କରୋନା କଟକଣା: ବ୍ରହ୍ମପୁରରେ ମାସ୍କ ବାଧ୍ଯତାମୂଳକ, ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ପରାମର୍ଶ

The Sakala Picture
Published On

ବ୍ରହ୍ମପୁର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ପୁଣି ରାଜ୍ଯସରକାର ଅଣ୍ଟା ଭିଡିଛନ୍ତି।  ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ରହ୍ମପୁରରେ ରହୁଥିବା ଓ ବାହାରୁ ବ୍ରହ୍ମପୁରକୁ ଆସୁଥିବା […]

ବ୍ରହ୍ମପୁର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ପୁଣି ରାଜ୍ଯସରକାର ଅଣ୍ଟା ଭିଡିଛନ୍ତି।  ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ରହ୍ମପୁରରେ ରହୁଥିବା ଓ ବାହାରୁ ବ୍ରହ୍ମପୁରକୁ ଆସୁଥିବା ଲୋକଙ୍କୁ ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ଜାରି କରାଯାଇଛି ନିର୍ଦ୍ଦେଶନାମା ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଜନଗହଳି ସ୍ଥାନ, ପୂଜାସ୍ଥଳୀ, ପାର୍କ ଓ ଜିମ୍‌ରେ ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି । ସପିଂ ମଲ୍ ଓ ଦୋକାନରେ ଷ୍ଟାଫ୍ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନଚେତ୍ ମଲକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଲ୍ ପ୍ରବେଶ ପଥରେ ନୋ ମାସ୍କ ନୋ ଏଣ୍ଟ୍ରି ଓ ନୋ ମାସ୍କ ନୋ ଗୁଡ୍‌ସ ଲେଖିବେ । ଏହାଛଡ଼ା ପେଟ୍ରୋଲ ପମ୍ପରେ ବିନା ମାସ୍କରେ ମିଳିବନି ପେଟ୍ରୋଲ କି ଡିଜେଲ । ସବୁ ସରକାରୀ ଓ ବେସରକାରୀ କର୍ମଚାରୀ ଅଫିସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା କଟକଣା ନମାନିଲେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

19 Jul 2022 By The Sakala

କରୋନା କଟକଣା: ବ୍ରହ୍ମପୁରରେ ମାସ୍କ ବାଧ୍ଯତାମୂଳକ, ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ପରାମର୍ଶ

ବ୍ରହ୍ମପୁର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। କରୋନାକୁ ହରାଇବା ପାଇଁ ପୁଣି ରାଜ୍ଯସରକାର ଅଣ୍ଟା ଭିଡିଛନ୍ତି।  ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ଆଜି ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ରହ୍ମପୁରରେ ରହୁଥିବା ଓ ବାହାରୁ ବ୍ରହ୍ମପୁରକୁ ଆସୁଥିବା ଲୋକଙ୍କୁ ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ଜାରି କରାଯାଇଛି ନିର୍ଦ୍ଦେଶନାମା ।

ଜନଗହଳି ସ୍ଥାନ, ପୂଜାସ୍ଥଳୀ, ପାର୍କ ଓ ଜିମ୍‌ରେ ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି । ସପିଂ ମଲ୍ ଓ ଦୋକାନରେ ଷ୍ଟାଫ୍ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନଚେତ୍ ମଲକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଲ୍ ପ୍ରବେଶ ପଥରେ ନୋ ମାସ୍କ ନୋ ଏଣ୍ଟ୍ରି ଓ ନୋ ମାସ୍କ ନୋ ଗୁଡ୍‌ସ ଲେଖିବେ । ଏହାଛଡ଼ା ପେଟ୍ରୋଲ ପମ୍ପରେ ବିନା ମାସ୍କରେ ମିଳିବନି ପେଟ୍ରୋଲ କି ଡିଜେଲ । ସବୁ ସରକାରୀ ଓ ବେସରକାରୀ କର୍ମଚାରୀ ଅଫିସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କରୋନା କଟକଣା ନମାନିଲେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

https://www.thesakala.in/latest-odisha-news/ganjam/mask-is-mandatory-in-berhampur/article-13440
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର