ଶୀତରେ ଥରୁଛି ଦାରିଙ୍ଗବାଡ଼ି: ୧୫ ଡିଗ୍ରୀ ତଳେ ୧୨ ସହର, ଆହୁରି ୪ ଡିଗ୍ରୀ ତଳକୁ ଖସିବ

The Sakala Picture
Published On

ଦାରିଙ୍ଗବାଡ଼ି/ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ତଳମୁହାଁ ହୋଇଛି। ବାରମ୍ବାର ବର୍ଷା ଜନିତ ସ୍ଥିତି ଓ ମେଘୁଆ ପାଗ ପାଇଁ ତାପମାତ୍ରା ବିଶେଷ ହ୍ରାସ ହୋଇ ପାରୁ ନ ଥିଲା। କିନ୍ତୁ ସୋମବାର ରାତିରୁ ମଙ୍ଗଳବାର ମଧ୍ୟରେ ହଠାତ୍‍ ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଛି। ବିଶେଷ କରି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ତାପମାତ୍ରା ହ୍ରାସ ପରେ ପ୍ରବଳ ଥଣ୍ଡା […]

ଦାରିଙ୍ଗବାଡ଼ି/ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ତଳମୁହାଁ ହୋଇଛି। ବାରମ୍ବାର ବର୍ଷା ଜନିତ ସ୍ଥିତି ଓ ମେଘୁଆ ପାଗ ପାଇଁ ତାପମାତ୍ରା ବିଶେଷ ହ୍ରାସ ହୋଇ ପାରୁ ନ ଥିଲା। କିନ୍ତୁ ସୋମବାର ରାତିରୁ ମଙ୍ଗଳବାର ମଧ୍ୟରେ ହଠାତ୍‍ ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଛି। ବିଶେଷ କରି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ତାପମାତ୍ରା ହ୍ରାସ ପରେ ପ୍ରବଳ ଥଣ୍ଡା ପଡ଼ିଛି। ଏଠାରେ ଚଳିତ ବର୍ଷ ସର୍ବାଧିକ ଭାବେ ତାପମାତ୍ରା ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ତାପମାତ୍ରା ୭.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋମବାର ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ମଙ୍ଗଳବାର ୨.୫ ଡିଗ୍ରୀ ହ୍ରାସ ପାଇ ୭.୫ ଡିଗ୍ରୀରେ ପହଞ୍ଚିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହି ସ୍ଥିତି ଜାରି ରହିବା ସହିତ ଆଗକୁ ଆହୁରୀ ତାପମାତ୍ରା ହ୍ରାସ ହେବ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗକୁ ଶୀତ ବଢ଼଼ିବ ବୋଲି କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଦାରିଙ୍ଗିବାଡ଼ି ବ୍ୟତୀତ ଟିଟଲାଗଡ଼଼ରେ ତାପମାତ୍ରା ୧୧.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି। ସେହିପରି ବଲାଙ୍ଗୀରରେ ତାପମାତ୍ରା ୧୨.୫ ଡିଗ୍ରୀ ରହିଥିବା ବେଳେ ରାଜ୍ୟର ମୋଟ୍‍ ୧୨ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ତେବେ ରାଜ୍ୟର ଅନେକ ସ୍ଥାନରେ ତପମାତ୍ର ତଳକୁ ଖସିଥିବା ବେଳେ କିଛି ଅଞ୍ଚଳରେ ଘନକୁହୁଡ଼ି ଦେଖା ଦେଇଛି। ଫୁଲବାଣୀ ଓ କୋରାପୁଟରେ ଘନ କୁହୁଡ଼ି ହୋଇଥିବା ବେଳେ ତାଳଚେର, ଭବାନୀପାଟଣା ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଗତ ୨୪ ଘଣ୍ଟାରେ ତାଳଚେରରେ ତାପମାତ୍ରା ୩ ଡିଗ୍ରୀ ହ୍ରାସ ହୋଇଥିବା ବେଳେ ସୋନପୁରରେ ୨.୯ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ସମ୍ବଲପୁରରେ ୨.୫ ଡିଗ୍ରୀ, ପାରାଦୀପରେ ୨.୧ ଭୁବନେଶ୍ୱର ଓ କଟକରେ ଦେଢ଼ ଡିଗ୍ରୀ ହ୍ରାସ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ରାତିର ତାପମାତ୍ରାରେ ଥିବା ତାରତମ୍ୟ ହ୍ରାସ ହୋଇଥିବା ବେଳେ ଅନେକ ସ୍ଥାନରେ ଏହା ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ସ୍ଥିତି ଜାରି ରହିଥିବା ବେଳେ ୧୫ ତାରିଖ ପରେ ରାଜ୍ୟକୁ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ତଥା ଶୁଷ୍କ ବାୟୁ ପ୍ରବେଶ କରିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ଓ ଶୀତ ବଢ଼଼ିବ ବୋଲି ଶ୍ରୀ ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର