ମରଣଯନ୍ତା ପାଲଟିଛି NH-55: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଶୁନି ଜନତାଙ୍କ ଦୁଃଖ

The Sakala Picture
Published On

ଭୁବନେଶ୍ୱର: ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ବିଜେଡିର ପ୍ରେସମିଟ୍‌ । କଟକରୁ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ପ୍ରେସମିଟ୍‌ କରିଛି ବିଜୁ ଜନତା ଦଳ । ମରଣଯନ୍ତା ପାଲଟିଛି ଏନଏଚ-୫୫ । ଦେଶର ସବୁଠୁ ବିପଦ ସଙ୍କୁଳ ଜାତୀୟ ରାଜପଥ NH ୫୫ । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ୭ ବର୍ଷ ହେଲା ଏହାର ସମ୍ପ୍ରସାରଣ ଓ ମରାମତି କରୁଛି […]

ଭୁବନେଶ୍ୱର: ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ବିଜେଡିର ପ୍ରେସମିଟ୍‌ । କଟକରୁ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ପ୍ରେସମିଟ୍‌ କରିଛି ବିଜୁ ଜନତା ଦଳ । ମରଣଯନ୍ତା ପାଲଟିଛି ଏନଏଚ-୫୫ । ଦେଶର ସବୁଠୁ ବିପଦ ସଙ୍କୁଳ ଜାତୀୟ ରାଜପଥ NH ୫୫ । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ୭ ବର୍ଷ ହେଲା ଏହାର ସମ୍ପ୍ରସାରଣ ଓ ମରାମତି କରୁଛି ଏନଏଚଏଆଇ । ନା କାମ ସରୁଛି, ନା ସ୍ଥିତି ସୁଧୁରୁଛି । ଗୁରୁତ୍ବପୁର୍ଣ୍ଣ କଥା ହେଲା ଏନଏଚ-୫୫ ଅନୁଗୁଳ ଦେଇ ଯାଇଥିବା ବେଳେ ଏହା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା । ହେଲେ କେନ୍ଦ୍ରମନ୍ତ୍ରୀ ନିଘୋଡ଼ ନିଦରେ ଶୋଇଛନ୍ତି । ତାଙ୍କୁ ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଦେଖାଯାଉନି । ଶୀଘ୍ର ଜାତୀୟ ରାଜପଥ ମରାମତି କରାନଗଲେ ଏହାର ଦୃଢ଼ ଜବାବ ମିଳିବ । ଆଜି ଏମିତି କିଛି କହି ଏନଏଚଏଆଇ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ହେରାପଞ୍ଚମୀ: ଅଭିମାନରେ ଲକ୍ଷ୍ମୀ ସାଆନ୍ତାଣୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ଦଳ ପକ୍ଷରୁ କୁହାଯାଇଛି, କଟକରୁ ସମ୍ବଲପୁରକୁ ଯୋଡୁଛି ଏନଏଚ-୫୫ । ଏହା ଓଡ଼ିଶାର ଜୀବନ ରେଖା । ଦେଶର ସବୁଠାରୁ ସଙ୍କଟପୂର୍ଣ୍ଣ ରାସ୍ତା ପାଲଟିଛି ଏନଏଚ-୫୫ । ସ୍ଥିତି ଏମିତି ଜୀବନରେଖାରୁ ମୃତ୍ୟୁଯନ୍ତା ପାଲଟିଗଲାଣି । ଏନଏଚଏଆଇ ରାସ୍ତା ମରାମତି ଓ ସଂପ୍ରସାରଣ କରୁଛି । ୭ ବର୍ଷ ହୋଇଗଲା ଏହି ମରାମତି ଓ ସମ୍ପ୍ରସାରଣ କାମ ଚାଲିଛି ଯେ ସରିବାର ନାଁ ଧରୁନି । ଏହି ରାସ୍ତାରେ ଜୀବନ ବାଜି ଲାଗୁଛି । ଆମ୍ବୁଲାନ୍ସରେ ଆସିବା ବେଳେ ରୋଗୀଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ହାରାହାରି ଦୁଇ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ରୋଡ୍ ସେଫଟି କମିଟି ବୈଠକକୁ ଏନଏଚଏଆଇ ଅଧିକାରୀଙ୍କୁ ଡାକାଯାଇଥିଲା । ଲାଗୁଛି ଏନଏଚ କର୍ତ୍ତୃପକ୍ଷଙ୍କ ଚମଡା ମୋଟା ହୋଇଗଲାଣି । ନା ବୈଠକକୁ ଆସୁଛନ୍ତି ନା ଉତ୍ତର ଦେଉଛନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ଦେବେ ।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ପ୍ରେସମିଟରେ ବିଜେଡି ପକ୍ଷରୁ କୁହାଯାଇଛି, ନିଜ ଜିଲ୍ଲାରେ ଜାତୀୟ ରାଜପଥ ମରଣଯନ୍ତା ପାଳଟିଥିଲେ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହା ଦିଶୁନି । ସେ ନିଘୋଡ ନିଦରେ ଶୋଇଛନ୍ତି । ନିଜ ଜିଲ୍ଲାର ଲୋକଙ୍କ ଦୁଃଖ କଷ୍ଟ ଦେଖିପାରୁନାହାନ୍ତି । ୭ ବର୍ଷ ହେଲା ଚାଲିଥିବା ମରାମତି ଓ ସମ୍ପ୍ରସାରଣ କାମ କେମିତି ସରିବ ଜୋର ଦେଉନାହାନ୍ତି । ଆଶା କରୁଛୁ ଧର୍ମେନ୍ଦ୍ର ଏଥିପ୍ରତି ଧ୍ୟାନ ଦେବ, ନ ହେଲେ ଓଡ଼ିଶାବାସୀ ଏହାକୁ ବରଦାସ୍ତ କରିବେ ନି ଓ ଉଚିତ ଜବାବ ଦେବେ ।

24 Dec 2023 By The Sakala

ମରଣଯନ୍ତା ପାଲଟିଛି NH-55: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଶୁନି ଜନତାଙ୍କ ଦୁଃଖ

ଭୁବନେଶ୍ୱର: ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ବିଜେଡିର ପ୍ରେସମିଟ୍‌ । କଟକରୁ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ପ୍ରେସମିଟ୍‌ କରିଛି ବିଜୁ ଜନତା ଦଳ । ମରଣଯନ୍ତା ପାଲଟିଛି ଏନଏଚ-୫୫ । ଦେଶର ସବୁଠୁ ବିପଦ ସଙ୍କୁଳ ଜାତୀୟ ରାଜପଥ NH ୫୫ । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ୭ ବର୍ଷ ହେଲା ଏହାର ସମ୍ପ୍ରସାରଣ ଓ ମରାମତି କରୁଛି ଏନଏଚଏଆଇ । ନା କାମ ସରୁଛି, ନା ସ୍ଥିତି ସୁଧୁରୁଛି । ଗୁରୁତ୍ବପୁର୍ଣ୍ଣ କଥା ହେଲା ଏନଏଚ-୫୫ ଅନୁଗୁଳ ଦେଇ ଯାଇଥିବା ବେଳେ ଏହା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା । ହେଲେ କେନ୍ଦ୍ରମନ୍ତ୍ରୀ ନିଘୋଡ଼ ନିଦରେ ଶୋଇଛନ୍ତି । ତାଙ୍କୁ ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଦେଖାଯାଉନି । ଶୀଘ୍ର ଜାତୀୟ ରାଜପଥ ମରାମତି କରାନଗଲେ ଏହାର ଦୃଢ଼ ଜବାବ ମିଳିବ । ଆଜି ଏମିତି କିଛି କହି ଏନଏଚଏଆଇ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି, କଟକରୁ ସମ୍ବଲପୁରକୁ ଯୋଡୁଛି ଏନଏଚ-୫୫ । ଏହା ଓଡ଼ିଶାର ଜୀବନ ରେଖା । ଦେଶର ସବୁଠାରୁ ସଙ୍କଟପୂର୍ଣ୍ଣ ରାସ୍ତା ପାଲଟିଛି ଏନଏଚ-୫୫ । ସ୍ଥିତି ଏମିତି ଜୀବନରେଖାରୁ ମୃତ୍ୟୁଯନ୍ତା ପାଲଟିଗଲାଣି । ଏନଏଚଏଆଇ ରାସ୍ତା ମରାମତି ଓ ସଂପ୍ରସାରଣ କରୁଛି । ୭ ବର୍ଷ ହୋଇଗଲା ଏହି ମରାମତି ଓ ସମ୍ପ୍ରସାରଣ କାମ ଚାଲିଛି ଯେ ସରିବାର ନାଁ ଧରୁନି । ଏହି ରାସ୍ତାରେ ଜୀବନ ବାଜି ଲାଗୁଛି । ଆମ୍ବୁଲାନ୍ସରେ ଆସିବା ବେଳେ ରୋଗୀଙ୍କ ଜୀବନ ଚାଲିଯାଉଛି । ପ୍ରତିଦିନ ହାରାହାରି ଦୁଇ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି ।

ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ରୋଡ୍ ସେଫଟି କମିଟି ବୈଠକକୁ ଏନଏଚଏଆଇ ଅଧିକାରୀଙ୍କୁ ଡାକାଯାଇଥିଲା । ଲାଗୁଛି ଏନଏଚ କର୍ତ୍ତୃପକ୍ଷଙ୍କ ଚମଡା ମୋଟା ହୋଇଗଲାଣି । ନା ବୈଠକକୁ ଆସୁଛନ୍ତି ନା ଉତ୍ତର ଦେଉଛନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ଦେବେ ।

ପ୍ରେସମିଟରେ ବିଜେଡି ପକ୍ଷରୁ କୁହାଯାଇଛି, ନିଜ ଜିଲ୍ଲାରେ ଜାତୀୟ ରାଜପଥ ମରଣଯନ୍ତା ପାଳଟିଥିଲେ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହା ଦିଶୁନି । ସେ ନିଘୋଡ ନିଦରେ ଶୋଇଛନ୍ତି । ନିଜ ଜିଲ୍ଲାର ଲୋକଙ୍କ ଦୁଃଖ କଷ୍ଟ ଦେଖିପାରୁନାହାନ୍ତି । ୭ ବର୍ଷ ହେଲା ଚାଲିଥିବା ମରାମତି ଓ ସମ୍ପ୍ରସାରଣ କାମ କେମିତି ସରିବ ଜୋର ଦେଉନାହାନ୍ତି । ଆଶା କରୁଛୁ ଧର୍ମେନ୍ଦ୍ର ଏଥିପ୍ରତି ଧ୍ୟାନ ଦେବ, ନ ହେଲେ ଓଡ଼ିଶାବାସୀ ଏହାକୁ ବରଦାସ୍ତ କରିବେ ନି ଓ ଉଚିତ ଜବାବ ଦେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର