ଭୁବନେଶ୍ୱରରେ ମାଡ଼ିଲା ଡେଙ୍ଗୁ : ନିଳାଦ୍ରୀବିହାର ଓ ଶୈଳଶ୍ରୀବିହାର ହଟ୍‌ସ୍ପଟ୍‌

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୭ ପାର କରିଛି। ଜୁନ୍‌ ପହିଲାରୁ ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ଶୈଳଶ୍ରୀ ବିହାରରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଜାନୁଆରୀରୁ ମେ ଶେଷ ଯାଏଁ ଯେଉଁଠି ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦୁଇରୁ ୩ ମଧ୍ୟରେ ରହୁଥିଲା, ମାତ୍ର ଜୁନ୍‌ ମାସରେ ଏହି ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଏଯାବତ୍‌ ଶୈଳଶ୍ରୀ ବିହାର, ଲିଙ୍ଗରାଜ ମନ୍ଦିର ନିକଟ ଓ ଶିଖରଚଣ୍ଡୀ ନଗରରୁ ଏକାଧିକ […]

ଭୁବନେଶ୍ୱର : ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୭ ପାର କରିଛି। ଜୁନ୍‌ ପହିଲାରୁ ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ଶୈଳଶ୍ରୀ ବିହାରରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ଜାନୁଆରୀରୁ ମେ ଶେଷ ଯାଏଁ ଯେଉଁଠି ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦୁଇରୁ ୩ ମଧ୍ୟରେ ରହୁଥିଲା, ମାତ୍ର ଜୁନ୍‌ ମାସରେ ଏହି ସଂଖ୍ୟା ଦୁଇ ଅଙ୍କ ଛୁଇଁଛି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ଫସିଲା କାର୍ଗୋ ଜାହାଜ 'ଏମଭି ବିଶ୍ୱ ଉଦୟ': ୨୭ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ପାରାଦୀପ ପୋର୍ଟ କର୍ତ୍ତୃପକ୍ଷ

ଏଯାବତ୍‌ ଶୈଳଶ୍ରୀ ବିହାର, ଲିଙ୍ଗରାଜ ମନ୍ଦିର ନିକଟ ଓ ଶିଖରଚଣ୍ଡୀ ନଗରରୁ ଏକାଧିକ ମାମଲା ସାମ୍ନାକୁ ଆସିଛି। ସେହିପରି ପଟିଆ,ନିଳାଦ୍ରୀ ବିହାର, ନୟାପଲ୍ଲୀ ଅଞ୍ଚଳର ନୂଆ ମାମଲା ଠାବ ହୋଇଛି। ନୂଆ ଅଞ୍ଚଳରୁ ମଧ୍ୟ ଡେଙ୍ଗୁ ମାମଲା ସାମ୍ନାକୁ ଆସିବା ପରେ ଡେଙ୍ଗୁ ନିୟନ୍ତ୍ରଣ ଲାଗି ସଚେତନତା ଓ ପଦକ୍ଷେପକୁ ବ୍ୟାପକ କରାଯିବ ବୋଲି ଏଡିପିଏଚଓ ନୀଳମଣି ସେନାପତି କହିଛନ୍ତି। ଅନ୍ୟପକ୍ଷରେ ୭୦ଟି ସ୍ପ୍ରେ ମେସିନ୍‌ ସହ କର୍ମଚାରୀଙ୍କୁ ମଶା ଲାର୍ଭା ନଷ୍ଟ କରିବାକୁ ଫିଲ୍ଡକୁ ପଠାଯିବ ଓ ଏହାସହ ଘରକୁ ଘର ବୁଲି ଡେଙ୍ଗୁ ସଚେତନତାକୁ ବ୍ୟାପକ କରାଯିବବୋଲି ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ବଢୁଥିବା ଡେଙ୍ଗୁ ମାମଲାକୁ ବିଏମସି ଗମ୍ଭୀର ଭାବେ ଗ୍ରହଣ କରିଛି। ୧ ତାରିଖରୁ ଡେଙ୍ଗୁ ସମ୍ପର୍କରେ ସଚେତନତା ଅଭିଯାନକୁ ଜୋରଦାର କରାଯାଇଥିବାବେଳେ ୩ ଜୋନ ଲାଗି ୩ ସୁପର ଭାଇଜରଙ୍କୁ ନିଯୁକ୍ତ କରାଯାଇଥିବା ଶ୍ରୀ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସଷ୍ଟାଣ୍ଡରେ ଅପହରଣ ଆତଙ୍କ ! ଚଳନ୍ତା ଅଟୋରେ ଯୁବତୀଙ୍କ ଚିତ୍କାରକୁ ନେଇ ହଟଚମଟ

ଭୁବନେଶ୍ୱରରେ ଡେଙ୍ଗୁ ମାମଲା ଚିହ୍ନଟ ହେବା ପରେ ଏନେଇ ତୀକ୍ଷ୍ଣ ନଜର ରଖିବା ସହ ନିୟମିତ ଫିଲ୍ଡ ଭିଜିଟ୍‌ ଲାଗି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯିବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ମଧ୍ୟ ବିଏମସି ଜାରି କରିବ। ଏଥର ସଚେତନତା ବୃଦ୍ଧି ତଥା ମଶା ବଂଶ ବୃଦ୍ଧି କରୁଥିବା ଅଞ୍ଚଳରେ ଆଣ୍ଟି ଲାର୍ଭା ଆକ୍ଟିଭିଟି ବଢାଇବାକୁ ବିଏମସି ଗୁରୁତ୍ୱ ଦେଉଛି। ପୂର୍ବବର୍ଷ ଡେଙ୍ଗୁ ମାମଲାରେ ଭୁବନେଶ୍ୱର ଏକ ନମ୍ୱରୁ ତଳକୁ ଖସିଥିଲା। ଏଥର ଆହୁରି ତଳକୁ ଖସିବ ବୋଲି ବିଏମସି ଆଶା ରଖିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଫେରି ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ସ୍ଥଗିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର