ଆରମ୍ଭ ହେଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା; ଶୁଭାରମ୍ଭ କଲେ ଦଳ ସଭାପତି ନବୀନ ପଟ୍ଟନାୟକ, ଉଠାଇଲେ ଖଣି-ପାଠ୍ୟପୁସ୍ତକ ପ୍ରସଙ୍ଗ

Madhusudan Das Picture
Published On

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀଠାରୁ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଶୁଭାରମ୍ଭ ହୋଇଛି। ଶୁଭାରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନଭେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପଦଯାତ୍ରାର ଶୁଭାରମ୍ଭ କରି ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଶାସନ, ପାଠ୍ୟପୁସ୍ତକ, ଚାଷୀ, ପେନ୍‌ସନ୍‌, ଆଇନଶୃଙ୍ଖଳା, ଖଣି ନୀତି, ରାଜସ୍ୱ ଓ ଋଣଭାର ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

ବିମାନଵନ୍ଦର ନିକଟସ୍ଥ ରଜ ପଡିଆରୁ ପଦଯାତ୍ରାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ତା'ର ଭଲ କାମ ପାଇଁ  ସବୁବେଳେ ଲୋକଙ୍କ ହୃଦୟରେ  ଅଛି ଓ ରହିଥିବ ।  ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଓଡିଶା ଏଵେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର କହୁଛନ୍ତି ଲୋକଙ୍କ ସରକାର। କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ। ପିଲାଙ୍କ ପାଠ ବହି ନାହିଁ। ବୁଢାବୁଢ଼ିଙ୍କ ପେନସନ ନାହିଁ। ଚାଷୀ ହଇରାଣ। ମା'ମାନେ ହଇରାଣ। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ରାଜ୍ୟ ସରକାରଙ୍କ ବିଫଳତା ଓ କୁପରିଚାଳନା ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏ ସରକାର ଗୋଟିଏ ବି ରଥଯାତ୍ରା ଠିକ ଭାବରେ ପରିଚାଳନା କରି ପାରିଲେନି। ବନ୍ୟା ରିଲିଫରେ କୁପରିଚାଳନା, ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନା। ସବୁ କାମରେ ଏ ସରକାର ଫେଲ। 

ଆହୁରି ପଢ଼ନ୍ତୁ: ରାଜ୍ୟବାସୀଙ୍କୁ ନବୀନଙ୍କ ବାତ୍ୟା ପରାମର୍ଶ: ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ଲୋକ କହୁଛନ୍ତି ଯେ, ବୋଧେ ଓଡିଶା ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି। 
ନବୀନ କହିଥିଲେ, କେନ୍ଦ୍ର ସରକାର ଖଣି ଉପରୁ ଓଡିଶାବାସୀଙ୍କ ଅଧିକାର ନେଇଗଲେ। ଓଡିଶା ସରକାର ଚୁପ। କୋଡିଏ ବିଜେପି ସାଂସଦ ଓଡିଶାବାସୀଙ୍କ ପାଇଁ ଚୁପ। କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ। ପିଲାଙ୍କ ପଢା ବହି କଥା ନ କହିବା ଭଲ। ହଜାର ହଜାର ଭୂଲ। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ ବୋଲି କ୍ଷୋଭ  ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି।  ବଜେଟ ବ୍ୟୟ ବରାଦ ଖର୍ଚ୍ଚ ହୋଇ ପାରୁନି। କିଛି କାମ ହେଉନାହିଁ। କିନ୍ତୁ ଋଣ ଭାର ବଢ଼ି ଚାଲିଛି।  ଟଙ୍କା ଯାଉଛି କୁଆଡେ ବୋଲି ସେ ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: BW Legal World: ବିଡ଼ବ୍ଲ୍ୟୁ ଲିଗାଲ ୱାର୍ଲଡର ପ୍ରଭାବଶାଳୀ ମହିଳା ଓକିଲ ତାଲିକାରେ ଓଡିଆ ଝିଅ ରାଜଦୀପା

ବିଜୁ ଜନତା ଦଳ  ବିଜୁ ବାବୁଙ୍କ ଆଦର୍ଶରେ ଓଡିଶା ପାଇଁ ଲଢ଼ି ଆସିଛି ଓ ଆଗାମୀ ଦିନରେ ଲଢେଇ କୁ ଆହୁରି ଜୋରଦାର କରିବାକୁ  ନବୀନ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର , ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତଜେନା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ  ଓ ମନ୍ମଥ ରାଉତରାୟଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର