‘ରାଜ୍ୟର ବିପର୍ଯ୍ୟୟ ଯୋଦ୍ଧା’ ଢାଞ୍ଚାରେ କେନ୍ଦ୍ର ଗଢ଼ିବ ‘ଆପଦା ମିତ୍ର’

The Sakala Picture
Published On

ଭୁୁବନେଶ୍ୱର: ବିପର୍ଯ୍ୟୟ ପ୍ରଶମନର ସିଦ୍ଧାନ୍ତ ହେଉଛି ବିପର୍ଯ୍ୟୟକୁ ପ୍ରଥମେ ସାମ୍ନା କରୁଥିବା ପକ୍ଷ ହେଉଛି ଜନତା ବା ଗୋଷ୍ଠୀ। ଉଦ୍ଧାର ବା ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାକୁ କିଛି ସମୟ ଲାଗେ। ତେଣୁ ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବା ସହ ପ୍ରତ୍ୟେକ ପରିବାରରେ ଜଣେ ଜଣେ ‘ଯୋଦ୍ଧା’ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ମୁଖ୍ୟମନ୍ତ୍ରୀଙ୍କ […]

ଭୁୁବନେଶ୍ୱର: ବିପର୍ଯ୍ୟୟ ପ୍ରଶମନର ସିଦ୍ଧାନ୍ତ ହେଉଛି ବିପର୍ଯ୍ୟୟକୁ ପ୍ରଥମେ ସାମ୍ନା କରୁଥିବା ପକ୍ଷ ହେଉଛି ଜନତା ବା ଗୋଷ୍ଠୀ। ଉଦ୍ଧାର ବା ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାକୁ କିଛି ସମୟ ଲାଗେ। ତେଣୁ ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବା ସହ ପ୍ରତ୍ୟେକ ପରିବାରରେ ଜଣେ ଜଣେ ‘ଯୋଦ୍ଧା’ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ‘ବିପର୍ଯ୍ୟୟ ଯୋଦ୍ଧା’ ଢାଞ୍ଚାରେ କେନ୍ଦ୍ର ସରକାର ଗଢ଼ିବାକୁ ଯାଉଛନ୍ତି ଅନୁରୂପ ସ୍ୱେଚ୍ଛାସେବୀ। ଯେଉଁମାନେ ‘ଆପଦା ମିତ୍ର’ ଭାବରେ ପରିଚିତି ପାଇବେ।

ଆହୁରି ପଢ଼ନ୍ତୁ: ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ପାଇଁ ମାଟି ପରୀକ୍ଷା, ୪୫ ଦିନିଆ ଟ୍ରାଫିକ୍ କଟକଣା ଜାରି

ପ୍ରତି ବର୍ଷ ଓଡ଼ିଶା ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଝଡ଼ ବାତ୍ୟାରେ ରାଜ୍ୟର ବିପୁଳ ସମ୍ପତ୍ତି ନଷ୍ଟ ହେଉଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ସିଦ୍ଧାନ୍ତକୁ ଆଧାର କରି ପ୍ରଶାସନ ସର୍ବଦା ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦେଇ ଆସୁଛି। ଏନଡ଼ିଆରଏଫ୍‍ ଢ଼ାଞ୍ଚାରେ ରାଜ୍ୟରେ ଗଠିତ ଏସଡ଼ିଆର୍‍ଏଫ୍‍ କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର, କେରଳ, ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସହଯୋଗ କରି ଆସିଛି।

ଆହୁରି ପଢ଼ନ୍ତୁ: ଅଲ୍ ଓଡ଼ିଶା ଦଳିତ ସମାଜର ଜିଲ୍ଲାସ୍ତରୀୟ ବୈଠକ

ଏହି କ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃଅପକ୍ଷ ‘ଆପଦା ମିତ୍ର’ ନାମକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଏନଡ଼ିଆରଏଫ୍‍ ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନ। ସେ କହିଛନ୍ତି ଯେ ବିପର୍ଯ୍ୟୟ କାଳରେ ଉଦ୍ଧାରକାରୀ ପହଞ୍ଚିବା ପୂର୍ବରୁ ନିଜେ କିପରି ସେଥିରୁ ଉଦ୍ଧାର ପାଇପାରିବେ ସେ ବିଷୟରେ ସଚେତନ ହେଲେ ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ଅନେକାଂଶରେ ଟାଳି ଦିଆଯାଇପାରିବ। ଜାପାନ୍‍, ଚୀନ୍‍, ଚିଲି ଆଦି ଦେଶରେ ବିପର୍ଯ୍ୟୟର ପ୍ରଥମ କିଛି ସମୟ ବା ଗୋଲ୍‍ଡେନ୍‍ ଆୱାରରେ କିଭଳି ନିଜେ ନିଜକୁ ସୁରକ୍ଷା ଦେଇପାରିବେ ସେ ବିଷୟରେ ସଚେତନ କରାଯାଉଛି। ସେହି ଅନୁକରଣରେ ସମାଜକୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ଦଶବର୍ଷ ଭିତରେ ୬୦ ଲକ୍ଷ ଲୋକଙ୍କୁ ଏ ଦିଗରେ ତାଲିମ ଦିଆଯାଇଛି। ଏହାକୁ ଆହୁରି କ୍ରିୟାଶୀଳ କରିବାକୁ ପ୍ରତ୍ୟେକ ରାଜ୍ୟରେ ସରକାରୀ ନୀତି ଓ ନିୟମ ଅନୁପାଳନରେ ସ୍ୱେଚ୍ଛାସେବୀ ବାହିନୀ ଗଠନ କରାଗଲେ ଭଲ ହୁଅନ୍ତା। କେତେକ ଦେଶରେ ଏଭଳି ବ୍ୟବସ୍ଥା ରହିଛି। ଏଥିପାଇଁ ଆମେ ଏକ ଯୋଜନା ଆମେ ପ୍ରସ୍ତୁତ କରୁଛୁ। ଖୁବ୍‍ଶୀଘ୍ର ସରକାରଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

01 Aug 2021 By The Sakala

‘ରାଜ୍ୟର ବିପର୍ଯ୍ୟୟ ଯୋଦ୍ଧା’ ଢାଞ୍ଚାରେ କେନ୍ଦ୍ର ଗଢ଼ିବ ‘ଆପଦା ମିତ୍ର’

ଭୁୁବନେଶ୍ୱର: ବିପର୍ଯ୍ୟୟ ପ୍ରଶମନର ସିଦ୍ଧାନ୍ତ ହେଉଛି ବିପର୍ଯ୍ୟୟକୁ ପ୍ରଥମେ ସାମ୍ନା କରୁଥିବା ପକ୍ଷ ହେଉଛି ଜନତା ବା ଗୋଷ୍ଠୀ। ଉଦ୍ଧାର ବା ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାକୁ କିଛି ସମୟ ଲାଗେ। ତେଣୁ ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବା ସହ ପ୍ରତ୍ୟେକ ପରିବାରରେ ଜଣେ ଜଣେ ‘ଯୋଦ୍ଧା’ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ମୁଖ୍ୟମନ୍ତ୍ରୀଙ୍କ ଏହି ‘ବିପର୍ଯ୍ୟୟ ଯୋଦ୍ଧା’ ଢାଞ୍ଚାରେ କେନ୍ଦ୍ର ସରକାର ଗଢ଼ିବାକୁ ଯାଉଛନ୍ତି ଅନୁରୂପ ସ୍ୱେଚ୍ଛାସେବୀ। ଯେଉଁମାନେ ‘ଆପଦା ମିତ୍ର’ ଭାବରେ ପରିଚିତି ପାଇବେ।

ପ୍ରତି ବର୍ଷ ଓଡ଼ିଶା ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଝଡ଼ ବାତ୍ୟାରେ ରାଜ୍ୟର ବିପୁଳ ସମ୍ପତ୍ତି ନଷ୍ଟ ହେଉଛି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ସିଦ୍ଧାନ୍ତକୁ ଆଧାର କରି ପ୍ରଶାସନ ସର୍ବଦା ଶୂନ୍ୟ ମୃତାହତକୁ ଗୁରୁତ୍ୱ ଦେଇ ଆସୁଛି। ଏନଡ଼ିଆରଏଫ୍‍ ଢ଼ାଞ୍ଚାରେ ରାଜ୍ୟରେ ଗଠିତ ଏସଡ଼ିଆର୍‍ଏଫ୍‍ କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର, କେରଳ, ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସହଯୋଗ କରି ଆସିଛି।

ଏହି କ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃଅପକ୍ଷ ‘ଆପଦା ମିତ୍ର’ ନାମକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ଏନଡ଼ିଆରଏଫ୍‍ ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନ। ସେ କହିଛନ୍ତି ଯେ ବିପର୍ଯ୍ୟୟ କାଳରେ ଉଦ୍ଧାରକାରୀ ପହଞ୍ଚିବା ପୂର୍ବରୁ ନିଜେ କିପରି ସେଥିରୁ ଉଦ୍ଧାର ପାଇପାରିବେ ସେ ବିଷୟରେ ସଚେତନ ହେଲେ ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ଅନେକାଂଶରେ ଟାଳି ଦିଆଯାଇପାରିବ। ଜାପାନ୍‍, ଚୀନ୍‍, ଚିଲି ଆଦି ଦେଶରେ ବିପର୍ଯ୍ୟୟର ପ୍ରଥମ କିଛି ସମୟ ବା ଗୋଲ୍‍ଡେନ୍‍ ଆୱାରରେ କିଭଳି ନିଜେ ନିଜକୁ ସୁରକ୍ଷା ଦେଇପାରିବେ ସେ ବିଷୟରେ ସଚେତନ କରାଯାଉଛି। ସେହି ଅନୁକରଣରେ ସମାଜକୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ଦଶବର୍ଷ ଭିତରେ ୬୦ ଲକ୍ଷ ଲୋକଙ୍କୁ ଏ ଦିଗରେ ତାଲିମ ଦିଆଯାଇଛି। ଏହାକୁ ଆହୁରି କ୍ରିୟାଶୀଳ କରିବାକୁ ପ୍ରତ୍ୟେକ ରାଜ୍ୟରେ ସରକାରୀ ନୀତି ଓ ନିୟମ ଅନୁପାଳନରେ ସ୍ୱେଚ୍ଛାସେବୀ ବାହିନୀ ଗଠନ କରାଗଲେ ଭଲ ହୁଅନ୍ତା। କେତେକ ଦେଶରେ ଏଭଳି ବ୍ୟବସ୍ଥା ରହିଛି। ଏଥିପାଇଁ ଆମେ ଏକ ଯୋଜନା ଆମେ ପ୍ରସ୍ତୁତ କରୁଛୁ। ଖୁବ୍‍ଶୀଘ୍ର ସରକାରଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର