ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା: ଜାଣନ୍ତୁ କେଉଁ ରୁଟ୍ ବନ୍ଦ ଓ କେଉଁଠି ହେବ ଡାଇଭର୍ସନ୍...

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦୁର୍ଗା ପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଲୋକଙ୍କ ସୁବିଧା ଏବଂ ଯାନବାହନର ସୁଗମ ଚଳାଚଳ ପାଇଁ ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଆହୁରି ପଢ଼ନ୍ତୁ: ଗଞ୍ଜାମର ସୁନାପୁର ବେଳାଭୂମିରେ ଅଘଟଣ: ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁକ୍ତ ଦୁଇ ଛାତ୍ର

ପୂଜା ସମୟରେ ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀ ଯାନ ପ୍ରବେଶକୁ ବାରଣ କରାଯାଇଛି। ବିଶେଷ କରି ରସୁଲଗଡ଼ ଛକରୁ ଲିଙ୍ଗିପୁର ଛକ (ଭାୟା ବୋମିଖାଲ ଓ କଳ୍ପନା), ବାଣୀବିହାର ଛକରୁ ଶିଶୁଭବନ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ୍ ଏବଂ ନୂଆ ଏୟାରପୋର୍ଟ ଛକ, ଏବଂ ଜୟଦେବ ବିହାରରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ଭାରୀ ଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ଖଣ୍ଡଗିରିରୁ ପୋଖରୀପୁଟ ଏବଂ ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥ ସର୍ଭିସ୍ ରୋଡ୍‌ରେ ମଧ୍ୟ ସମାନ କଟକଣା ଲାଗୁ ହେବ।

ଆହୁରି ପଢ଼ନ୍ତୁ: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର

ଖୋର୍ଦ୍ଧାରୁ ଆସୁଥିବା ଭାରୀ ଯାନଗୁଡ଼ିକୁ ସହର ଭିତରକୁ ଛଡ଼ାଯିବ ନାହିଁ। ଏହି ଗାଡ଼ିଗୁଡ଼ିକ ପିତାପଲ୍ଲୀ ଛକ ଦେଇ ବାଲିକୁଦା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ମିଶିବେ। ଅନ୍ୟପକ୍ଷରେ, ନୟାପଲ୍ଲୀ ରାବଣ ପୋଡ଼ି ସମୟରେ କଟକ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଜୟଦେବ ବିହାର ଦେଇ ଡାଇଭର୍ସନ୍ କରାଯିବ। ବସ୍ ଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର ରୁଟ୍ ନିର୍ଦ୍ଧାରଣ କରାଯାଇଛି। ପୁରୀରୁ ବରମୁଣ୍ଡା ଆସୁଥିବା ବସ୍ ଗୁଡ଼ିକ ଲିଙ୍ଗିପୁର ଛକରୁ ବାହାରି ପଣ୍ଡରା ଓ ହାଇଟେକ୍ ଛକ ଦେଇ ଯିବେ। ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ କୌଣସି ବସ୍ ବାଣୀବିହାର ଆଡ଼କୁ ଯାଇପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ: ନୂଆ ନବରଙ୍ଗପୁର ଡିଭିଜନ ଗଠିତ, ସମ୍ବଲପୁର ଅଧୀନକୁ ଗଲା ମୟୂରଭଞ୍ଜ ଓ ରାଇରଙ୍ଗପୁର

ପୋଲିସ ନିର୍ଦ୍ଦେଶ ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଓଡ଼ିଶା ସହରାଞ୍ଚଳ ପୋଲିସ ଆକ୍ଟ, ୨୦୦୩ର ଧାରା ୯୬ ଅନୁଯାୟୀ ଜରିମାନା ଆଦାୟ କରାଯିବ। ତେବେ ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ପ୍ରଦାନକାରୀ ଗାଡ଼ି ଗୁଡ଼ିକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି।

ଦୁର୍ଗା ପୂଜାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ପୋଲିସ କମିଶନରେଟ୍ ପକ୍ଷରୁ ଜନସାଧାରଣଙ୍କୁ କିଛି ବିଶେଷ ନିବେଦନ କରାଯାଇଛି:
- ମଦ୍ୟପାନ କରି ଗାଡ଼ି ଚଲାନ୍ତୁ ନାହିଁ।
- ଦୁଇ ଚକିଆ ଯାନରେ ଦୁଇ ଜଣରୁ ଅଧିକ ବସନ୍ତୁ ନାହିଁ ଏବଂ ସର୍ବଦା ହେଲମେଟ୍ ପିନ୍ଧନ୍ତୁ।
- ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାରରୁ ନିବୃତ୍ତ ରହନ୍ତୁ।
- ଗାଡ଼ିକୁ କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ହିଁ ରଖନ୍ତୁ ଏବଂ ଠିକ୍ ଭାବେ ଲକ୍ କରନ୍ତୁ।
ସୁରକ୍ଷିତ ଏବଂ ଆନନ୍ଦମୟ ଦୁର୍ଗା ପୂଜା ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ପାଳନ କରିବାକୁ ପୋଲିସ ଅନୁରୋଧ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର