ଦୀପାବଳି ପରେ ୟୁପିଆଇ (UPI) ମର୍ଚ୍ଚାଣ୍ଟ କାରବାର ଉପରେ ଲାଗିବ ଚାର୍ଜ, ଏନ୍‌ପିସିଆଇ (NPCI) ଦେଲା ନୂଆ ସୂଚନା

Suryakanta Picture
Published On

ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ପକ୍ଷରୁ ୟୁପିଆଇ (UPI) ବ୍ୟବହାରକାରୀ ଏବଂ ବ୍ୟବସାୟୀମାନଙ୍କ ପାଇଁ ଏକ ବଡ଼ ସୂଚନା ଦିଆଯାଇଛି। ମନୋନୀତ ପର୍ସନ-ଟୁ-ମର୍ଚ୍ଚାଣ୍ଟ (P2M) ୟୁପିଆଇ କାରବାର ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ୟୁପିଆଇ ଆଣ୍ଡ୍ ସର୍ଭିସେସ୍ ଷ୍ଟିୟରିଂ କମିଟି ଏହି ନିଷ୍ପତ୍ତି ନେଇଛି। ଏହାର ଲାଗୁ ହେବାର ପ୍ରକୃତ ତାରିଖ ପରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ୟୁପିଆଇ ଏମଡିଆର (UPI MDR) ଶୁଳ୍କ ଲାଗୁ ନେଇ ବଡ଼ ଖବର: ଅକ୍ଟୋବର ୧୫ ବଦଳରେ ଜାନୁଆରୀକୁ ଘୁଞ୍ଚିପାରେ ନିୟମ

କେଉଁ କାରବାର ଉପରେ ଲାଗିବ ଚାର୍ଜ?

ନୂତନ ନିୟମ ଅନୁଯାୟୀ, ବ୍ୟବସାୟୀମାନେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଗ୍ରହଣ କଲେ ସେମାନଙ୍କୁ କାରବାର ମୂଲ୍ୟର ୦.୪% ଫି' ଦେବାକୁ ପଡ଼ିବ। ତେବେ ୭୫,୦୦୦ ଟଙ୍କା କିମ୍ବା ତା'ଠାରୁ ଅଧିକ କାରବାର କ୍ଷେତ୍ରରେ ଏହି ଚାର୍ଜ ସର୍ବାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ। ଅନ୍ୟପକ୍ଷରେ, ରେଳବାଇ, ଟେଲିକମ୍ ସେବା, ବୀମା ଏବଂ ଇନ୍ଧନ ଭଳି ୪ଟି ନିର୍ଦ୍ଦିଷ୍ଟ କ୍ଷେତ୍ରରେ କାରବାରର ପରିମାଣ ଯାହା ବି ହେଉନା କାହିଁକି, ଏକ ଫ୍ଲାଟ୍ ଫି' ଭାବରେ ୫ ଟଙ୍କା ଆଦାୟ କରାଯିବ।

ଆହୁରି ପଢ଼ନ୍ତୁ: ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କଲା ଭାରତ, ହରମୁଜ୍ ପ୍ରଣାଳୀରେ ୨ ଭାରତୀୟ ନାବିକ ନିଖୋଜ

ସାଧାରଣ ଗ୍ରାହକଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ?

ଏହି ନୂଆ ନିୟମକୁ ନେଇ ସାଧାରଣ ଗ୍ରାହକମାନେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ବ୍ୟକ୍ତିଗତ ଟ୍ରାନ୍ସଫର୍ (P2P) ସମ୍ପୂର୍ଣ୍ଣ ରୂପେ ଛାଡ଼ କରାଯାଇଛି, ଅର୍ଥାତ୍ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଙ୍କା ପଠାଇଲେ କୌଣସି ଚାର୍ଜ ଲାଗିବ ନାହିଁ। ସେହିପରି ୨,୦୦୦ ଟଙ୍କା ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ପେମେଣ୍ଟ ମଧ୍ୟ ସମ୍ପୂର୍ଣ୍ଣ ମାଗଣା ରହିବ। ଏହି ଏମ୍‌ଡିଆର୍ (MDR) ଚାର୍ଜ କେବଳ ବ୍ୟବସାୟୀମାନଙ୍କୁ ଦେବାକୁ ପଡ଼ିବ ଏବଂ ଏହା ଗ୍ରାହକଙ୍କ ଠାରୁ ଆଦାୟ କରାଯାଇପାରିବ ନାହିଁ ବୋଲି ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି ଦରଦାମ ବୃଦ୍ଧି: ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦର ବୃଦ୍ଧି ହାର ଅଧିକ

କାହିଁକି ହେଲା ବିଳମ୍ବ?

ପୂର୍ବରୁ ଏହି ଚାର୍ଜ ଅକ୍ଟୋବର ୧୫ ତାରିଖରୁ ଲାଗୁ ହେବାର ଥିଲା। କିନ୍ତୁ ବ୍ୟବସାୟୀ ସଂଘ, ଫିନଟେକ୍ କମ୍ପାନୀ ଏବଂ ପେମେଣ୍ଟ ସଂସ୍ଥାଗୁଡ଼ିକ ପାର୍ବଣ ଋତୁରେ ସିଷ୍ଟମ୍ ଅପଡେଟ୍ ଓ ବିଭିନ୍ନ ଶ୍ରେଣୀର ଚାର୍ଜକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତେଣୁ ସେମାନଙ୍କ ଅନୁରୋଧକୁ ରକ୍ଷା କରି ଏବଂ ପାର୍ବଣ ଋତୁରେ କାରବାରକୁ ସୁଗମ କରିବା ପାଇଁ ଏନ୍‌ପିସିଆଇ (NPCI) ଏହାକୁ ଦୀପାବଳି ପରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୧ରେ ସଂସଦରେ ପେମେଣ୍ଟ ଆଣ୍ଡ୍ ସେଟଲମେଣ୍ଟ ସିଷ୍ଟମ ଆକ୍ଟ, ୨୦୦୭ର ସଂଶୋଧନ ବିଲ୍ ପାରିତ ହେବା ପରେ ସରକାରଙ୍କୁ ନିର୍ଦ୍ଦିଷ୍ଟ ଡିଜିଟାଲ୍ ପେମେଣ୍ଟ ଉପରେ ଚାର୍ଜ ଲଗାଇବାର କ୍ଷମତା ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp