ରାଜ୍ୟର ବିକାଶ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି, ଏ ସରକାର କେବଳ ବାହାସ୍ପୋଟ ମାରୁଛନ୍ତି : ପ୍ରସନ୍ନ ଆଚାର୍ଯ୍ୟ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗାଁରେ କିଛି କାମ ହେଉନାହିଁ। ସରକାର କାମ ପାଇଁ ଟଙ୍କା ଦେଉନାହାଁନ୍ତି, ଯାହା ଟଙ୍କା ଅଛି କିଛି ଖର୍ଚ୍ଚ ବି ହେଉନାହିଁ। ଏ ସରକାର କେବଳ ବାହାସ୍ପୋଟ ମାରୁଛନ୍ତି। ଏପରି କହି ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି। ସାମ୍ବିଧାନିକ ପଦବୀ […]

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଗାଁରେ କିଛି କାମ ହେଉନାହିଁ। ସରକାର କାମ ପାଇଁ ଟଙ୍କା ଦେଉନାହାଁନ୍ତି, ଯାହା ଟଙ୍କା ଅଛି କିଛି ଖର୍ଚ୍ଚ ବି ହେଉନାହିଁ। ଏ ସରକାର କେବଳ ବାହାସ୍ପୋଟ ମାରୁଛନ୍ତି। ଏପରି କହି ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲାଗଲା ଗଞ୍ଜାମର ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମ ଗେଟ୍

ପ୍ରସନ୍ନ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି। ସାମ୍ବିଧାନିକ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ମହିଳା ନିର୍ଯାତନା ଶୀର୍ଷରେ ଥିବା ବେଳେ ମହିଳା କମିଶନ ପଦବୀ ଖାଲି। ନ୍ୟାୟ ପାଇଁ ମହିଳାମାନେ କୁଆଡେ ଯିବେ। ଯଦି ସରକାର ମହିଳା କମିଶନ ନିଯୁକ୍ତି ଦେବେ ନାହିଁ, ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି କାହିଁକି ମହିଳା କମିଶନକୁ ବିଦା କଲେ। ରାଜ୍ୟରେ ମହିଳା କମିଶନ କାର୍ଯ୍ଯ କରୁନଥିବା ବେଳେ ରାଜ୍ୟରେ ମହିଳାମାନଙ୍କର କି ଦୟନୀୟ ପରିସ୍ଥିତି ତାହା ଲୋକେ ବୁଝିଲେଣି। ଶିଶୁ କମିଶନ ବି ଖାଲି। ରାଜ୍ୟରେ ଶିଶୁ ନିର୍ଯାତନା ଓ ନିଖୋଜ ବି ବଢ଼ିଛି।

ଆହୁରି ପଢ଼ନ୍ତୁ: ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

ବିଜେପି ସରକାର ଯୋଜନା ବୋର୍ଡ ଗଠନ କରିନାହିଁ। ଜିଲ୍ଲା ଯୋଜନା ବୋର୍ଡ ବି ନାହିଁ। ଜିଲ୍ଲା ଯୋଜନା ବୋର୍ଡ ଜରିଆରେ ବ୍ଲଲକୁ ବିଭିନ୍ନ ବାବଦରେ ଟଙ୍କା ଯାଏ। ତାହା ବି ଯାଉନାହିଁ। ବିକାଶ ସମ୍ପୁର୍ଣ୍ଣ ଠପ୍ ହୋଇଛି। ବିକାଶ ନେଇ ସରକାର ବାହସ୍ପୋଟ ମାରୁଛନ୍ତି । ନୂଆ ସରକାର ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ଆଖି ଦୃଶିଆଟଙ୍କା ଯାଇନାହିଁ। ଟଙ୍କା ଯାଉନାହିଁ, କି ଟଙ୍କା ଖର୍ଚ୍ଚ ହେଉନାହିଁ। ରାଜ୍ୟରେ ଶାସନ ବ୍ୟବସ୍ଥା ଢିଲା ହୋଇଯାଇଛି। କେବଳ ସୁଭଦ୍ରା ଟଙ୍କା ଦେଲେ ଓଡ଼ିଶାର ବିକାଶ ହେବ ନାହିଁ । ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ ହ୍ରାସ: ଅବପାତରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ, ଆଉ ନାହିଁ ପବନର ଭୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର