କାଉ ମିଳନ ଦେଖିଲେ ବୋଲି ମରିବାକୁ ପଡିଲା! ବଞ୍ଚି ଥାଉ ଥାଉ ଶୁଦ୍ଧିକ୍ରିୟା ହେଲେ ପରିବାର ସଦସ୍ୟ..
କୋରାପୁଟ: ଆଜିର ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସର କୁପରମ୍ପର। ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି କାରଣରୁ କଠିନରୁ କଠିନ କାମ ଆର୍ଟିଫିସିଆଲ ଇଂଟେଲିଜେନ୍ସି ମାଧ୍ୟମରେ ସରଳୀକରଣ ହୋଇପାରୁଛି, ଆଉ ଅନ୍ୟପଟେ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ କାହାକୁ ସମାଜ ପାଇଁ ମିଛରେ ମରିବାକୁ ପଡୁଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟ ଜିଲ୍ଲା ରାଣ୍ଡାପାଲି ପଞ୍ଚୟତ ପାତ୍ରଗୁଡା ଗାଁରୁ ଆସିଛି ଅନ୍ଧବିଶ୍ୱାସର ଏକ ବିକଳ ଚିତ୍ର। ଯାହାକୁ ଶୁଣିଲେ ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ […]
କୋରାପୁଟ: ଆଜିର ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସର କୁପରମ୍ପର। ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି କାରଣରୁ କଠିନରୁ କଠିନ କାମ ଆର୍ଟିଫିସିଆଲ ଇଂଟେଲିଜେନ୍ସି ମାଧ୍ୟମରେ ସରଳୀକରଣ ହୋଇପାରୁଛି, ଆଉ ଅନ୍ୟପଟେ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ କାହାକୁ ସମାଜ ପାଇଁ ମିଛରେ ମରିବାକୁ ପଡୁଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟ ଜିଲ୍ଲା ରାଣ୍ଡାପାଲି ପଞ୍ଚୟତ ପାତ୍ରଗୁଡା ଗାଁରୁ ଆସିଛି ଅନ୍ଧବିଶ୍ୱାସର ଏକ ବିକଳ ଚିତ୍ର। ଯାହାକୁ ଶୁଣିଲେ ଶୁଣିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ ଯେ, ସତରେ କଣ ଆଜିର ମଣିଷ ଭିତରେ ବସା ବାନ୍ଧିଛି ଏପରି ଅନ୍ଧବିଶ୍ୱାସ।
କୋରାପୁଟ ଜିଲ୍ଲାର ପାତ୍ରଗୁଡ଼ା ଗାଁ, ଏହି ଗାଁରେ ଦୁଇଟି କାଉର ମିଳନ ଦେଖିଥିଲେ। କାଉ ମିଳନ ଅର୍ଥାତ ମଣିଷ ସମାଜ ଭଳି ଦୁଇଟି କାକ ମଧ୍ୟର ଅନ୍ତରଙ୍ଗ ମୂହୁର୍ତ୍ତ। ହେଲେ ଏହି ଦୃଶ୍ୟ ଦେଖିବା ଦୁଇ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଯେଉଁଥି ପାଇଁ ସେମାନେ ଆଦିବାସୀ ପରମ୍ପରା କଟକଣାର ଶିକାର ହୋଇଛନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗାଆଁରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରି ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ, ସେହି ପ୍ରକ୍ରିୟାରେ ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତଳିକା କୋକେଇରେ ନେଇ ଯାଇଥିଲେ ଗାଁ ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରିକି ଗାଁ ଲୋକେ ଯାଇ ଶବ ସତ୍କାର କରି ଘରକୁ ଫେରିଛନ୍ତି। ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିବା ସୂଚନା ମିଳିଛି। ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଛି। ହେଲେ ଆଦିବାସୀ ସମ୍ପ୍ରଦାୟରେ ବିଶ୍ୱାସ ଯେ, ଦୁଇ କାଉଙ୍କ ମିଳନ ଦେଖିଲେ ଅତ୍ୟନ୍ତ ଅଶୁଭ, ଏପରିକି ଏପରି ଦୃଶ୍ୟ ଦେଖିଥିବା ଲୋକର କାଳେ ମୃତ୍ୟୁ ହୋଇଯାଏ। ସେଥିପାଇଁ ଏମାନ ଏପରି କୁପ୍ରଥା ଆପଣାଇଥିବା କୁହାଯାଉଛି।






