ଆଜିଠୁ ୨ ଦିନ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାଦ୍ୱାରା ବର୍ଷାର ପରିମାଣ ବୃଦ୍ଧି ହେବ। ସୋମବାର ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାଦ୍ୱାରା ବର୍ଷାର ପରିମାଣ ବୃଦ୍ଧି ହେବ। ସୋମବାର ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କହରାଯାଇଛି। ସେହିପରି ମଙ୍ଗଳବାର ମଧ୍ୟ କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ଗତ ୩୬ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୬୮ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩୩ପାରଳାଖେମୁଣ୍ଡିରେ ୨୪ ଓ କଟକରେ ୧୪ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦକ୍ଷିଣ ଓଡ଼ିଶା ତଥା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ବଙ୍ଗୋପସାଗରେ ଝଡ଼ ପବନର ବେଗ ୪୦-୫୦ କିମି ରହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ପାଇଁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଜିଲ୍ଲାପାଳମାନଙ୍କୁ ମଧ୍ୟ ସତର୍କ ରହିବାକୁ ଏସ୍‍ଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବର୍ଷା ପ୍ରଭାବରେ ଚାଷକାର୍ଯ୍ୟ ବହୁ ପରିମାଣରେ ଆଗେଇ ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ସହିତ ପ୍ରାକ୍‍ ରବି ଫସଲ ପାଇଁ ମଧ୍ୟ ଏହି ବର୍ଷା ସହାୟକ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ବରିଷ୍ଠ କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଏହି ବର୍ଷା ଦ୍ୱାରା ଚାଷ କାର୍ଯ୍ୟ ଆଗେଇବ। ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଲଘୁଚାପ ମଧ୍ୟ ବର୍ଷା କରାଇବ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜମିରେ ୪ ସେଣ୍ଟିମିଟର ପାଣି ଅଧିକ ରହିବ। ଏହି ବର୍ଷା ପରେ ଧାନ ଚାଷ ପାଇଁ ଆବଶ୍ୟକ ହେଉଥିବା ପାଣି କମିବ ନାହିଁ। ସହଳରେ ରୁଆ ବେଉଷଣ ହୋଇଥିବା କିଛି ଜମିରେ ଏବେ ଲିଙ୍ଗ ସଞ୍ଚାର ଅବସ୍ଥାକୁ ଆସି ଯାଇଛି। ସେହପରି ଜୁଲାଇ ଶେଷ କିମ୍ବା ଅଗଷ୍ଟ ଆରମ୍ଭରେ ରୁଆ ହୋଇଥବା ଧାନ ବର୍ତ୍ତମାନ ପିଲ ବାହାରିବା ସ୍ଥିତି କୁ ଆସି ଯାଇଛି। ଯେଉଁ ସ୍ଥାନରେ ରୁଆ ବେଉଷଣ ହୋଇ ନାହିଁ, ସେଠାରେ ରୁଆ ବେଉଷଣ ପାଇଁ ଉପଯୁକ୍ତ ପାଣି ମିଳିଯିବାର ସମ୍ଭାବନା ରହିଛି। ଏହା ସହିତ ଏହି ଦୁଇ ଲଘୁଚାପ ବିଶେଷ ଘନୀଭୂତ ହେବାର ନ ଥିବାରୁ ବନ୍ୟା ଆଶଙ୍କା ମଧ୍ୟ ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

06 Sep 2021 By The Sakala

ଆଜିଠୁ ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାଦ୍ୱାରା ବର୍ଷାର ପରିମାଣ ବୃଦ୍ଧି ହେବ। ସୋମବାର ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କହରାଯାଇଛି। ସେହିପରି ମଙ୍ଗଳବାର ମଧ୍ୟ କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଗତ ୩୬ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୬୮ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩୩ପାରଳାଖେମୁଣ୍ଡିରେ ୨୪ ଓ କଟକରେ ୧୪ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦକ୍ଷିଣ ଓଡ଼ିଶା ତଥା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ବଙ୍ଗୋପସାଗରେ ଝଡ଼ ପବନର ବେଗ ୪୦-୫୦ କିମି ରହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ପାଇଁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଜିଲ୍ଲାପାଳମାନଙ୍କୁ ମଧ୍ୟ ସତର୍କ ରହିବାକୁ ଏସ୍‍ଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବର୍ଷା ପ୍ରଭାବରେ ଚାଷକାର୍ଯ୍ୟ ବହୁ ପରିମାଣରେ ଆଗେଇ ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ସହିତ ପ୍ରାକ୍‍ ରବି ଫସଲ ପାଇଁ ମଧ୍ୟ ଏହି ବର୍ଷା ସହାୟକ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ବରିଷ୍ଠ କୃଷି ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଏହି ବର୍ଷା ଦ୍ୱାରା ଚାଷ କାର୍ଯ୍ୟ ଆଗେଇବ। ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଲଘୁଚାପ ମଧ୍ୟ ବର୍ଷା କରାଇବ। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜମିରେ ୪ ସେଣ୍ଟିମିଟର ପାଣି ଅଧିକ ରହିବ। ଏହି ବର୍ଷା ପରେ ଧାନ ଚାଷ ପାଇଁ ଆବଶ୍ୟକ ହେଉଥିବା ପାଣି କମିବ ନାହିଁ। ସହଳରେ ରୁଆ ବେଉଷଣ ହୋଇଥିବା କିଛି ଜମିରେ ଏବେ ଲିଙ୍ଗ ସଞ୍ଚାର ଅବସ୍ଥାକୁ ଆସି ଯାଇଛି। ସେହପରି ଜୁଲାଇ ଶେଷ କିମ୍ବା ଅଗଷ୍ଟ ଆରମ୍ଭରେ ରୁଆ ହୋଇଥବା ଧାନ ବର୍ତ୍ତମାନ ପିଲ ବାହାରିବା ସ୍ଥିତି କୁ ଆସି ଯାଇଛି। ଯେଉଁ ସ୍ଥାନରେ ରୁଆ ବେଉଷଣ ହୋଇ ନାହିଁ, ସେଠାରେ ରୁଆ ବେଉଷଣ ପାଇଁ ଉପଯୁକ୍ତ ପାଣି ମିଳିଯିବାର ସମ୍ଭାବନା ରହିଛି। ଏହା ସହିତ ଏହି ଦୁଇ ଲଘୁଚାପ ବିଶେଷ ଘନୀଭୂତ ହେବାର ନ ଥିବାରୁ ବନ୍ୟା ଆଶଙ୍କା ମଧ୍ୟ ନାହିଁ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର