ସରପଞ୍ଚ ପଦ ପାଇଁ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

The Sakala Picture
Published On

ବଲାଙ୍ଗିର: କଥାରେ ଅଛି ‘ପଞ୍ଚାୟତ ପରିବାର ଯୋଡ଼େ, ପରିବାର ଭାଙ୍ଗେ’। ଏପରିକି ପଞ୍ଚାୟତ ନିର୍ବାଚନ ଭାଇ- ଭାଇ, ବାପ – ପୁଅର ସମ୍ପର୍କରେ ବି ଫାଟ ସୃଷ୍ଟି କରିବାର ନଜିର ରହିଛି। ପରିବାର ଦୁଇ ଭାଗ ହୋଇ ଯାଇଥିବାର ଦୃଷ୍ଟାନ୍ତ ଅଛି। ଏହା ସତ୍ୱେ ପଞ୍ଚାୟତ ଦଖଲ ପାଇଁ ପ୍ରତିଯୋଗିତା ନିଶା ଲୋକଙ୍କୁ ପାଗଳ କରିଥାଏ। ବଲାଙ୍ଗିର ଜିଲ୍ଲାରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି। ବଲାଙ୍ଗିର ଜିଲ୍ଲାର ଏକ ପଞ୍ଚାୟତରେ ସ୍ୱାମୀ – ସ୍ତ୍ରୀ ମୁହାଁମୁହିଁ […]

ବଲାଙ୍ଗିର: କଥାରେ ଅଛି ‘ପଞ୍ଚାୟତ ପରିବାର ଯୋଡ଼େ, ପରିବାର ଭାଙ୍ଗେ’। ଏପରିକି ପଞ୍ଚାୟତ ନିର୍ବାଚନ ଭାଇ- ଭାଇ, ବାପ – ପୁଅର ସମ୍ପର୍କରେ ବି ଫାଟ ସୃଷ୍ଟି କରିବାର ନଜିର ରହିଛି। ପରିବାର ଦୁଇ ଭାଗ ହୋଇ ଯାଇଥିବାର ଦୃଷ୍ଟାନ୍ତ ଅଛି। ଏହା ସତ୍ୱେ ପଞ୍ଚାୟତ ଦଖଲ ପାଇଁ ପ୍ରତିଯୋଗିତା ନିଶା ଲୋକଙ୍କୁ ପାଗଳ କରିଥାଏ। ବଲାଙ୍ଗିର ଜିଲ୍ଲାରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି। ବଲାଙ୍ଗିର ଜିଲ୍ଲାର ଏକ ପଞ୍ଚାୟତରେ ସ୍ୱାମୀ – ସ୍ତ୍ରୀ ମୁହାଁମୁହିଁ ହେଉଥିବା ଏହି ପଞ୍ଚାୟତ ନିର୍ବାଚନକୁ ଆହୁରି ରୋଚକ କରିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ପଞ୍ଚାୟତ ନିର୍ବାଚନରେ ପାରିବାରିକ ସମୀକରଣର ଅନେକ ଉଦାହରଣ ରହିଛି। ଏମିତି କିଛି ପ୍ରଭାବଶାଳୀ ପରିବାର ରହିଛନ୍ତି, ଯେଉଁମାନେ କଳେବଳେ କୌଶଳେ ନିଜ ପଞ୍ଚାୟତରେ ପତିଆରା ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରନ୍ତି। ସେହିଭଳି ଏକ ପରିବାର ହେଉଛି ମିଶ୍ର ପରିବାର, ଅର୍ଥାତ ବିଧାୟକ ନରସିଂହ ମିଶ୍ରଙ୍କ ପରିବାର। ତାଙ୍କ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଥିବାବେଳେ ଦୁଇ ପଞ୍ଚାୟତରେ ସେମାନେ ମୁହାଁମୁହିଁ ହେଉଛନ୍ତି। ପୁଇଁତଳା ବ୍ଲକ ଛନାମଖନା ପଞ୍ଚାୟତରେ ଜ୍ୟୋସ୍ନାମୟୀ ମିଶ୍ର ସମିତିସଭ୍ୟା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ତାଙ୍କ ସାମ୍ନା କରୁଛନ୍ତି ତାଙ୍କ ବଡ଼ ଯା’ ଗୀତାଞ୍ଜଳି ମିଶ୍ର। ଉଭୟ ପୂର୍ବରୁ ନିର୍ବାଚନ ଲଢ଼ି ସାରିଛନ୍ତି। ଜ୍ୟୋସ୍ନାମୟୀ ଥରେ ପୁଇଁତଳା ବ୍ଲକ ଅଧ୍ୟକ୍ଷ ରହିଥିଲେ। ସେହିପରି ପିପିର୍ଡା ପଞ୍ଚାୟତର ସମିତିସଭ୍ୟା ପଦବି ପାଇଁ ଦୁଇଭାଇଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ନରସିଂହଙ୍କ ପୁତୁରା ସିଦ୍ଧାର୍ଥ ମିଶ୍ର ଓ ସ୍ମାରକ ମିଶ୍ର ନିର୍ବାଚନ ଲଢୁଛନ୍ତି। ସିଦ୍ଧାର୍ଥ ଗତ ନିର୍ବାଚନରେ ଛତାମଖନା ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ସଦର ବ୍ଲକ କୁଟୁମଡୋଲା ପଞ୍ଚାୟତରେ ବି ଦେଖିବାକୁ ମିଳିଛି ପାରିବାରିକ ପ୍ରତିଦ୍ୱନ୍ଦି୍ୱତା। ସରପଞ୍ଚ ପଦ ଦଖଲ କରିବା ପାଇଁ ଦୁଇ ଯା’ ଲଢ଼େଇ କରୁଛନ୍ତି। କୁଟୁମଡ଼ୋଲା ଗାଁର ରାଜପରିବାରର ବୋହୂ ସସ୍ମିତା ସିଂଦେଓ ଏବଂ ବନ୍ଦନା ସିଂଦେଓଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଛି। ଉଭୟ ପ୍ରାର୍ଥିନୀଙ୍କ କହିବା ଅନୁସାରେ ରାଜନୀତିରେ ପରିବାରିକ ସମ୍ପର୍କ ପ୍ରସଙ୍ଗ ନୁହଁ। ଭୋଟର ଯାହା ଉପରେ ବିଶ୍ୱାସ କରିବେ ସେ ବିଜୟୀ ହେବ। ତେବେ ଦୁଇ ଯା’ଙ୍କ ମଧ୍ୟରେ ଚାଲିଥିବା ଏହି ଲଢ଼େଇ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି। ପଞ୍ଚାୟତ ନିର୍ବାଚନରେ ଭାଇ – ଭାଇ, କାକା – ପୁତୁରା, ଦିଅର – ଭାଉଜ ଏହିଭଳି ଅନେକ ସମୀରକଣ ସାମ୍ନାକୁ ଆସିଥାଏ। କିନ୍ତୁ ସ୍ୱାମୀ – ସ୍ତ୍ରୀ ଗୋଟିଏ ପଦବୀ ପାଇଁ ଲଢ଼େଇ କରିବା ଖୁବ କମ୍‍ ଦେଖିବାକୁ ମିଳିଥାଏ। ତେବେ ଜିଲ୍ଲାର ଟିଟିଲାଗଡ଼଼଼଼ ବ୍ଲକ ବାନ୍ଦୁପଲା ପଞ୍ଚାୟତରେ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ବାନ୍ଦୁପଲା ସରପଞ୍ଚ ହେବାପାଇଁ ରଘୁନାଥ କୁମ୍ଭାର ଲଢ଼େଇ କରୁଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତାଙ୍କ ସ୍ତ୍ରୀ ବନ୍ଦିତା କୁମ୍ଭାର। ଉଭୟ ଜିତିବା ପାଇଁ ଆଶାବାଦୀ ରହିଛନ୍ତି। ବଲାଙ୍ଗିର ଜିଲ୍ଲାରେ ନେତା ପୁଅ ନେତା ହେବା କିଛି ନୂଆକଥା ନୁହଁ। ହେଲେ ପଞ୍ଚାୟତ ନିର୍ବାଚନରେ ପରିବାର ସଦସ୍ୟଙ୍କ ଭିତରେ ଚାଲିଥିବା ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର