ରାଜ୍ୟରେ ବଢ଼ିବ ଡାକ୍ତରଙ୍କ ସଂଖ୍ୟା: ଖୁବଶୀଘ୍ର ୨ଟି ପର୍ଯ୍ଯାୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

The Sakala Picture
Published On

ଭୁବନେଶ୍ବର: ଆଜିର ପ୍ରଶ୍ନକାଳ ସମୟରେ ରାଜ୍ୟରେ ସ୍ବାସ୍ଥ୍ୟସେବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଖୁବ ଶୀଘ୍ର ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି କରିବେ ରାଜ୍ୟ ସରକାର । ପ୍ରାଥମିକତା ଦୃଷ୍ଟିରେ ରାଇରଙ୍ଗପୁରକୁ ଆଗ ଡାକ୍ତର ଦିଆଯିବ ବୋଲି ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟର ସରକାରୀ ମେଡିକାଲଗୁଡ଼ିକରେ ବେଡ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଶଯ୍ୟା ତୁଳନାରେ […]

ଭୁବନେଶ୍ବର: ଆଜିର ପ୍ରଶ୍ନକାଳ ସମୟରେ ରାଜ୍ୟରେ ସ୍ବାସ୍ଥ୍ୟସେବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଖୁବ ଶୀଘ୍ର ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି କରିବେ ରାଜ୍ୟ ସରକାର । ପ୍ରାଥମିକତା ଦୃଷ୍ଟିରେ ରାଇରଙ୍ଗପୁରକୁ ଆଗ ଡାକ୍ତର ଦିଆଯିବ ବୋଲି ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି, ପିଛିଲା ଭାବେ ୨୦୨୬ ଜୁଲାଇରୁ ଲାଗୁ ହେବ

ରାଜ୍ୟର ସରକାରୀ ମେଡିକାଲଗୁଡ଼ିକରେ ବେଡ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଶଯ୍ୟା ତୁଳନାରେ ରୋଗୀଙ୍କ ସଂଖ୍ୟା ବଢ଼ିଲେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଉଛି। ଶଯ୍ୟା ଅଭାବରୁ କାହାକୁ ଫେରାଇ ଦିଆଯାଉ ନାହିଁ। ୨୦୧୭-୨୦୧୮ରୁ ୨୦୨୨-୨୦୨୩ ମଧ୍ୟରେ ୧୭ ହଜାର ୧୩୦ରୁ ୨୫ ହଜାର ୬୫୦ ବେଡ ବୃଦ୍ଧି କରାଯାଇଛି। ଆଗାମୀ ଆର୍ଥିକ ବର୍ଷରେ ୨୧ ହଜାର ୩୪୨ ବେଡ ବଢ଼ାଇବାକୁ ନୀତିଗତ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା 'ଅକୱାନ' ଜାରି ହେଲା ରେଡ୍ ଆଲର୍ଟ

ସେହିପରି ବର୍ତ୍ତମାନ ରାଜ୍ୟରେ ପ୍ରତି ହଜାରେ ରୋଗୀରେ ୦.୭% ଶଯ୍ୟା ଅଛି । IPHS  ନିୟମ ଅନୁସାରେ ହଜାରେ ରୋଗୀରେ ଶଯ୍ୟା ସଂଖ୍ୟା ୧ ପ୍ରତିଶତ ରହିବା କଥା । ଯାହାକୁ ହାସଲ କରିବା ଦିଗରେ ରାଜ୍ୟ ସରକାର କାମ ଚଳାଇଛନ୍ତି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ

ଆହୁରି ପଢ଼ନ୍ତୁ: ରାଜ୍ୟବାସୀଙ୍କୁ ନବୀନଙ୍କ ବାତ୍ୟା ପରାମର୍ଶ: ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର