ଅକ୍ଷୟ ତୃତୀୟାରେ ବ୍ରହ୍ମପୁର ସହରରେ ୧୫ କୋଟି ଟଙ୍କାର ସୁନା ବ୍ୟବସାୟ

The Sakala Picture
Published On

ବ୍ରହ୍ମପୁର: ଅକ୍ଷୟ ତୃତୀୟା ଆସିଲେ କୌଣସି ନୂଆ ଧାତୁ ଘରକୁ ଆଣିଲେ ଶୁଭ ବୋଲି ବିଶ୍ୱାସ ରହି ଆସିଛି। ଏହାକୁ ଆଧାର କରି ଲୋକ ଏହି ଦିବସରେ ଘରକୁ କିଛି ନା କିଛି ନୂଆ ସାମଗ୍ରୀ ନେବା ବେଳେ ମୁଖ୍ୟତଃ ମହିଳାମାନେ କିଛି ନା କିଛି ସୁନା ଗହଣା କିଣିବା ପାଇଁ ପସନ୍ଦ କରିଥାନ୍ତି। ଏ ଦିନରେ ସୁନା ବ୍ୟବସାୟୀମାନେ ମଧ୍ୟ ଭଳିକି ଭଳି ମନଲୋଭା ଅଫର ରଖି ଗ୍ରାହକଙ୍କୁ ଆକୃଷ୍ଣ କରିଥାନ୍ତି। ତେବେ ଆଜି ଅକ୍ଷୟ […]

ବ୍ରହ୍ମପୁର: ଅକ୍ଷୟ ତୃତୀୟା ଆସିଲେ କୌଣସି ନୂଆ ଧାତୁ ଘରକୁ ଆଣିଲେ ଶୁଭ ବୋଲି ବିଶ୍ୱାସ ରହି ଆସିଛି। ଏହାକୁ ଆଧାର କରି ଲୋକ ଏହି ଦିବସରେ ଘରକୁ କିଛି ନା କିଛି ନୂଆ ସାମଗ୍ରୀ ନେବା ବେଳେ ମୁଖ୍ୟତଃ ମହିଳାମାନେ କିଛି ନା କିଛି ସୁନା ଗହଣା କିଣିବା ପାଇଁ ପସନ୍ଦ କରିଥାନ୍ତି। ଏ ଦିନରେ ସୁନା ବ୍ୟବସାୟୀମାନେ ମଧ୍ୟ ଭଳିକି ଭଳି ମନଲୋଭା ଅଫର ରଖି ଗ୍ରାହକଙ୍କୁ ଆକୃଷ୍ଣ କରିଥାନ୍ତି। ତେବେ ଆଜି ଅକ୍ଷୟ ତୃତୀୟ ଅବସରରେ ବ୍ରହ୍ମପୁର ସହରରେ ପ୍ରାୟ ୧୦ରୁ ୧୫କୋଟି ଟଙ୍କାର ସୁନା ଗହଣା ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ପ୍ରବଳ ଖରା ସତ୍ତ୍ବେ ସହରର ବଡ଼ବଜାର ଅଞ୍ଚଳରେ ଥିବା ଗହଣା ଦୋକାନରେ ଲୋକଙ୍କ ଭିଡ଼ ଜମିଥିଲା। ସକାଳ ୧୦ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତି ଛୋଟ ଏବଂ ବଡ଼ସୁନା ଗହଣା ଦୋକାନରେ ଭିଡ଼ ଜମିଥିଲା। ବର୍ତ୍ତମାନ ବ୍ରହ୍ମପୁର ସହରରେ ଛୋଟ ବଡ଼ ହୋଇ ମୋଟ ୧୧୦ଟି ସୁନା ଦୋକାନ ସଂଘରେ ରହିଛନ୍ତି। ସୁନା ୧୦ ଗ୍ରାମ୍‍ ପ୍ରତି କିଛିଦିନ ପୂର୍ବେ ୫୦ହଜାର ଟଙ୍କା ଥିବା ବେଳେ ଆଜି ଏହି ଦରରେ ସାମାନ୍ୟ କମ୍‍ ହୋଇ ୧୦ ଗ୍ରାମ୍‍ ପିଚ୍ଛା ୪୮ହଜାର ରହିଛି। ହୋଲ୍‍ମାର୍କ ସୁନା ୯୧.୬ ସୁନା ୧୦ ଗ୍ରାମ୍‍କୁ ୪୮ହଜାର ଟଙ୍କା ରହିଥିବା ନେଇ ବ୍ରହ୍ମପୁର ଜୁଏଲର୍ସ ଆସୋସିଏଶନ ସଭାପତି ପି.ସତ୍ୟନାରାୟଣ ସେନାପତି ସୂଚନା ଦେଇଛନ୍ତି। ସେପରି ଆଜି ରୂପା ଦର ମଧ୍ୟ କିଲୋ ପିଚ୍ଛା ୬୬ ହଜାର ଟଙ୍କା ରହିଛି। ବ୍ରହ୍ମପୁର ସୁନାର ଚାହିଦା ଏବଂ ଗହଣା କାମ ସାରା ରାଜ୍ୟରେ ପ୍ରସିଦ୍ଧ ହୋଇଥିବା ଯୋଗୁଁ ସାରା ରାଜ୍ୟର ଲୋକ ଆସି ଏଠାରୁ ସୁନା ଗହଣା ନେଇଥାନ୍ତି। ବ୍ରହ୍ମପୁର ସହରରେ ବାର୍ଷିକ ୨ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ବ୍ୟବସାୟ ହୋଇଥିବା ବେଳେ କେବଳ ବିବାହ କାର୍ଯ୍ୟ, ଅକ୍ଷୟ ତୃତୀୟା ଏହିଭଳି କିଛି ଶୁଭ ଦିନରେ ପ୍ରବଳ ମାତ୍ରାରେ ସୁନା ଗହଣା ବିକ୍ରି ହୁଏ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

03 May 2022 By The Sakala

https://www.thesakala.in/latest-odisha-news/ganjam/akshaya-tritiya-gold-business-worth-rs-15-crore-in-the-city-of-berhampur/article-11264
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର