ଭୁବନେଶ୍ୱରରେ ବସିବ ‘ଡପଲାର’: ୩ ଘଣ୍ଟା ପୂର୍ବରୁ ମିଳିବ ବର୍ଷା, ବଜ୍ରପାତ ସମ୍ପର୍କରେ ତଥ୍ୟ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍‌ ୱେଦ୍‌ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ଦ୍ୱୈତ ନଗରୀର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍‌ଆର୍‌ସିଙ୍କୁ ଚିଠି ଲେଖିଛି। ଏହି ରାଡାର […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍‌ ୱେଦ୍‌ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ଦ୍ୱୈତ ନଗରୀର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍‌ଆର୍‌ସିଙ୍କୁ ଚିଠି ଲେଖିଛି। ଏହି ରାଡାର ବସିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସଠିକ୍‌ ସୂଚନା ମିଳିଯିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଭୁବନେଶ୍ୱରରେ ଏକ ଏକ୍ସ-ବ୍ୟାଣ୍ଡ ରାଡାର ବସାଇବା ପାଇଁ ଯୋଜନା କରାଯାଉଥିବା ଆଇଏମ୍‌ଡ଼ି ଏସ୍‌ଆର୍‌ସିଙ୍କୁ ଚିଠି ଲେଖି ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକ୍ତ ୪୦୦ ଫୁଟ୍‌ର ଜମି ଲୋଡ଼ିଛି । ତେବେ ଜମି ନିକଟରେ କୌଣସି ପ୍ରାକୃତିକ ନିର୍ମାଣ ଅର୍ଥାତ ପାହାଡ଼ ପର୍ବତ ନ ଥିବା ଓ ଉଚ୍ଚ ଅଟାଳିକା ନିର୍ମାଣ ହୋଇ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ ବିଦ୍ୟୁତ୍‌ ଯୋଗାଣର ବ୍ୟବସ୍ଥା ଥିବା ମଧ୍ୟ ଜରୁରୀ ବୋଲି ଏଥିରେ କୁହାଯାଇଛି ।
ବର୍ତ୍ତମାନ ସହରାଞ୍ଚଳଗୁଡ଼ିକ ପାଇଁ ସହରୀବନ୍ୟା ଏକ ବଡ଼ ସମସ୍ୟା ପାଲଟିଛି । ହଠାତ୍‌ ହେଉଥିବା ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ସମସ୍ୟା ବଢ଼ୁଛି । ହଠାତ୍‌ ବର୍ଷାର ତୀବ୍ରତା ଅଧିକ ହେଉଥିବା ହେତୁ ସହରବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର କାରଣ ସାଜୁଛି । ଏହି ଏକ୍ସ-ବ୍ୟାଣ୍ଡ ରାଡାର୍‌ ବସିଲେ ୧୦୦ କିଲୋମିଟର ପରିଧି ମଧ୍ୟରେ ଯେଉଁ ପାଣିପାଗ ଜନିତ ଘଟଣା ଘଟିବ ତାହା ଅତି ସହଜରେ ଜାଣି ହେବ । ସେହିପରି କଟକ ଓ ଭୁବନେଶ୍ୱରରେ ଅଞ୍ଚଳୱାରୀ ବର୍ଷା ଓ ବଜ୍ରପାତର ଆଗୁଆ ସୂଚନା ଦିଆଯିବା ସହିତ କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହା ରାଡାର ସୂଚନା ଦ୍ୱାରା ଜାରି କରାଯାଇପାରିବ ।

07 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର