ଧାମନଗର ଉପ-ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

The Sakala Picture
Published On

ଭଦ୍ରକ: ଧାମନଗର ଉପ-ନିର୍ବାଚନ ଲାଗି ଦିବଂଗତ ବିଜେପି ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁଅ ସୂର୍ଯ୍ୟବଂଶୀ। ନାମାଙ୍କନ ପତ୍ର ଦାଖଲ ସମୟରେ ସୂର୍ଯ୍ୟବଂଶୀଙ୍କ ସହିତ ତାଙ୍କ ଭଉଣୀ ଉପସ୍ଥିତ ରହିଥିଲେ। ଭଦ୍ରକ ସହର ମଥାସାହି ସ୍ଥିତ ଦକ୍ଷିଣକାଳୀ ମନ୍ଦିରରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ […]

ଭଦ୍ରକ: ଧାମନଗର ଉପ-ନିର୍ବାଚନ ଲାଗି ଦିବଂଗତ ବିଜେପି ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୁଅ ସୂର୍ଯ୍ୟବଂଶୀ। ନାମାଙ୍କନ ପତ୍ର ଦାଖଲ ସମୟରେ ସୂର୍ଯ୍ୟବଂଶୀଙ୍କ ସହିତ ତାଙ୍କ ଭଉଣୀ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଭଦ୍ରକ ସହର ମଥାସାହି ସ୍ଥିତ ଦକ୍ଷିଣକାଳୀ ମନ୍ଦିରରୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ପର୍ଯ୍ୟବେକ୍ଷକ କାଳନ୍ଦୀ ସାମଲ, ବିଧାୟକ ମୋହନ ମାଂଝୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ଲଲିତେନ୍ଦୁ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଅଭିମନ୍ୟୁ ସେଠୀ, ଡ ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ମନସ୍ମିତା ଖୁଣ୍ଟିଆ, ତୁଷାର ଜେନା, ଅକ୍ଷୟ ସାହୁ, ଦୁର୍ଗା ରାୟ ମହାପାତ୍ର, ଜଗନ୍ନାଥ ଦାସ, ବଦ୍ରିନାରାୟଣ ଧଳ, ଶରତ ପଢ଼ିଆରି, ବୁଦ୍ଧଦେବ ଜେନା, ଶଶିକାନ୍ତ ବିଶ୍ଵାଳ ପ୍ରମୁଖ ଶତାଧିକ ନେତା ଓ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରା ରେ ବାହାରି ଭଦ୍ରକ ବ୍ଲକ କାର୍ଯ୍ୟାଳୟ ରେ ଅତିରିକ୍ତ ଜିଲ୍ଲାପାଳ ଡଃ.ଲଷ୍ମୀ ପ୍ରସାଦ ସାହୁଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଧାମନଗର ଗଡ଼ ବଜାୟ ରଖିବା ପାଇଁ ବିଜେପି ଜୋରଦାର ପ୍ରୟାସ କରୁଛି । ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର