କୂଳ ଲଙ୍ଘିଲା ସୁମୁଦ୍ର : ସମୁଦ୍ର ଗର୍ଭରେ ଲୀନ ହେବ ହବାଳିଖଟି

The Sakala Picture
Published On

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ବିଶ୍ୱପ୍ରସିଦ୍ଧ ଭିତରକନିକା ନିକଟରେ ଥିବା ହବାଳିଖଟିରେ କୂଳ ଲଙ୍ଘିଛି ସୁମୁଦ୍ର। ଭିତରକନିକାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହବାଳିଖଟି ନେଚର କ୍ୟାମ୍ପର କଟେଜ ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଭୁଶୁଡ଼ି ପଡ଼ିଛି। ଫଳରେ ପର୍ଯ୍ୟଟକଙ୍କୁ ହବାଳିଖଟିକୁ ବାରଣ କରାଯାଇଛି। ଦେଶବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲା ହବାଳିଖଟି ନେଚର କ୍ୟାମ୍ପ। ଗତବର୍ଷ ବାତ୍ୟା ‘ଦାନା’ ମାଡ଼ରେ କିଛି କଟେଜ୍‌ ନଷ୍ଟ ହୋଇଯାଇଥିଲା। ଗତବର୍ଷ ବାତ୍ୟା ‘ଦାନା’ର ତାଣ୍ଡବରେ ବଙ୍ଗୋପସାଗର ତଟବର୍ତ୍ତୀ ଗହୀରମଥା […]

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଥିବା ବିଶ୍ୱପ୍ରସିଦ୍ଧ ଭିତରକନିକା ନିକଟରେ ଥିବା ହବାଳିଖଟିରେ କୂଳ ଲଙ୍ଘିଛି ସୁମୁଦ୍ର। ଭିତରକନିକାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହବାଳିଖଟି ନେଚର କ୍ୟାମ୍ପର କଟେଜ ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଭୁଶୁଡ଼ି ପଡ଼ିଛି। ଫଳରେ ପର୍ଯ୍ୟଟକଙ୍କୁ ହବାଳିଖଟିକୁ ବାରଣ କରାଯାଇଛି।

ଦେଶବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲା ହବାଳିଖଟି ନେଚର କ୍ୟାମ୍ପ। ଗତବର୍ଷ ବାତ୍ୟା ‘ଦାନା’ ମାଡ଼ରେ କିଛି କଟେଜ୍‌ ନଷ୍ଟ ହୋଇଯାଇଥିଲା। ଗତବର୍ଷ ବାତ୍ୟା ‘ଦାନା’ର ତାଣ୍ଡବରେ ବଙ୍ଗୋପସାଗର ତଟବର୍ତ୍ତୀ ଗହୀରମଥା ସନ୍ନିକଟରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ନେଚର କ୍ୟାମ୍ପରେ ଥିବା କଟେଜ ଛାରଖାର୍‌ ହୋଇଯାଇଥିଲା। ସେତେବେଳେ ପାଣିପାଗ ବିଭାଗର ସଠିକ୍‌ ଆକଳନ ଅନୁସାରେ ବାତ୍ୟା ଦାନା ହବାଳିଖଟିରେ ହିଁ ତାର ପ୍ରଥମ ତାଣ୍ଡବ ଆରମ୍ଭ କରିଥିଲା। ପ୍ରଚଣ୍ଡ ବେଗରେ ପବନ ସାଙ୍ଗକୁ ସାମୁଦ୍ରିକ ଜୁଆର ନେଚର କ୍ୟାମ୍ପକୁ ଏକପ୍ରକାର ମାଟିରେ ମିଶାଇ ଦେଇଥିଲା। ନେଚର କ୍ୟାମ୍ପରେ ନିର୍ମାଣ କରାଯାଇଥିବା କଟେଜ ଭାଙ୍ଗୁରୁଜି ଯିବା ସହ କଟେଜ୍‌ ତଳୁ ୧୦ଫୁଟ୍‌ର ମାଟି ଧୋଇ ନେଇଯାଇଥିଲା। ହବାଳିଖଟିରେ ଥିବା ବିଭିନ୍ନ ଲୁଣାଜାତୀୟ ଗଛ ମଧ୍ୟ ଭାଙ୍ଗିଦେଇଥିଲା। ଏବେ, ସମୁଦ୍ର ଅଶାନ୍ତ ଥିବାରୁ ଉଚ୍ଚଉଚ୍ଚ ଜୁଆର ଉଠି ପ୍ରତିଦିନ ନେଚର୍ସ କ୍ୟାମ୍ପ କଟେଜ୍‌ରେ ମାଡ଼ ହୋଇ ପାଣି ଜମିଥିବାରୁ କଟେଜ୍‌ ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ଫଳରେ, ଏବେ ପର୍ଯ୍ୟଟକଙ୍କ ରହଣି ଉପରେ ବନ ବିଭାଗ ପକ୍ଷରୁ ସ୍ଥଗିତ ରଖାଯାଇଛି।

26 Jul 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର