ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ, ଯେଉଁଥିପାଇଁ ସେ ଜୀବନ ହାରିଲା: ଅରୁଣ ସାହୁ

The Sakala Picture
Published On

ଭୁବନେଶ୍ବର: ଯେକୌଣସି ଦଳ ହେଉ, ଯେଉଁମାନେ ମହିଳା ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ। ଯେଉଁଥିପାଇଁ ସେ  ଜୀବନ ହାରିଲା। ଏହା ଜନତାଙ୍କ ପ୍ରତିକ୍ରିୟା। ଆମେ ମଧ୍ୟ ଗତକାଲି ଲୋକସେବା ଭବନ ଘେରାଉ କରିଥିଲୁ। ବିଜେପିର ଛାତ୍ର ସଂଗଠନ ଦୁଇ ଫାଳ। ତାଙ୍କର ଅନ୍ତଃକନ୍ଦଳ ପାଇଁ ଝିଅଟିର ଜୀବନ ଚାଲିଗଲା ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି। ବିଜେପି ସାଂସଦ […]

ଭୁବନେଶ୍ବର: ଯେକୌଣସି ଦଳ ହେଉ, ଯେଉଁମାନେ ମହିଳା ପ୍ରସଙ୍ଗରେ ବିଜେପି ସରକାର ବିରୁଦ୍ଧରେ ଲଢିବ ସେମାନଙ୍କ ପ୍ରତି ବିଜେଡ଼ିର ନୈତିକ ସମର୍ଥନ ରହିବ। ପୀଡିତାଙ୍କ ଅଭିଯୋଗକୁ ସମସ୍ତେ ଅଣଦେଖା କଲେ। ଯେଉଁଥିପାଇଁ ସେ  ଜୀବନ ହାରିଲା। ଏହା ଜନତାଙ୍କ ପ୍ରତିକ୍ରିୟା। ଆମେ ମଧ୍ୟ ଗତକାଲି ଲୋକସେବା ଭବନ ଘେରାଉ କରିଥିଲୁ। ବିଜେପିର ଛାତ୍ର ସଂଗଠନ ଦୁଇ ଫାଳ। ତାଙ୍କର ଅନ୍ତଃକନ୍ଦଳ ପାଇଁ ଝିଅଟିର ଜୀବନ ଚାଲିଗଲା ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: 'କୋଟିଆ' ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ: 'ଓଡ଼ିଶାର ଅଖଣ୍ଡତା ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ'

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାଉଣ୍ଟର କରି ଅରୁଣ କହିଛନ୍ତି ଯେ, ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ। ବର୍ଷକ ଭିତରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ। ବର୍ଷେ ଭିତରେ ଯେତିକି ରେକର୍ଡ଼ କରିଛନ୍ତି ଘୋଷି ମନେରଖିଲେ ଏମଏ ପାସ ହେଇଯିବେ। ରାଜ୍ୟପାଳ ପୁଅ ସରକାରୀ ଅଧିକାରୀ ମାଡ ମାରିବା, ମାଣ୍ଡିପଙ୍କା ଗାଁରେ ଅଖାଦ୍ୟ ଖାଇ ଜୀବନ ଯିବା ଯିବା, ଗୋପାଳପୁର ମହିଳା ପର୍ଯ୍ୟଟନକୁ ଧର୍ଷଣ କରିବା, ଧରାକୋଟ ଦଳିତ ଆତ୍ୟଚର ଠାରୁ ଆରମ୍ଭ କରି ବାଲେଶ୍ଵର ଘଟଣା ଯାଏ। ବିଜେପି ରେକର୍ଡ଼ କରିଛି। ଓଡ଼ିଶାରବାସୀ ମୁଁହ ବୁଲାଇଲେଣୀ। ସତ ସ୍ୱୀକାର କରନ୍ତୁ, ଇସ୍ତଫା ଦିଅନ୍ତୁ। କ୍ଷମା ମାଗନ୍ତୁ ବୋଲି ଅରୁଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ବିପନ୍ନଙ୍କୁ ଭେଟିବାକୁ ଗଞ୍ଜାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର