କ୍ରସର ୟୁନିଟ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ହତ୍ୟା: ଖଣି ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ

Madhusudan Das Picture
Published On

ସୁନ୍ଦରଗଡ଼: ସିକ୍ୟୁରିଟି ଗାର୍ଡଙ୍କୁ ବୀଭତ୍ସଭାବେ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୋଇଡ଼ା ଥାନା ଅଧୀନରେ ଥିବା ସର୍ଗିଗଡ଼ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକଙ୍କ ନାମ ସନାତନ ମୁଣ୍ଡା ବୋଲି ଜଣାପଡିଛି। ସେ ଏକ ଘରୋଇ କମ୍ପାନୀର କ୍ରସର ୟୁନିଟରେ ରାତ୍ରିକାଳୀନ ଡ୍ୟୁଟି କରୁଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। 

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଅଭିଯୁକ୍ତା ଥାନାରେ ଅଟକ

ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଖଣି ଖୋଲିବାକୁ ନେଇ ଉତ୍ତେଜନା ଲାଗି ରହିଥିଲା। ଏହି ଖଣି ବିବାଦ କାରଣରୁ ହିଁ ସନାତନ ମୁଣ୍ଡାଙ୍କୁ ହତ୍ୟା କରାଯାଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। କ୍ରସର ୟୁନିଟର ସାମଗ୍ରୀଗୁଡ଼ିକୁ ଜଗିବା ସମୟରେ ଅଜ୍ଞାତ ଦୁର୍ବୃତ୍ତମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କର ଜୀବନ ନେଇଥିଲେ।

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଉଥିବା ବେଳେ ଏକଲବ୍ୟ ମଡେଲ ସ୍କୁଲ ଅଧ୍ୟକ୍ଷଙ୍କୁ ଧରିଲା ସିବିଆଇ

ଘଟଣା ସମ୍ପର୍କରେ ଖବର ପାଇବା ପରେ କୋଇଡ଼ା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ପକ୍ଷରୁ ଅପରାଧୀମାନଙ୍କୁ ଧରିବା ପାଇଁ ବ୍ୟାପକ ଅନୁସନ୍ଧାନ ଜାରି ରହିଛି। ଅଞ୍ଚଳରେ ଚାଲିଥିବା ଖଣି ବିବାଦ ସହିତ ଏହି ହତ୍ୟାକାଣ୍ଡର କୌଣସି ସମ୍ପର୍କ ଅଛି କି ନାହିଁ, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ଖୋଳତାଡ଼ କରୁଛି। ବର୍ତ୍ତମାନ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯିବା ସହ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରାଯାଉଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲରେ ବିରଳ ଶିଶୁ ଜନ୍ମ; ଶିଶୁର ରହିଛି ଦୁଇଟି ମୁଣ୍ଡ, କିନ୍ତୁ ଗୋଟିଏ ଶରୀର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର