MKCG ମେଡିକାଲରେ ବିରଳ ଶିଶୁ ଜନ୍ମ; ଶିଶୁର ରହିଛି ଦୁଇଟି ମୁଣ୍ଡ, କିନ୍ତୁ ଗୋଟିଏ ଶରୀର

Madhusudan Das Picture
Published On

ବ୍ରହ୍ମପୁର: MKCG ମେଡିକାଲରେ ବିରଳ ଶିଶୁ ଜନ୍ମ । ନବଜାତ ଶିଶୁର ରହିଛି ଦୁଇଟି ମୁଣ୍ଡ। ଗୋଟିଏ ଶୀରର ଓ ଗୋଟିଏ ହାର୍ଟ ରହିଥିବା ବେଳେ ରହିଛି ଦୁଇଟି ମୁଣ୍ଡ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରୁ ଏମକେସିଜି ମେଡିକାଲକୁ ଆସିଥିବା ଜଣେ ମହିଳାଙ୍କ ଗର୍ଭରୁ ଜନ୍ମିତ ହୋଇଛି ଏହି ଶିଶୁ ।  ଗତ ରବିବାର ରାତିରେ ଏହି ଦୁଇ ମୁଣ୍ଡିଆ ଶିଶୁଟି ଜନ୍ମ ହୋଇଛି । ଶିଶୁଟି ବର୍ତ୍ତମାନ ଏମକେସିଜି ମେଡିକାଲ ଶିଶୁ ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଛନ୍ତି ।  ସେଠାରେ ଡାକ୍ତରୀ ଟିମ୍‌ଙ୍କ କଡ଼ା ନଜରରେ ଶିଶୁଟିର ଚିକିତ୍ସା ଜାରି ରହିଛି। 

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଚିକିତ୍ସା ବିଜ୍ଞାନରେ ଏଭଳି ଘଟଣା ଖୁବ୍ କ୍ୱଚିତ୍ ଦେଖିବାକୁ ମିଳେ। ଡାକ୍ତରୀ ବିଶେଷଜ୍ଞମାନେ ଏହି ଅତ୍ୟନ୍ତ ବିରଳ ସ୍ଥିତିକୁ କ୍ରାନିଓପାଗସ୍ ପାରାସାଇଟିକସ୍ (Craniopagus parasiticus) ଭାବରେ ଚିହ୍ନଟ କରିଛନ୍ତି। ଏହା ହେଉଛି ଯୋଡି ହୋଇଥିବା ଯାଆଁଳା ଶିଶୁମାନଙ୍କର ଏକ ରୂପ, ଯେଉଁଥିରେ ଶିଶୁମାନେ ଶାରୀରିକ ଭାବରେ ମୁଣ୍ଡ ସହିତ ସଂଯୁକ୍ତ ହୋଇ ଜନ୍ମ ଗ୍ରହଣ କରିଥାନ୍ତି।

ଆହୁରି ପଢ଼ନ୍ତୁ: ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବାପା ଓ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ବର୍ତ୍ତମାନ ଏହି ଶିଶୁଟିକୁ ଉନ୍ନତ ଧରଣର ଏସଏନସିୟୁ ସୁବିଧାରେ ନିରନ୍ତର ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଡାକ୍ତରମାନେ ନିଶ୍ୱାସପ୍ରଶ୍ୱାସ, ହୃଦସ୍ପନ୍ଦନ ହାର ଏବଂ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟ ସୂଚକାଙ୍କ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଚ ମାମଲାରେ ବାଲିଆପାଳ ସବ-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କୃତ କଲେ ରାଜ୍ୟ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର