ପଦାରେ ପଡ଼ିଲା ବିଜେପି କନ୍ଦଳ; କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ହାତାହାତି ସହ ଠେଲାପେଲା ହେଲେ ଦଳୀୟ କର୍ମୀ

The Sakala Picture
Published On

ଆଠଗଡ଼: ଭାରତୀୟ ଜନତା ପାର୍ଟିର ସାଂଗଠନିକ ସଶକ୍ତୀକରଣ କାର୍ଯ୍ୟକ୍ରମ ଅବସରରେ ଆଠଗଡ଼ ବିଜେପି କନ୍ଦଳ ବାରି ହୋଇପଡ଼ିଛି। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ପ୍ରବାସ ଯୋଜନା ଅନୁସାରେ ଶନିବାର ଆଠଗଡ଼ ମହାବୀର ପ୍ଲାଜାଠାରେ ଚାରିଟି ବିଧାନସଭା କ୍ଷେତ୍ରର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଠଗଡ଼, ବାଙ୍କୀ, ବଡ଼ମ୍ବା ଏବଂ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଦଳୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ମୋଟର ସାଇକଲ ଶୋଭାଯାତ୍ରା ସମୟରେ ଓ କୋର୍‌‌ କମିଟି ବୈଠକ […]

ଆଠଗଡ଼: ଭାରତୀୟ ଜନତା ପାର୍ଟିର ସାଂଗଠନିକ ସଶକ୍ତୀକରଣ କାର୍ଯ୍ୟକ୍ରମ ଅବସରରେ ଆଠଗଡ଼ ବିଜେପି କନ୍ଦଳ ବାରି ହୋଇପଡ଼ିଛି। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ପ୍ରବାସ ଯୋଜନା ଅନୁସାରେ ଶନିବାର ଆଠଗଡ଼ ମହାବୀର ପ୍ଲାଜାଠାରେ ଚାରିଟି ବିଧାନସଭା କ୍ଷେତ୍ରର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଠଗଡ଼, ବାଙ୍କୀ, ବଡ଼ମ୍ବା ଏବଂ ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଦଳୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ମୋଟର ସାଇକଲ ଶୋଭାଯାତ୍ରା ସମୟରେ ଓ କୋର୍‌‌ କମିଟି ବୈଠକ ସମୟରେ ଆଠଗଡ଼ ବିଜେପିର ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାକାରୀମାନେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଜେପି ନେତା ବ୍ରଜେନ୍ଦ୍ର ରାଏଙ୍କ ସହିତ ନୂଆ କରି ବିଜେପିରେ ମିଶିଥିବା ଅଭୟ ବାରିକଙ୍କ ପୃଥକ୍‌‌ ପୃଥକ୍‌‌ ନାରାବାଜି ଦେଖିବାକୁ ମିଳିଥିଲା। ଆଠଗଡ଼ ସହରର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ବ୍ୟାନର ପୋଷ୍ଟର ଲଗାଯିବାକୁ ନେଇ ପ୍ରଥମରୁ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବୈଠକରେ ବସିବାକୁ ନେଇ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଯାହା ବିଜେପିର ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଥିବା ସାଧାରଣରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ଲାଲା ମନୋଜ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ଲୋକସଭା ପ୍ରଭାରୀ ପ୍ରତାପ ମିଶ୍ର, ସଂଯୋଜକ ସୁକାନ୍ତ ବିଶ୍ୱାଳ, ବିସ୍ତାରକ ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକର କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ନେତା ବ୍ରଜେନ୍ଦ୍ର ରାଏଙ୍କୁ ପଚାରିବାରୁ ବୁଥ୍‌‌ ସଶକ୍ତୀକରଣ ସହିତ ଦଳୀୟ ପ୍ରଚାର ପାଇଁ କାନ୍ଥ ଲିଖନକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ବୈଠକରେ ବିଶୃଙ୍ଖଳା ସମ୍ପର୍କରେ ଆଠଗଡ଼ ନିର୍ବାଚନମଣ୍ଡଳୀ ସଂଯୋଜକ ବିକ୍ରମ ଦାଶଙ୍କୁ ପଚାରିବାରୁ ଯେଉଁମାନେ ବିଶୃଙ୍ଖଳା କରିଛନ୍ତି ସେମାନେ ଏ ପର୍ଯ୍ୟନ୍ତ ଦଳ ସହିତ ମିଶିପାରି ନାହାନ୍ତି ଏବଂ ବ୍ୟକ୍ତି ଅପେକ୍ଷା ଦଳକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ବିଶୃଙ୍ଖଳା ସମ୍ପର୍କରେ ଦଳୀୟ ଉଚ୍ଚ ପଦାଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ସେମାନେ ଯାହା ନିଷ୍ପତ୍ତି ଗ୍ରହଣ କରିବେ ସେହି ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି କଟକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି କହିଛନ୍ତି। ଦଳୀୟ ଆଲୋଚନା ଚାଲିଥିଲାବେଳେ କେନ୍ଦ୍ରମନ୍ତ୍ରୀ ନୂତନ ଭାବେ ସାମିଲ୍‌‌ ହୋଇଥିବା ଅଭୟ ବାରିକଙ୍କୁ ଡାକି ବୈଠକରେ ସାମିଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡ଼ମ୍ବା-ନରସିଂହପୁର ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା, ବାଙ୍କୀ ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ପାଢ଼ୀ, ଜିଲ୍ଲା ପରିଷଦ ତୁଷାର ଚକ୍ରବର୍ତ୍ତୀ, ବିଚିତ୍ରାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର