ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ, ଆର୍ଯ୍ୟପଲ୍ଲୀ ଜେଟିରେ ବୁଡ଼ିଲା ଡ଼ଙ୍ଗା

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଜେଟିରେ ବୁଡ଼ିଲା ଡ଼ଙ୍ଗା । ସ୍ଥାନୀୟ ମସ୍ୟଜୀବିମାନଙ୍କ ଦ୍ୱାରା ଡ଼ଙ୍ଗାକୁ ଉଦ୍ଧାର କରାଯାଇଛି ଗଭୀର ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଛି l ଯାହା ଫଳରେ ଦୁଇ ମତ୍ସଯିବିଙ୍କ ଦୁଇଟି ଡ଼ଙ୍ଗା ପାଣିରେ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ମସ୍ୟଜୀବିମାନଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ମସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଥିବା ବେଳେ ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ମାଛ ମାରିବାକୁ ନ ଯାଇ ମସ୍ୟଜୀବିମାନେ ନିଜ ନିଜ ଡ଼ଙ୍ଗାକୁ ସୁରକ୍ଷିତ ଭାବେ ବାନ୍ଧି ରଖିଥିଲେ । ସମୁଦ୍ର ଅଶାନ୍ତ ଯୋଗୁଁ ଜେଟି ପରିସରରେ ଜଳ ସ୍ତର ବୃଦ୍ଧି ପାଇବାରୁ ଡ଼ଙ୍ଗା ବୁଡି ଯାଇଥିବା ଦେଖିବାକୁ ମିଳିଛି । ଡ଼ଙ୍ଗାକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଡ଼ଙ୍ଗାରେ ଲାଗିଥିବା ଇଂଜିନ ସମେତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପାଣିରେ ବୁଡି ନଷ୍ଟ ହୋଇଛି । ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା କ୍ଷତି ହୋଇଥିବା ବେଳେ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି ହୋଇଛି ।

ଆହୁରି ପଢ଼ନ୍ତୁ: କାମ ଦେଲା ୪ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି; ଭିଡ଼ହିଂସାରୁ ବର୍ତ୍ତିଗଲା ଯୁବକଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର