ପୁଲିସ ଉପରେ ରାଜନୈତିକ ହସ୍ତକ୍ଷେପ ବଢୁଛି, ନିୟନ୍ତ୍ରଣ ବାହାରେ ରାଜ୍ୟରେ ଆଇନ ଶୃଙ୍ଖଳା : ପ୍ରସନ୍ନ ଆଚାର୍ଯ୍ୟ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ବିଜେଡିର ସମାଲୋଚନା। ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ସରକାର ଏଥିରେ ବିଫଳ ହୋଇଛନ୍ତି। ରାଜଧାନୀ ସମେତ ସାରା ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡିପଡିଛି। ବିଧାନସଭା ଭିତରେ ଆଉ ବାହାରେ ଶକ୍ତି ଦେଖାଉଛନ୍ତି ପୁଲିସ। ହେଲେ ବାହାରେ ଫେଲ୍‌ ମାରୁଛି। ଭୁବନେଶ୍ୱର ଭରତପୁର ଓ ଗଂଜାମ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି। […]

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ବିଜେଡିର ସମାଲୋଚନା। ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ସରକାର ଏଥିରେ ବିଫଳ ହୋଇଛନ୍ତି। ରାଜଧାନୀ ସମେତ ସାରା ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡିପଡିଛି।

ଆହୁରି ପଢ଼ନ୍ତୁ: ୫ ଦିନ ପରେ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର: ଗଳାକାଟି ହତ୍ୟା କରିଥିବା ସନ୍ଦେହ

ବିଧାନସଭା ଭିତରେ ଆଉ ବାହାରେ ଶକ୍ତି ଦେଖାଉଛନ୍ତି ପୁଲିସ। ହେଲେ ବାହାରେ ଫେଲ୍‌ ମାରୁଛି। ଭୁବନେଶ୍ୱର ଭରତପୁର ଓ ଗଂଜାମ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି। ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି। ସରକାରୀ ଦଳର ସାଧାରଣ କର୍ମୀ ପୁଲିସ କାମରେ ହସ୍ତକ୍ଷେପ କରୁଛନ୍ତି। ପୁଲିସ ସ୍ୱାଧୀନ ଭାବେ କାମ ନ କଲେ ଅପରାଧ ବଢିଚାଲିବ। ସରକାରୀ ଦଳ ନିଜଆଡୁ ଦେଖିବା କଥା ଯେ ପୁଲିସ ଉପରେ ଚାପ ନ ପକାନ୍ତୁ।

ଆହୁରି ପଢ଼ନ୍ତୁ: ବାତ୍ୟା ପାଇଁ ଭୁବନେଶ୍ୱର ବିମାନବନ୍ଦର ଆଲର୍ଟ, ଯାତ୍ରୀଙ୍କୁ ଫ୍ଲାଇଟ୍ ସ୍ଥିତି ଯାଞ୍ଚ କରି ଯାତ୍ରା କରିବାକୁ ପରାମର୍ଶ

ଆହୁରି ପଢ଼ନ୍ତୁ: ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

ପୁଲିସ ବି ଅପରାଧରେ ସମ୍ପୃକ୍ତ ରହୁଥିବା ରିପୋର୍ଟ ଆସୁଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ତେଣୁ ଲୋକ ଅପରାଧ କରୁଛନ୍ତି। ବିଜେପି ବହୁ କଷ୍ଟରେ ଶାସନକୁ ଆସିଛି। ସେମାନେ ନିଜ କର୍ମୀଙ୍କୁ ପୁଲିସ ଉପରେ ହସ୍ତକ୍ଷେପ କରିବା ଉପରୁ ନିବୃତ ରଖିବା କଥା। ନହେଲେ ଆଗକୁ ସ୍ଥିତି ଆହୁରି ବିଗିଡିଯିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର