ଲଗାଣ ବର୍ଷା ସାଜିଲା କାଳ: ଡେଲାଙ୍ଗରେ କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ

Madhusudan Das Picture
Published On

ପିପିଲି: ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ବୃଦ୍ଧ ମୃତ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନା ଅଧୀନସ୍ଥ ଅରିସଲ ଗାଁରେ ନିଜ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସେହି ଗାଁର ରାମଚନ୍ଦ୍ର ବେହେରା।

ଆହୁରି ପଢ଼ନ୍ତୁ: ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଡାଳ, ଯୁବକଙ୍କ ପେଟରେ ପଶିଲା ଶୁଖିଲା କାଠ

ମିଳିଥିବା ସୂଚନା ଅନୁଯାୟୀ, ନିରନ୍ତର ଲଗାଣ ବର୍ଷା କାରଣରୁ ରାମଚନ୍ଦ୍ରଙ୍କ ଘରର ମାଟି କାନ୍ଥଟି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା। ସେ ଘର ଭିତରେ ବସିଥିବା ସମୟରେ ହଠାତ୍ କାନ୍ଥଟି ତାଙ୍କ ଉପରକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର  ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନି ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅରିସଲ ଗାଁ ଏବଂ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ସଂଶୋଧିତ ଖଣି ଆଇନରେ ରାଜ୍ୟର କ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନବୀନଙ୍କ ଚିଠି: ବିଧାନସଭାରେ ଆଣନ୍ତୁ ପ୍ରତ୍ୟାହାର ପ୍ରସ୍ତାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର