ତୈଳଭଣ୍ଡାର ପ୍ରକଳ୍ପରେ ଡୋରି ବାନ୍ଧିବ ଡଙ୍କାରୀ!, ମାଫିଆଙ୍କ ପାଇଁ ୮ ହଜାର କୋଟି ଟଙ୍କାର ପ୍ରକଳ୍ପ ସ୍ୱାହା

The Sakala Picture
Published On

ଯାଜପୁର : ଡଙ୍କାରୀ ପାହାଡ଼ ମାଫିଆଙ୍କ ସ୍ୱାର୍ଥରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ୮୭୪୩ କୋଟି ଟଙ୍କାର ପ୍ରକଳ୍ପକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାର ଡଙ୍କାରୀଠାରେ ପ୍ରସ୍ତାବିତ ଚଣ୍ଡିଖୋଲ ବୃହତ୍‌ ପେଟ୍ରୋଲିୟମ ପ୍ରକଳ୍ପ ପାଇଁ ଚିହ୍ନିତ ୪ଶହ ଏକର ଜମିରେ ଦିନରାତି ପଥରମାଫିଆ ବେଆଇନ ଖନନ ଜାରି ରଖିଛନ୍ତି। ଭାରତ ସରକାରଙ୍କ ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭସ ଲିଃ (ଆଇଏସ୍‌ପିଆରଏଲ୍‌) ଏ ସମ୍ପର୍କରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ବହୁବାର ଚିଠି ଲେଖିଥିଲେ ହେଁ […]

ଯାଜପୁର : ଡଙ୍କାରୀ ପାହାଡ଼ ମାଫିଆଙ୍କ ସ୍ୱାର୍ଥରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ୮୭୪୩ କୋଟି ଟଙ୍କାର ପ୍ରକଳ୍ପକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାର ଡଙ୍କାରୀଠାରେ ପ୍ରସ୍ତାବିତ ଚଣ୍ଡିଖୋଲ ବୃହତ୍‌ ପେଟ୍ରୋଲିୟମ ପ୍ରକଳ୍ପ ପାଇଁ ଚିହ୍ନିତ ୪ଶହ ଏକର ଜମିରେ ଦିନରାତି ପଥରମାଫିଆ ବେଆଇନ ଖନନ ଜାରି ରଖିଛନ୍ତି। ଭାରତ ସରକାରଙ୍କ ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭସ ଲିଃ (ଆଇଏସ୍‌ପିଆରଏଲ୍‌) ଏ ସମ୍ପର୍କରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ବହୁବାର ଚିଠି ଲେଖିଥିଲେ ହେଁ ଖାଦାନ ମାଫିଆଙ୍କ ଚାପରେ ଡଙ୍କାରୀ ମୌଜାର ୪ଶହ ଏକର ଜମିକୁ ସୁରକ୍ଷା ଦେଇପାରୁନାହାନ୍ତି। ଡଙ୍କାରୀ ଖନନ ବନ୍ଦ ନ ହେବା ଯୋଗୁଁ ପ୍ରକଳ୍ପ ଜମିର ସ୍ଥଳ ଆକୃତିରେ ବିକୃତି ଘଟିଛି ବୋଲି ଆଇଏସ୍‌ପିଆରଏଲ୍‌ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ମର୍ମରେ ଆରଏସ୍‌ପିଆରଏଲ୍‌ ସିଇଓ ଏଲ୍‌ ଆର ଜୈନ ଚଳିତ ମାସରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ତୁରନ୍ତ ଡଙ୍କାରୀ ପାହାଡ଼ ଖନନକୁ ବନ୍ଦ ନ କଲେ, ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥଳାକୃତି ବିଗିଡ଼ିଯିବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି।

ଡଙ୍କାରୀଠାରେ ଆଇଏସ୍‌ପିଆରଏଲ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୨୦୧୬ରେ ଭାରତ ସରକାର ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ଦୀର୍ଘ ୮ବର୍ଷ ନିରବ ରହିବା ପରେ ୨୦୨୫ ଜାନୁଆରୀରେ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ଓଡ଼ିଶା ସରକାରଙ୍କ ସହ ପ୍ରକଳ୍ପ ନିର୍ମାଣ ପାଇଁ ସାନି ବୁଝାମଣାପତ୍ର ସ୍ୱାକ୍ଷର କରିଛି। ୨୦୨୫ ଜାନୁଆରୀରେ ରାଜ୍ୟ ସରକାର ଆଇଏସ୍‌ପିଆରଏଲକୁ ମାସକ ମଧ୍ୟରେ ଜମି ଯୋଗାଇଦେବା ସହ ୪ଶହ ଏକର ଜମିରେ ଖାଦାନ ଖନନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଇତିମଧ୍ୟରେ ୩ମାସ ବିତିଯାଇଥିଲେ ବି ଡଙ୍କାରୀ ପାହାଡ଼ରେ ୧୬ଟି ଖାଦାନରେ ଦିନରାତି ଖନନ କାର୍ଯ୍ୟ ଜାରି ରହିଛି। ୨୦୨୫ଜାନୁଆରୀ ୩୧ରେ ଆଇଏସ୍‌ପିଆରଏଲ ଟିମ୍‌ ଡଙ୍କାରୀ ପ୍ରକଳ୍ପ ପରିଦର୍ଶନ ବେଳେ ଡଙ୍କାରୀ ପାହାଡ଼ରେ ୩୦ରୁ ଅଧିକ କ୍ରସର ଦିନରାତି ପଥର ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ଥିବା ଲକ୍ଷ୍ୟ କରିଥିଲେ। ଇତିମଧ୍ୟରେ ଡଙ୍କାରୀ ପ୍ରକଳ୍ପ ସ୍ଥଳରେ ପାତାଳଭେଦୀ ଗଭୀର ପୋଖରୀ ସୃଷ୍ଟି ହୋଇଥିବାର ଆଇଏସ୍‌ପିଆରଏଲ୍‌ ଅଧିକାରୀ ଦେଖିବାକୁ ପାଇଛନ୍ତି।

ଡଙ୍କାରୀ ଅଶୋଧିତ ତୈଳଭଣ୍ଡାର ପ୍ରକଳ୍ପରେ ଆଇଏସ୍‌ପିଆରଏଲ ୮ ହଜାର ୭୪୩କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ବୋଲି ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ଘୋଷଣା କରିଛି। ରାଜ୍ୟର ଡବଲ ଇଞ୍ଜିନ୍‌ ସରକାର ଡଙ୍କାରୀ ପ୍ରକଳ୍ପ ଜମିକୁ ମାଫିଆଙ୍କ ହାତରେ ଟେକି ଦେଇ ପ୍ରକଳ୍ପର ଭୂମିରୂପ ବିଗାଡ଼ି ଦେବାକୁ ବସିଛି। ଡଙ୍କାରୀ ଖାଦାନ ଖନନ ପୂର୍ବବତ୍‌ ଜାରି ରହିଲେ, ସ୍ୱତଃ ପ୍ରକଳ୍ପ ପାଇଁ ଚିହ୍ନଟ ଜମିର ସ୍ଥଳାକୃତି ପ୍ରକଳ୍ପ ପାଇଁ ଉପଯୋଗୀ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ପାହାଡ଼ ମାଫିଆଙ୍କ କଳା ବେପାର ପାଇଁ ଶେଷରେ ଡଙ୍କାରୀ ଅଶୋଧିତ ତୈଳ ଭଣ୍ଡାର ପ୍ରକଳ୍ପରେ ଡୋରି ବନ୍ଧା ହେବ ବୋଲି ଚର୍ଚ୍ଚା ହେଲାଣି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର