ଦିଲ୍ଲୀରେ ଅଭାବନୀୟ ଘଟଣା: କାଫେ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୨ ମହିଳାଙ୍କ ସମେତ ୩ ଗିରଫ

Suryakanta Picture
Published On

ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏକ କାଫେ ବନ୍ଦ ହେବା ପରେ ଜଣେ ମହିଳାଙ୍କୁ ସେଠାରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନ ଗିରଫ

ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଏକ କାଫେ ପରିସରରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଏହି ଜଘନ୍ୟ କାଣ୍ଡରେ ପୋଲିସ ଦୁଇଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ଏବଂ ଅଭିଯୁକ୍ତମାନେ ଦୁଇଟି ପୃଥକ କାଫେରେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। କାଫେ ବନ୍ଦ ହେବା ପରେ ସେମାନେ ରାତି ପ୍ରାୟ ୧୧.୩୦ ସମୟରେ ଏକାଠି ପାର୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରୁପର ଜଣେ ସଦସ୍ୟଙ୍କ ପାଖରେ କାଫେର ଚାବି ଥିବାରୁ ସେମାନେ ଭିତରେ ପ୍ରବେଶ କରିଥିଲେ। ପ୍ରାରମ୍ଭରେ ସେଠାରେ ତିନିଜଣ ମହିଳା ଏବଂ ଚାରିଜଣ ପୁରୁଷ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ରେଷ୍ଟୁରାଣ୍ଟରେ ଅସଦାଚରଣ ମାମଲା: ପୁଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କଲେ ଅଭିନେତ୍ରୀ, ନ୍ୟାୟ ପାଇଁ କଲେ ଗୁହାରି

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୩.୩୦ ସମୟରେ ଦୁଇଜଣ ପୁରୁଷ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେହି ସମୟରେ ଅନ୍ୟମାନେ ସେଠାରେ ଉପସ୍ଥିତ ରହି ଏହି ଅପରାଧରେ ସହଯୋଗ କରିଥିଲେ। ଘଟଣା ପୂର୍ବରୁ ସମସ୍ତେ ମଦ୍ୟପାନ କରିଥିବା ଜଣାପଡିଛି। ପୀଡ଼ିତା ଘଟଣା ସମ୍ପର୍କରେ ତାଙ୍କ ମା'ଙ୍କୁ ଫୋନ୍ କରି ଜଣାଇବା ପରେ ଭୋର ପ୍ରାୟ ୫.୩୦ ସମୟରେ ଥାନାରେ ଏତଲା ଦେଇଥିଲେ।

ପୂର୍ବ ଦିଲ୍ଲୀ ଡିସିପି ରାଜୀବ କୁମାର କହିଛନ୍ତି ଯେ, ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତିନିଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ସାମିଲ ଅଛନ୍ତି। ପୋଲିସ ବର୍ତ୍ତମାନ ଘଟଣାସ୍ଥଳରୁ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରୁଛି ଏବଂ ଅନ୍ୟ ଫରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚଢ଼ାଉ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp