ପୁଲିସ ଖୋଜୁଥିବା ଅପହୃତ ନିଜେ ଥାନାରେ ହାଜର

The Sakala Picture
Published On

ବ୍ରହ୍ମପୁର: ଗତକାଲି ସକାଳ ସମୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ଜଣେ ଜଳଖିଆ ଦୋକାନୀଙ୍କ ପୁଅ ପପୁରାମ ବେହେରା(୨୧)ଙ୍କ ଅପହରଣ ମାମଲା ଆଜି ଭିନ୍ନ ମୋଡ ନେଇଛି। ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହେବା ପରେ ଗତକାଲିଠାରୁ ସାଇବର ଥାନା ଏବଂ ବୈଦ୍ୟନାଥପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନକୁ ଯାଇ ଖୋଳତାଡ କରିଥିଲେ। ରାତି ତମାମ୍‍ ଖୋଜାଖୋଜି କରିବା ପରେ ପୁଲିସ ମେସେଜ୍‍ର ମୋବାଇଲ୍‍ ଟ୍ରାକିଂ କରି ବୁଗୁଡା ମଧ୍ୟ […]

ବ୍ରହ୍ମପୁର: ଗତକାଲି ସକାଳ ସମୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ଜଣେ ଜଳଖିଆ ଦୋକାନୀଙ୍କ ପୁଅ ପପୁରାମ ବେହେରା(୨୧)ଙ୍କ ଅପହରଣ ମାମଲା ଆଜି ଭିନ୍ନ ମୋଡ ନେଇଛି। ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହେବା ପରେ ଗତକାଲିଠାରୁ ସାଇବର ଥାନା ଏବଂ ବୈଦ୍ୟନାଥପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନକୁ ଯାଇ ଖୋଳତାଡ କରିଥିଲେ। ରାତି ତମାମ୍‍ ଖୋଜାଖୋଜି କରିବା ପରେ ପୁଲିସ ମେସେଜ୍‍ର ମୋବାଇଲ୍‍ ଟ୍ରାକିଂ କରି ବୁଗୁଡା ମଧ୍ୟ ଯାଇ ଫେରିଥିଲେ। ଅପହୃତ ଯୁବକଙ୍କ କୌଣସି ସନ୍ଧାନ ନ ପାଇ ପୁଲିସ ଚିନ୍ତାରେ ଥିବା ବେଳେ ଆଜି ସକାଳେ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲା ପୁଲିସ୍‍। ସେମାନେ ଥାନାରେ ଥିବାବେଳେ ହଠାତ୍‍ ଦିନ ୧୧ଟା ସମୟରେ ଅପହୃତ ଦର୍ଶାଯାଇଥିବା ଯୁବକ ପପୁରାମ ବୈଦ୍ୟନାଥପୁର ଥାନା ନିକଟରେ ଛିଡା ହୋଇଥିବା ପରିବାର ଲୋକେ ଦେଖି ତାଙ୍କ ନିକଟକୁ ଦୌଡି ଯାଇଥିଲେ ଓ ପୁଲିସକୁ ଜଣାଇଥିଲେ। ଅପହୃତ ଯୁବକଙ୍କୁ ପାଇ ପରିବାର ଲୋକେ ଖୁସି ହୋଇଥିବା ବେଳେ ପୁଲିସ ମଧ୍ୟ ଆଶ୍ୱସ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ତେବେ ଅପହରଣ ସମ୍ପର୍କରେ ଯୁବକ ଜଣକ କିଛି କହୁ ନ ଥିବା ପୁଲିସ କହିଛି। ସେ ଗତ ରାତି ତମାମ୍‍ ବ୍ରହ୍ମପୁର ସହରର କୌଣସି ଏକ ସ୍ଥାନରେ ଥିଲେ ବୋଲି କହିଛନ୍ତି। ପୁଲିସ ତାଙ୍କୁ ଅଧିକ ପଚରା ଉଚରା କରୁଛି। ପପୁଙ୍କୁ ମୁହଁ ନ ଖୋଲିବା ପାଇଁ କେହି ଧମକ ଦେଇଥାଇପାରେ ବୋଲି ପୁଲିସ୍‍ ସନ୍ଦେହ କରୁଛି। ମୁଖ୍ୟ କଥା ହେଲା ପପୁରାମ ଅପହୃତ ହୋଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପରିବାର ଲୋକଙ୍କ ମୋବାଇଲ୍‍କୁ ବାରମ୍ବାର ଆସୁଥିବା ଅନେକ ମେସେଜ୍‍ ଭିତରେ “୭୦ ହଜାର ଟଙ୍କା ଦିଅ ନଚେତ୍‍ ୧୦ ହଜାର ଟଙ୍କା ଦିଅ’ , “ବୁଗୁଡାକୁ ତୁରନ୍ତ ଆସ’ ଆଦି ଥିଲା। ଏହି ମେସେଜ୍‍ କିଏ ଦେଉଥିଲା ସେ ନେଇ ପୁଲିସ ଖୋଳତାଡ କରୁଛି। ବର୍ତ୍ତମାନ ଯାଏଁ ପୁଲିସ ମେସେଜ ଆସିଥିବା ମୋବାଇଲ୍‍କୁ ଟ୍ରାକିଂ ମଧ୍ୟ କରିପାରୁନାହିଁ। ବର୍ତ୍ତମାନ ପପୁଙ୍କ ମାନସିକ ସ୍ଥିତି ଠିକ୍‍ ନଥିବା ଯୋଗୁଁ ତାଙ୍କୁ ଅଧିକ ପଚରା ଉଚରା ମଧ୍ୟ ପୁଲିସ ପକ୍ଷରୁ କରାଯାଇ ନାହିଁ। ମେସେଜ୍‍ ଦେଉଥିବା ଯୁବକ କିଏ, ଏହି ପରିବାର ସହ ଉକ୍ତ ଯୁବକଙ୍କ ସମ୍ପର୍କ କଣ, ଅପହରଣ ଘଟଣା ସହ ବୁଗୁଡା ଲିଙ୍କ କଣ, ଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

09 Aug 2021 By The Sakala

ପୁଲିସ ଖୋଜୁଥିବା ଅପହୃତ ନିଜେ ଥାନାରେ ହାଜର

ବ୍ରହ୍ମପୁର: ଗତକାଲି ସକାଳ ସମୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ଜଣେ ଜଳଖିଆ ଦୋକାନୀଙ୍କ ପୁଅ ପପୁରାମ ବେହେରା(୨୧)ଙ୍କ ଅପହରଣ ମାମଲା ଆଜି ଭିନ୍ନ ମୋଡ ନେଇଛି। ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହେବା ପରେ ଗତକାଲିଠାରୁ ସାଇବର ଥାନା ଏବଂ ବୈଦ୍ୟନାଥପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନକୁ ଯାଇ ଖୋଳତାଡ କରିଥିଲେ। ରାତି ତମାମ୍‍ ଖୋଜାଖୋଜି କରିବା ପରେ ପୁଲିସ ମେସେଜ୍‍ର ମୋବାଇଲ୍‍ ଟ୍ରାକିଂ କରି ବୁଗୁଡା ମଧ୍ୟ ଯାଇ ଫେରିଥିଲେ। ଅପହୃତ ଯୁବକଙ୍କ କୌଣସି ସନ୍ଧାନ ନ ପାଇ ପୁଲିସ ଚିନ୍ତାରେ ଥିବା ବେଳେ ଆଜି ସକାଳେ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲା ପୁଲିସ୍‍। ସେମାନେ ଥାନାରେ ଥିବାବେଳେ ହଠାତ୍‍ ଦିନ ୧୧ଟା ସମୟରେ ଅପହୃତ ଦର୍ଶାଯାଇଥିବା ଯୁବକ ପପୁରାମ ବୈଦ୍ୟନାଥପୁର ଥାନା ନିକଟରେ ଛିଡା ହୋଇଥିବା ପରିବାର ଲୋକେ ଦେଖି ତାଙ୍କ ନିକଟକୁ ଦୌଡି ଯାଇଥିଲେ ଓ ପୁଲିସକୁ ଜଣାଇଥିଲେ। ଅପହୃତ ଯୁବକଙ୍କୁ ପାଇ ପରିବାର ଲୋକେ ଖୁସି ହୋଇଥିବା ବେଳେ ପୁଲିସ ମଧ୍ୟ ଆଶ୍ୱସ୍ତ ହୋଇଥିଲା।

ତେବେ ଅପହରଣ ସମ୍ପର୍କରେ ଯୁବକ ଜଣକ କିଛି କହୁ ନ ଥିବା ପୁଲିସ କହିଛି। ସେ ଗତ ରାତି ତମାମ୍‍ ବ୍ରହ୍ମପୁର ସହରର କୌଣସି ଏକ ସ୍ଥାନରେ ଥିଲେ ବୋଲି କହିଛନ୍ତି। ପୁଲିସ ତାଙ୍କୁ ଅଧିକ ପଚରା ଉଚରା କରୁଛି। ପପୁଙ୍କୁ ମୁହଁ ନ ଖୋଲିବା ପାଇଁ କେହି ଧମକ ଦେଇଥାଇପାରେ ବୋଲି ପୁଲିସ୍‍ ସନ୍ଦେହ କରୁଛି। ମୁଖ୍ୟ କଥା ହେଲା ପପୁରାମ ଅପହୃତ ହୋଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପରିବାର ଲୋକଙ୍କ ମୋବାଇଲ୍‍କୁ ବାରମ୍ବାର ଆସୁଥିବା ଅନେକ ମେସେଜ୍‍ ଭିତରେ “୭୦ ହଜାର ଟଙ୍କା ଦିଅ ନଚେତ୍‍ ୧୦ ହଜାର ଟଙ୍କା ଦିଅ’ , “ବୁଗୁଡାକୁ ତୁରନ୍ତ ଆସ’ ଆଦି ଥିଲା। ଏହି ମେସେଜ୍‍ କିଏ ଦେଉଥିଲା ସେ ନେଇ ପୁଲିସ ଖୋଳତାଡ କରୁଛି। ବର୍ତ୍ତମାନ ଯାଏଁ ପୁଲିସ ମେସେଜ ଆସିଥିବା ମୋବାଇଲ୍‍କୁ ଟ୍ରାକିଂ ମଧ୍ୟ କରିପାରୁନାହିଁ। ବର୍ତ୍ତମାନ ପପୁଙ୍କ ମାନସିକ ସ୍ଥିତି ଠିକ୍‍ ନଥିବା ଯୋଗୁଁ ତାଙ୍କୁ ଅଧିକ ପଚରା ଉଚରା ମଧ୍ୟ ପୁଲିସ ପକ୍ଷରୁ କରାଯାଇ ନାହିଁ। ମେସେଜ୍‍ ଦେଉଥିବା ଯୁବକ କିଏ, ଏହି ପରିବାର ସହ ଉକ୍ତ ଯୁବକଙ୍କ ସମ୍ପର୍କ କଣ, ଅପହରଣ ଘଟଣା ସହ ବୁଗୁଡା ଲିଙ୍କ କଣ, ଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର