ରାଜ୍ୟରେ ତଳମୁହାଁ କରୋନା ଟ୍ରେଣ୍ଡ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୮୦୬ ପଜିଟିଭ୍

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି । ମାତ୍ର ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୦୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୬୩୧ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୭୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୩୪ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି । ମାତ୍ର ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୮୦୬ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ହଜାର ୬୩୧ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୭୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୩୪ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

୩୮୦୬ ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୧୭ ଜଣ, କଟକରୁ ୩୯୩ ଜଣ, ଯାଜପୁରରୁ ୩୪୬ ଜଣ,ବାଲେଶ୍ବରରୁ ୨୨୦ ଜଣ,ପୁରୀରୁ ୨୦୦ ଜଣ, ଅନୁଗୁଳରୁ ୧୭୫ ଜଣ,ମୟୂରଭଞ୍ଜରୁ ୧୫୯ ଜଣ, ଭଦ୍ରକରୁ ୧୫୮ ଜଣ, କେନ୍ଦ୍ରାପଡ଼ାରୁ ୧୪୫ ଜଣ, ନୟାଗଡ଼ରୁ ୧୩୪ ଜଣ, ଜଗତସିଂହପୁରରୁ ୧୩୦ ଜଣ, ସୁନ୍ଦରଗଡ଼ରୁ ୧୧୯ ଜଣ, ରାୟଗଡ଼ାର ୧୧୧ ଜଣ, ନବରଙ୍ଗପୁରରୁ ୮୮ ଜଣ, କେନ୍ଦୁଝରୁ ୮୧ ଜଣ,କୋରାପୁଟରୁ ୭୭ ଜଣ, ମାଲକାନଗିରିରୁ ୭୫ ଜଣ, ବରଗଡ଼ରୁ ୫୮ ଜଣ,ଗଜପତି ଓ ସମ୍ବଲପୁର ଜିଲ୍ଲାରୁ ୪୫ ଜଣ ଲେଖାଏଁ ,ଢ଼େଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରୁ ୪୩ ଜଣ ଲେଖାଏଁ, ଗଞ୍ଜାମ ଓ ସୋନପୁର ଜିଲ୍ଲାରୁ ୩୬ ଜଣ ଲେଖାଏଁ, ବୌଦ୍ଧରୁ ୩୫ ଜଣ,କନ୍ଧମାଳରୁ ୩୪ ଜଣ,ନୂଆପଡ଼ାରୁ ୩୧ ଜଣ, ଦେବଗଡ଼ରୁ ୩୦ ଜଣ, ବଲାଙ୍ଗୀରରୁ ୨୮ ଜଣ, ଝାରସୁଗୁଡ଼ାରୁ ୧୯ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮ ଲକ୍ଷ ୭୦ ହଜାର ୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୪୩ ହଜାର ୩୩୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮ ଲକ୍ଷ ୨୩ ହଜାର ୫୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୩୪୭୧ଜଣଙ୍କର ମୃତ୍ୟୁ ହୋଇଛି ।

18 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର