ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଆକ୍ରୋଶ ବଢ଼ିଛି, ପୁଲିସ ଆକ୍ରମଣ ବିଜେଡି ସ୍ୱରକୁ ଚପାଇ ପାରିବ ନାହିଁ

The Sakala Picture
Published On

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ, ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ହୋଇଥିବା ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିବ ସହିତ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି। ଆଜି ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପ ସଭାପତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି କହିଥିଲେ, […]

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ, ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ହୋଇଥିବା ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିବ ସହିତ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ନଭେମ୍ବର ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆଜି ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପ ସଭାପତି ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି କହିଥିଲେ, ସୌମ୍ୟାଶ୍ରୀକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କ ଆକ୍ରୋଶ ଦେଖି ଭୟଭୀତ ହୋଇ ପଡିଛନ୍ତି। ସେଥିପାଇଁ ପ୍ରତିହିଂସା ପରାୟଣ ହୋଇ, ପୋଲିସ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରୁଛନ୍ତି।  ପ୍ରତାପ ଜେନା କହିଥିଲେ, ବିଜେଡି ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବା ପାଇଁ ହଜାର ହଜାର କର୍ମୀ ମାଷ୍ଟର କ୍ୟାଣ୍ଟିନରୁ ପିଏମଜି ଛକ ମଧ୍ୟରେ ଏକତ୍ରିତ ହୋଇଥିଲେ। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ ଚାଲିଥିବା ବେଳେ ଓ ଆନ୍ଦୋଳନକାରୀମାନେ ଲୋକସେବା ଭବନ ପୂର୍ବରୁ ପୁଲିସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ୟାରିକେଡ୍ ନିକଟରେ ପହଞ୍ଚିବା ପୂର୍ବରୁ ପୁଲିସ୍ ଦ୍ୱାରା ଅଚାନକ ବର୍ବରୋଚିତ ଆକ୍ରମଣ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା, ମୁତୟନ ହେବେ ୩୫ ପ୍ଲାଟୁନ ପୋଲିସ ଫୋର୍ସ

ପ୍ରଥମେ ପାଣି ମାଡ଼ ହେଲା, ଦୁର୍ଭାଗ୍ୟଜନକ କଥା ହେଲା ମହିଳା ପ୍ରତିବାଦକାରୀ ମାନଙ୍କୁ ଲକ୍ଷ୍ୟ କରି ପାଣିମାଡ଼ କରାଗଲା । ଯଦ୍ବାରା ବହୁ ସଂଖ୍ୟାରେ ମହିଳା ଆହତ ହୋଇଥିଲେ । ଦୁଇ ରାଉଣ୍ଡ ପାଣି ମାଡ଼ ପରେ ଅନ୍ଧାଧୁନିଆ ଭାବେ ରବର ବୁଲେଟ୍ ମାଡ଼ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଗଲା। ଏଥିରେ, ତିଳେ ମାତ୍ର ସନ୍ଦେହ ନାହିଁ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ଏପରି ବର୍ବରୋଚିତ ଆକ୍ରମଣ କରିଛି। ଆଜି ପୋଲିସ୍ ଦମନଲୀଳାରୁ ସ୍ପଷ୍ଟ ଯେ, ରାଜ୍ୟ ସରକାର ଭୟଭୀତ ହୋଇ ପଡିଛନ୍ତି। କିନ୍ତୁ, ସରକାର ପୋଲିସ ଆକ୍ରମଣ ମାଧ୍ୟମରେ ବିଜୁ ଜନତା ଦଳ ଦ୍ୱାରା ରାଜ୍ୟର ନାରୀ ମାନଙ୍କ ସମ୍ମାନ ଓ ସୁରକ୍ଷା ଉଠା ଯାଇଥିବା ସ୍ବରକୁ ପୋଲିସ ଚାପି ଦେଇ ପାରିବେ ନାହିଁ ବରଂ ଏ ଆନ୍ଦୋଳନ ଆହୁରି ତୀବ୍ର ହେବ।

ଆହୁରି ପଢ଼ନ୍ତୁ: ରାଜ୍ୟବାସୀଙ୍କୁ ନବୀନଙ୍କ ବାତ୍ୟା ପରାମର୍ଶ: ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

ସେହିପରି, ସୁଦାମ ମାରାଣ୍ଡି କହିଥିଲେ, ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ଯୋଗୁ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଛି । କିନ୍ତୁ ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ପୁଲିସ୍ ଦ୍ୱାରା ସରକାର ପ୍ରତିବାଦର ସ୍ୱରକୁ ଚପାଇ ଦେବା ପାଇଁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ। ଆଜି ପୁଲିସର ଦମନଲୀଳା ଦ୍ୱାରା ଶତାଧିକ ବିଜେଡି କର୍ମୀ ଓ ନେତା ଆହତ ହୋଇଛନ୍ତି । ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡାଇ, ସାଂସଦ ସୁଲତା ଦେଓ, ଛବି ମାହାଲି, ନୀଳ ମାଧବ ମହାନ୍ତି ଓ ସଙ୍କେତ ରାୟଙ୍କ ସମେତ ଅନେକ ବିଜେଡି କର୍ମୀ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ପ୍ରଣବ ପ୍ରକାଶ ଦାସ,  ପ୍ରୀତି ରଞ୍ଜନ ଘଡ଼ାଇ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଶର୍ମିଷ୍ଠା ସେଠି କହିଥିଲେ, ଆଜିର କାର୍ଯ୍ୟକ୍ରମରେ ପୁରୁଷ ପୁଲିସ ମାନେ ଆମର ମହିଳା ନେତ୍ରୀମାନଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ। ପୁଲିସ ଆକ୍ରମଣକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜିର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ବିନା ଉତ୍ତେଜନାରେ ସରକାର କାହିଁକି ଦମନଲୀଳା ରଚିଲେ, ତାର ସ୍ପଷ୍ଟୀକରଣ ରଖିବା ଦରକାର। ସୌମ୍ୟାଶ୍ରୀକୁ ଓ ରାଜ୍ୟରେ ମହିଳା ନିର୍ଯ୍ୟାତନା ନିୟନ୍ତ୍ରଣରେ ନଆସିବା ଯାଏ ବିଜେଡି ଆନ୍ଦୋଳନ ଜାରି ରଖିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର