୧୮ ଦିନ ହେଲା ବିଧାନସଭାରେ ଅଚଳାବସ୍ଥା : ସରକାର ଚାହୁଁ ନାହାନ୍ତି, ବିରୋଧୀ ନଉଁ ନାହାନ୍ତି

The Sakala Picture
Published On

ଭୁବନେଶ୍ୱର, : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ୭ ତାରିଖରୁ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରିନାହିଁ ବିଧାନସଭା। ହଟ୍ଟଗୋଳ, ଘଣ୍ଟମାଡ଼ ସହ ବିରୋଧୀଙ୍କ ବିରୋଧ ଯୋଗୁଁ ପ୍ରତିଦିନ ଗୃହର ପ୍ରଥମାର୍ଦ୍ଧ ସମ୍ପୂର୍ଣ୍ଣ ବାତିଲ ହେଉଛି। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଏକପ୍ରକାର ଧୋଇଯାଉଛି। ରାଜ୍ୟରେ ମହିଳା ହିଂସା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ କଂଗ୍ରେସ ଜିଦ୍‌ରେ ଅଟଳ ରହିଛି । କୌଣସି ପରିସ୍ଥିତିରେ ଏହି ଜିଦ୍‌ରୁ ହଟିବାକୁ କଂଗ୍ରେସ ନାରାଜ। […]

ଭୁବନେଶ୍ୱର, : ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ୭ ତାରିଖରୁ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରିନାହିଁ ବିଧାନସଭା। ହଟ୍ଟଗୋଳ, ଘଣ୍ଟମାଡ଼ ସହ ବିରୋଧୀଙ୍କ ବିରୋଧ ଯୋଗୁଁ ପ୍ରତିଦିନ ଗୃହର ପ୍ରଥମାର୍ଦ୍ଧ ସମ୍ପୂର୍ଣ୍ଣ ବାତିଲ ହେଉଛି। ଫଳରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଏକପ୍ରକାର ଧୋଇଯାଉଛି। ରାଜ୍ୟରେ ମହିଳା ହିଂସା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ କଂଗ୍ରେସ ଜିଦ୍‌ରେ ଅଟଳ ରହିଛି । କୌଣସି ପରିସ୍ଥିତିରେ ଏହି ଜିଦ୍‌ରୁ ହଟିବାକୁ କଂଗ୍ରେସ ନାରାଜ। ଅନ୍ୟପକ୍ଷରେ ଶାସକ ବିଜେପି ମଧ୍ୟ କଂଗ୍ରେସର ଦାବିକୁ ମାନିନେବାକୁ ପ୍ରସ୍ତୁତ ନୁହେଁ। ଯାହା ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନୁରୂପ ଭାବରେ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପ୍ରତିଦିନ ଘେରି ଚାଲିଛି। ଗୃହ ମଧ୍ୟରେ ପୋଷ୍ଟରବ୍ୟାନର ପ୍ରଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସକାରାତ୍ମକ ଭାବରେ ନିଜର ଅଭିମୁଖ୍ୟକୁ ବିଧାନସଭାରେ ରଖିଛି। ଏହାସତ୍ତ୍ବେ ବିଧାନସଭା ଶୃଙ୍ଖଳିତ ହୋଇ ପାରିନାହିଁ। ଅନ୍ୟଦିନଗୁଡ଼ିକ ପରି ଆଜି ମଧ୍ୟ ବିଧାନସଭାର ପ୍ରଥମାର୍ଦ୍ଧ ପ୍ରଭାବିତ ହୋଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ୨୦ ବିଜେପି ସାଂସଦଙ୍କ ଉପରେ ଭାରି ପଡ଼ୁଛନ୍ତି ଆନ୍ଧ୍ରର ୧୯ ସହଯୋଗୀ: ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଜଳଜଳ

ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ନାରାବାଜି କରିଥିଲେ। କଂଗ୍ରେସ ଘଣ୍ଟ ବଜାଇ ହୋ ହାଲ୍ଲା କରିଥିବା ବେଳେ ବିଜେଡି ପୋଷ୍ଟର ଓ ପ୍ଲାକାର୍ଡ ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲା। ଗୋଟିଏ ମିନିଟ ଗୃହ ଚାଲିବା ପରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ। ଗୃହ ମୁଲତବୀ ପରେ ବିଜେଡି ବିଧାନସଭା ପ୍ରବେଶ ଦ୍ୱାରରେ ଧାରଣା ଦେବା ସହ ନାରାବାଜି କରିଥିଲେ। ଦଳର ପ୍ରତିଟି ସଦସ୍ୟ ଡବଲ ଇଞ୍ଜିନ ସରକାର ବିରୋଧରେ ନାରାବାଜି କରିବା ସହ ରାଜ୍ୟରେ ଜାତିଭିତ୍ତିକ ଜନଗଣନା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂଖ୍ୟାନୁପାତିକ ସଂରକ୍ଷଣ ଦେବାକୁ ଦାବି ରଖିଥିଲେ।

ଆହୁରି ପଢ଼ନ୍ତୁ: ୧୯ ବର୍ଷ ତଳର ହତ୍ୟାକାଣ୍ଡ ମାମଲାରେ ବଡ଼ ରାୟ: ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ବାବା ସାହେବ ଆମ୍ବେଦକରଙ୍କ ଫଟୋ ରଖି ବିଜେଡି ବିଧାୟକମାନେ ନାରାବାଜି କରୁଥିବା ବେଳେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଏହାର ନେତୃତ୍ୱ ନେଇଥିଲେ। ଜଣେ ପରେ ଜଣେ ବିଧାୟକ ସଂରକ୍ଷଣ ଏବଂ ଜାତି ଜନଗଣନା ନେଇ ଦାବି କରୁଥିବା ବେଳେ ଉଭୟ ରଣେନ୍ଦ୍ର ଏବଂ ଅରୁଣ ସେମାନଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ପରେ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ମାତ୍ର ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷର୍ ବାହାରି ପାରି ନଥିଲା । ୧୨ଟା ୪୬ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ନିଜ ଆସନରେ ଛିଡା ହୋଇ କଂଗ୍ରେସ ସଦସ୍ୟଙ୍କ ପ୍ଲାକାର୍ଡ ପ୍ରଦର୍ଶନ ଏବଂ ଗୃହ ମଧ୍ୟରେ ଘଣ୍ଟା ବଜାଇବାକୁ ଅଶୋଭନୀୟ କହିବା ସହ ନିଜ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ମାତ୍ର କଂଗ୍ରେସ ସଦସ୍ୟ ନିଜ ପ୍ରତିବାଦ ଜାରି ରଖିବାରୁ ବାଚସ୍ପତି ଗୃହକୁ ୧୨ଟା ୫୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

ଆହୁରି ପଢ଼ନ୍ତୁ: କାର୍ତ୍ତିକ ପୂର୍ଣ୍ଣିମାରେ ଜନସମୁଦ୍ର ପାଲଟିଲା ଶ୍ରୀକ୍ଷେତ୍ର: ମହୋଦଧିରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ, ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର