ମାଲକାନଗିରି ଏସ୍‌ପିଙ୍କୁ ରାକ୍ଷୀ ବାନ୍ଧିଲେ ପୂର୍ବତନ ଦୁର୍ଦ୍ଦାନ୍ତ ମାଓନେତ୍ରୀ

The Sakala Picture
Published On

ମାଲକାନଗିରି: ରାଜ୍ୟ ନକ୍ସଲ ଦମନ କ୍ଷେତ୍ରରେ ଓଡ଼ିଶାର ସଫଳତା ବେଶ୍ ଉଲ୍ଲେଖନୀୟ। ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ହିଂସା ପ୍ରୟାତଃ ପ୍ରତିଦିନ ଦେଖିବାକୁ ମିଳିଥିଲା। ପୁଲିସ ଏବଂ ବିଏସଏଫର ନିଦ ହଜାଇ ଦେଇଥିଲେ ନକ୍ସଲ। ହେଲେ ଏବି ଚିତ୍ର ବଦଳଛି। ମୁଖ୍ଯସ୍ରୋତରେ ସାମିଲ ହେବାକୁ ମାଓବାଦୀମାନେ ନିଜ ଆଡୁ ଆତ୍ମସମର୍ପଣ କରୁଛନ୍ତି।  ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ ମଧ୍ଯ ଦେଇଛନ୍ତି। ସେଥିପାଇଁ ଆକର୍ଷଣୀୟ ପ୍ୟାକେଜ୍ ରହିଛି ଓ ଏହା ବି ଦେଶରେ ଶ୍ରେଷ୍ଠ। […]

ମାଲକାନଗିରି: ରାଜ୍ୟ ନକ୍ସଲ ଦମନ କ୍ଷେତ୍ରରେ ଓଡ଼ିଶାର ସଫଳତା ବେଶ୍ ଉଲ୍ଲେଖନୀୟ। ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ହିଂସା ପ୍ରୟାତଃ ପ୍ରତିଦିନ ଦେଖିବାକୁ ମିଳିଥିଲା। ପୁଲିସ ଏବଂ ବିଏସଏଫର ନିଦ ହଜାଇ ଦେଇଥିଲେ ନକ୍ସଲ। ହେଲେ ଏବି ଚିତ୍ର ବଦଳଛି। ମୁଖ୍ଯସ୍ରୋତରେ ସାମିଲ ହେବାକୁ ମାଓବାଦୀମାନେ ନିଜ ଆଡୁ ଆତ୍ମସମର୍ପଣ କରୁଛନ୍ତି।  ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ ମଧ୍ଯ ଦେଇଛନ୍ତି। ସେଥିପାଇଁ ଆକର୍ଷଣୀୟ ପ୍ୟାକେଜ୍ ରହିଛି ଓ ଏହା ବି ଦେଶରେ ଶ୍ରେଷ୍ଠ। ଗମନାଗମନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଘଟିଛି । ଲୋକେ ବୁଝିଗଲେଣି ରାଜ୍ୟ ସରକାରଙ୍କ ବିକାଶ ପ୍ରକ୍ରିୟାରେ ଯୋଡି ହୋଇରହିଲେ, ଖାଦ୍ୟ ଠାରୁ ସ୍ବାସ୍ଥ୍ୟ ନିରାପତ୍ତା କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ। ଏଣୁ ମାଓବାଦୀମାନେ ଆଉ ସେମାନଙ୍କୁ ପ୍ରଭାବିତ କରିପାରୁନାହାନ୍ତି। ଖାସ୍ ଏହି କାରଣରୁ ଦିନେ ଶହ ଶହ ସଂଖ୍ୟାରେ ମାଓ କ୍ୟାଡରରେ ଓଡ଼ିଆ ଥିଲେ, ଏବେ ଏକ ଅଙ୍କକୁ ଖସିଆସିଲେଣି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଦୀର୍ଘଦିନ ଧରି କାମ କରିଥିବା ନାଙ୍ଗି କାବାସୀ ଓ ରାଧା ମାଡକାମୀ  ମଧ୍ୟ ଲୋକଙ୍କ ମନରେ ଭୟ ଜାତ କରିବାରେ ସଫଳ ହୋଇଥିଲେ। ଦୁହେଁ ମହିଳା ମାଓବାଦୀ ସଂଗଠନରେ ହେଉଥିବା ନାରି ନିର୍ଯାତନାକୁ ସହ୍ୟ କରିନପାରି ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଆଜି ନିଜର ଜୀବନକୁ ସେମାନେ ମଧ୍ୟ ବେଶ ଉପଭୋଗ କରୁଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେର ଦୁହେଁ ମାଲକାନଗିରି ଏସପି ନିତେସ ୱାଧୱାନିଙ୍କୁ ରାକ୍ଷୀ ବାନ୍ଧି ଏକତାର ଏବଂ ଭାଇଭଉଣୀର ସମ୍ପର୍ରକର ନିବିଡତାକୁ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଦିନଥିଲା ପୁଲିସକୁ ଆମେ ଶତ୍ରୁ ବୋଲି କହୁଥିଲୁ । ସେମାନେ କେତେ ଯେ ଆମର ମିତ୍ର ତାହା ଏବେ ଜାଣିପାରୁଛୁ ବୋଲି ଏମାନେ କହନ୍ତି। ଏଇ ହାତରେ ଆମେ ନିରୀହ ପୁଲିସକୁ ଗୁଳି କରି ହତ୍ୟା କରୁଥିଲୁ। ଆଜି କିନ୍ତୁ ଏହି ହାତରେ ସେହି ପୁଲିସ ଭାଇଙ୍କୁ ରାକ୍ଷୀ ବାନ୍ଧି ପୂର୍ବରେ କରିଥିବା ପାପକୁ ଧୋଉଛୁ। ଆଜିର ଏହି ପବିତ୍ର ବନ୍ଧନରେ ଆମ୍ଭେ ଅନ୍ୟ ଭଉଣୀମାନଙ୍କୁ ଅନୁରୋଧ କରୁଛୁ ଯେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ଜୀବନକୁ ଉପଭୋଗ କରନ୍ତୁ। ପୁଲିସ କେବେ ମଧ୍ୟ କାହାର ଅନ୍ୟାୟ କରୁନାହିଁ।ଜଙ୍ଗଲ ଛାଡି ସହର ଆସନ୍ତୁ ପୁଲିସ ସମସ୍ତଙ୍କୁ ସହଯୋଗ କରିବ। ବନ୍ଧୁକ ଛାଡି କଲମ ଏବଂ କୋଦାଳ ଧରିବା ବୋଲି ଏହି ମହିଳା ମାଓବାଦୀମାନେ ଅନ୍ୟ ସାଥୀମାନଙ୍କୁ ନେହୁରା ହୋଇ କହିଥିଲେ। ଏସପି ଶ୍ରୀ ୱାଧୱାନିଙ୍କୁ ମଧ୍ୟ ସମସ୍ତ ନକ୍ସଲମାନଙ୍କୁ ଘରକୁ ଫେରିଆସିବାକୁ ଅନୁରୋଧ କରିଥିଲେ। ସେମାନଙ୍କୁ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା ସହ ବଞ୍ଚିବାର ରାହା ଦେଖାଇଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

 

 

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର