ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ଶରଣକୁଳ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଠାବ

Madhusudan Das Picture
Published On

ନୟାଗଡ: ମେମୁ ଟ୍ରେନ୍‌ରୁ ଶରଣକୁଳ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଉଦ୍ଧାର । ଟ୍ରେନ ଭିତରେ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧ୍ୟକ୍ଷ ମହେଶ୍ୱର ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସେ ଭୁବନେଶ୍ୱରରୁ ଦଶପଲ୍ଲା ମେମୁ ଟ୍ରେନରେ ଯାତ୍ରା କରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଟ୍ରେନଟି ଦଶପଲ୍ଲା ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ ଭିତରୁ ମହେଶ୍ୱର ମହାପାତ୍ରଙ୍କ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଜିଆରପି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରାଯାଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର