ଭୁବନେଶ୍ବରରେ ପୁଣିଥରେ କଡ଼ାକଡ଼ି ହେବ କରୋନା କଟକଣା

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପୁଣିଥରେ କଡାକଡି ହେବ କରୋନା କଟକଣା। ଦେଶରେ କିଛି ରାଜ୍ୟରେ ପୁଣିଥରେ କରୋନା କାୟା ବିସ୍ତାର କରିବାରୁ ସତର୍କତା ଦୃଷ୍ଟିରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠିଲେଖି ଜଣାଇଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏନେଇ ପୁଣିଥରେ କରୋନା କଟକଣାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ଗୁଡ଼ିକରେ କରୋନା […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପୁଣିଥରେ କଡାକଡି ହେବ କରୋନା କଟକଣା। ଦେଶରେ କିଛି ରାଜ୍ୟରେ ପୁଣିଥରେ କରୋନା କାୟା ବିସ୍ତାର କରିବାରୁ ସତର୍କତା ଦୃଷ୍ଟିରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠିଲେଖି ଜଣାଇଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏନେଇ ପୁଣିଥରେ କରୋନା କଟକଣାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ଆଜି ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ଗୁଡ଼ିକରେ କରୋନା ପାଇଁ କଟକଣା କଡ଼ାକଡ଼ି କରି ଦିଆଯିବ। ମାସ୍କ ଓ ସାମାଜିକ ଦୂରତା ଚେକିଂ କଡାକଡି ହେବ। ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଏଥି ପାଇଁ କମିସନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟ କରୁଛି । ଆମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଦେଶରେ ପୁଣିଥରେ କରୋନା ଲେଉଟାଣି କରିଛି। ମହାରାଷ୍ଟ୍ର ସହିତ କେରଳ, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ‌କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ୟ ରାଜ୍ୟର ଚିନ୍ତା ବଢ଼ିଯାଇଛି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଗତକାଲି ଜିଲ୍ଲାପାଳ, ପୌରପାଳିକାର କମିସନର, ମୁଖ୍ୟ ଚିକିତ୍ସା ଅଧିକାରୀ, ଏସ୍‌ପିଙ୍କୁ ଚିଠି ଲେଖି ସତର୍କମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: OSSTET ପରୀକ୍ଷା ତାରିଖ ଘୋଷଣା କଲା ବିଏସଇ (BSE): ସେପ୍ଟେମ୍ବର ୩୦ରେ ହେବ ପରୀକ୍ଷା

20 Feb 2021 By The Sakala

ଭୁବନେଶ୍ବରରେ ପୁଣିଥରେ କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ପୁଣିଥରେ କଡାକଡି ହେବ କରୋନା କଟକଣା। ଦେଶରେ କିଛି ରାଜ୍ୟରେ ପୁଣିଥରେ କରୋନା କାୟା ବିସ୍ତାର କରିବାରୁ ସତର୍କତା ଦୃଷ୍ଟିରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠିଲେଖି ଜଣାଇଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏନେଇ ପୁଣିଥରେ କରୋନା କଟକଣାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଜି ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ରାଜଧାନୀର ବ୍ୟସ୍ତ ବହୁଳ ସ୍ଥାନ ଗୁଡ଼ିକରେ କରୋନା ପାଇଁ କଟକଣା କଡ଼ାକଡ଼ି କରି ଦିଆଯିବ। ମାସ୍କ ଓ ସାମାଜିକ ଦୂରତା ଚେକିଂ କଡାକଡି ହେବ। ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଏଥି ପାଇଁ କମିସନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟ କରୁଛି । ଆମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

ଦେଶରେ ପୁଣିଥରେ କରୋନା ଲେଉଟାଣି କରିଛି। ମହାରାଷ୍ଟ୍ର ସହିତ କେରଳ, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ‌କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ୟ ରାଜ୍ୟର ଚିନ୍ତା ବଢ଼ିଯାଇଛି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଗତକାଲି ଜିଲ୍ଲାପାଳ, ପୌରପାଳିକାର କମିସନର, ମୁଖ୍ୟ ଚିକିତ୍ସା ଅଧିକାରୀ, ଏସ୍‌ପିଙ୍କୁ ଚିଠି ଲେଖି ସତର୍କମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର