ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

Madhusudan Das Picture
Published On

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା ।ବରାହ ଫାଶରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି l ମୃତକ ଜଣଙ୍କ ହେଲେ ପାଟପୁର ଥାନା ପ୍ରତାପଗିରୀ ଗ୍ରାମର ମେହେଙ୍କାଳ ନାୟକ । 

ଆହୁରି ପଢ଼ନ୍ତୁ: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

ସୂଚନା ମୁତାବକ, ସୋମବାର ସଂଧ୍ୟାରେ ମେହେଙ୍କାଳ ନିଜ ଘର କାମ କରିବା ପାଇଁ ଗଙ୍ଗାପୁର ପଞ୍ଚାୟତ ଭାଲୁପଲ୍ଲୀ ଗ୍ରାମକୁ ମିସ୍ତ୍ରୀ ସନ୍ଧାନରେ ଯାଇଥିଲେ l ମିସ୍ତ୍ରୀ ବୁଝି ସାରି ଘରକୁ ଆସିବା ବେଳେ ଭାଲୁପଲ୍ଲୀ ଗ୍ରାମ ନିକଟରେ ଥିବା ଏକ ଚାଷ ଜମିକୁ ଗୋଡ଼ ଧୋଇବା ପାଇଁ ଯାଇଥିବା ବେଳେ ଏକ କଲଭର୍ଟ ନିକଟରେ ବାରହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ମେହେଙ୍କାଳ ଛିଟିକି ହୋଇ ପଡ଼ିଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ମେହେଙ୍କାଳକୁ ଉଦ୍ଧାର କରି ସ୍ଥାନୀୟ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

ଏନେଇ ମେହେଙ୍କାଳଙ୍କ ବାପା ନକୁଳ ନାୟକ ପାଟପୁର ଥାନା ରେ ଅଭିଯୋଗ କରିବା ପରେ ପାଟପୁର ଥାନା ଅଧିକାରୀ ଦିପ୍ତି ରଞ୍ଜନ ବେହେରା ୩୩୧/୨୬ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି । ତେବେ କିଏ ବାରହା ଶିକାର ପାଇଁ ତାର ବିଛାଇଥିଲା ତଦନ୍ତ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯିବା ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୁର୍ବରୁ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସ୍ୱର୍ଶରେ ରେ ହାତୀ ର ମୃତ ହୋଇଥିବା ବେଳେ ଅନେକ ଗାଇ ଗୋରୁ ର  ମୃତ ହୋଇଥିଲେ ମଧ୍ୟ ବନ ବିଭାଗ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରେଳ ଧାରଣାରେ ରିଲ୍ସ ବନାଉଥିଲେ, ଟ୍ରେନ୍ ଧକ୍କାରେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର