ସବୁ ସରକାରୀ କର୍ମଚାରୀ ଏକଜୁଟ୍ ହୁଅନ୍ତୁ,ବିଏମ୍ସି ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କନ୍ଧମାଳ ଜିଲ୍ଲାପାଳଙ୍କ ଆହ୍ୱାନ
ଭୁବନେଶ୍ୱର : ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଏଏସ୍ ସଂଘ ପରେ ରାଜ୍ୟର ଆଇଏଏସ୍ମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ସମସ୍ତ ସରକାରୀ କର୍ମଚାରୀ ଏକ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। କନ୍ଧମାଳ ଜିଲ୍ଲାପାଳ ତଥା ଆଇଏଏସ୍ ଅମ୍ରିତ ଋତୁରାଜ ନିଜ ସୋସିଆଲ୍ ମିଡିଆରେ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ବିଏମ୍ସିରେ ଅତିରିକ୍ତ କମିସନର୍ ଶ୍ରୀ ସାହୁ ପୂର୍ବରୁ କନ୍ଧମାଳ ସିଡିଓ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ […]
ଭୁବନେଶ୍ୱର : ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଏଏସ୍ ସଂଘ ପରେ ରାଜ୍ୟର ଆଇଏଏସ୍ମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ସମସ୍ତ ସରକାରୀ କର୍ମଚାରୀ ଏକ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। କନ୍ଧମାଳ ଜିଲ୍ଲାପାଳ ତଥା ଆଇଏଏସ୍ ଅମ୍ରିତ ଋତୁରାଜ ନିଜ ସୋସିଆଲ୍ ମିଡିଆରେ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ବିଏମ୍ସିରେ ଅତିରିକ୍ତ କମିସନର୍ ଶ୍ରୀ ସାହୁ ପୂର୍ବରୁ କନ୍ଧମାଳ ସିଡିଓ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଉପରେ ଆଜି ହୋଇଥିବା ଆକ୍ରମଣ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ, ଭୟଙ୍କର ଓ ବୁଝିବା ବାହାରେ।

ନାଗରିକମାନଙ୍କୁ ସେବା ଯୋଗାଇବା ପାଇଁ ସରକାରୀ କର୍ମଚାରୀମାନେ ଏକ ସୁରକ୍ଷିତ ପରିବେଶ ଆବଶ୍ୟକ କରିଥା’ନ୍ତି। ଏହି ଘଟଣା ଜଣେ ବିଏମ୍ସି ଅଧିକାରୀ କିମ୍ୱା ଜଣେ ଓଏଏସ୍ ଅଧିକାରୀଙ୍କ ବିଷୟ ନୁହେଁ, ବରଂ ଜଣେ ସରକାରୀ ଅଧିକାରୀଙ୍କ ବିଷୟ। ତାଙ୍କ ସହ ଏପରି ନିର୍ମମ ଘଟଣା ଘଟିଛି। ସମସ୍ତ ଅପରାଧୀଙ୍କୁ ଦଣ୍ଡ ମିଳିବା ଉଚିତ। ଆଗକୁ ଏପରି ଅମାନବୀୟ ଆଚରଣକୁ ରୋକିବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଏକତ୍ରିତ ହେବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟାୟ ବିରୋଧରେ ନିରବ ରହିବା ଠିକ୍ ନୁହେଁ। ତେଣୁ, ଏହି କାର୍ଯ୍ୟକୁ ଯଥାସମ୍ଭବ କଠୋର୍ ଶବ୍ଦରେ ନିନ୍ଦା କରିବା ପାଇଁ ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି।






