ସୁନା ଗହଣା, ଏପରିକି ବଡ଼ ପୁଅ ରାଜକୁ ବାହା କରିବା ପାଇଁ ସଞ୍ଚୟ କରିଥିବା ସୁନା ଗହଣା ଓ ଟଙ୍କା ମଧ୍ୟ ଅନିଲଙ୍କ ଚିକିତ୍ସାବେଳେ ଖର୍ଚ୍ଚ ହୋଇଯାଇଥିଲା। ଦୈନିକ ମୂଲ ଲାଗିଲେ ଘରେ ଚୁଲି ଲାଗୁଥିଲା। ଅନେକ ସମୟରେ ପରିବାର ଲୋକଙ୍କୁ ଭୋକରେ ବି ରହିବାକୁ ପଡୁଥିଲା। ଅନିଲଙ୍କୁ ବିକଳାଙ୍ଗ ଭତ୍ତା ଭାବେ ୭୦୦ଟଙ୍କା ମିଳୁଥିବାବେଳେ ବାପା ଯଦୁବନଙ୍କ ଭତ୍ତା ଟଙ୍କାରେ ଘର ଚଳିବା ସହ ଅନିଲଙ୍କ ଚିକିତ୍ସା ସମ୍ଭବ ହେଉ ନ ଥିଲା। ବାପା, ମା’ଙ୍କ କଷ୍ଟ, ବଡ଼ ଭାଇ ଅବିବାହିତ ହୋଇ ରହିଯିବା, ନିଜେ ଖଟିଆରେ ବର୍ଷ ବର୍ଷ ଧରି ପଡ଼ି ରହିବା ଅପେକ୍ଷା ମୃତ୍ୟୁବରଣ କରି ପରିବାର ବୋଝ ହାଲକା କରିବାକୁ ଅନିଲ ଭାବି ନେଇଥିଲେ। ତେଣୁ ଇଚ୍ଛାମୃତ୍ୟୁ ପାଇଁ ଗତ ୧୮ ତାରିଖରେ ଅନିଲ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ସମେତ ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟର ମୁଖ୍ୟ ବିଚାର ପତିଙ୍କୁ ଚିଠି ମାଧ୍ୟମରେ ଆବେଦନ କରିଥିଲେ। ହେଲେ ଗତ ୮ଦିନ ପୂର୍ବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ପାଇବା ପରେ ତାଙ୍କ ମନରେ ପରିବର୍ତ୍ତନ ଆସିଥିବା ଅନିଲ କହିଛନ୍ତି କରିଛନ୍ତି। ‘ଯଦି ମୁଁ ସୁସ୍ଥ ହେବାର ସୁଯୋଗ ସୃଷ୍ଟି ହୁଏ ତେବେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିବା ଦରଖାସ୍ତକୁ ପ୍ରତ୍ୟାହାର କରିନେବି’ ବୋଲି ଅନିଲ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର