ଶୋଇଥିବାବେଳେ ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି

Madhusudan Das Picture
Published On

ସୋର: ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା । ହୋଟେଲ୍‌ ଭିତରୁ ମାଲିକଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ୍ । ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ କଡରେ ଥିବା ହୋଟେଲ ଜୟ ମା' ଦୁର୍ଗା ହୋଟେଲ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡା ହୋଟେଲରେ ଶୋଇଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ସ୍କୁଟି ନେଇ ପଳାଇ ଯାଇଥିବା ଜଣାପଡିଛି। ଆଜି ସକାଳ 10 ଘଟିକା ସମୟରେ ହୋଟେଲର ମାଲିକ ଶୋଇଥିବାର ଦେଖି ରୋଷେୟା ରମେଶ ଡାକିଥିଲେ । ମାଲିକ ଗଜେନ୍ଦ୍ର ନ ଉଠିବାରୁ ସ୍ଥାନୀୟ ଲୋକ ଏବଂ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ମାଲିକଙ୍କ ମୁହଁ ଓ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଛି । ତେବେ ହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

16 Feb 2026 By Madhusudan Das

ଶୋଇଥିବାବେଳେ ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଜାରି

ସୋର: ହୋଟେଲ୍‌ ମାଲିକଙ୍କୁ ନିର୍ମମ ହତ୍ୟା । ହୋଟେଲ୍‌ ଭିତରୁ ମାଲିକଙ୍କ ଗଳିତ ମୃତଦେହ ଉଦ୍ଧାର କଲା ପୋଲିସ୍ । ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ କଡରେ ଥିବା ହୋଟେଲ ଜୟ ମା' ଦୁର୍ଗା ହୋଟେଲ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡା ହୋଟେଲରେ ଶୋଇଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ସ୍କୁଟି ନେଇ ପଳାଇ ଯାଇଥିବା ଜଣାପଡିଛି। ଆଜି ସକାଳ 10 ଘଟିକା ସମୟରେ ହୋଟେଲର ମାଲିକ ଶୋଇଥିବାର ଦେଖି ରୋଷେୟା ରମେଶ ଡାକିଥିଲେ । ମାଲିକ ଗଜେନ୍ଦ୍ର ନ ଉଠିବାରୁ ସ୍ଥାନୀୟ ଲୋକ ଏବଂ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ମାଲିକଙ୍କ ମୁହଁ ଓ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଛି । ତେବେ ହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର