ଆଜି ସକାଳୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ୨୩ରୁ ରାଜ୍ୟରେ ଅଧିକ ସକ୍ରିୟ ହେବ ମୌସୁମୀ, ୨୫ ଜିଲ୍ଲାକୁ ସତର୍କ ସୂଚନା

Suryakanta Picture
Published On

ଆଜି ସକାଳୁ ଟ୍ୱିନ୍ ସିଟି (କଟକ ଏବଂ ଭୁବନେଶ୍ୱର) ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି। ଆସନ୍ତା ୨୩ ତାରିଖରୁ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ

ବର୍ତ୍ତମାନ ଓଡ଼ିଶାରେ ମୌସୁମୀ ପହଞ୍ଚି ସାରିଥିଲେ ମଧ୍ୟ ଏହା ରାଜ୍ୟର ସବୁ ଅଞ୍ଚଳକୁ ଏପର୍ଯ୍ୟନ୍ତ ଛୁଇଁ ନାହିଁ। ତେବେ ମୌସୁମୀ ବାୟୁ ଅଧିକ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆସନ୍ତାକାଲି ସୁଦ୍ଧା ଏହା ଓଡ଼ିଶାର ଆଉ କିଛି ନୂଆ ଅଞ୍ଚଳକୁ ଛୁଇଁବାର ସମ୍ଭାବନା ରହିଛି। କେବଳ ଓଡ଼ିଶା ନୁହେଁ, ବରଂ ମହାରାଷ୍ଟ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର ଏବଂ ଛତିଶଗଡ଼ର ଆଉ କିଛି ଅଞ୍ଚଳକୁ ମଧ୍ୟ ମୌସୁମୀ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ: ସାନଭାଇକୁ ଚାପଡରେ ହାଣିଲା ବଡଭାଇ

୪ ଦିନ ଯାଏଁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ

ଆଗାମୀ ୪ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଆଜି ରାଜ୍ୟର ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି। ପରିବର୍ତ୍ତିତ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର